ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା ଏହି ନାୟିକା ଏବେ ପୁଣିଥରେ ନିଜ ସ୍ୱାମୀଙ୍କ ପ୍ରଥମ ସାକ୍ଷାତ୍‌କାରକୁ ନେଇ କଥା ହୋଇଛନ୍ତି । ଏବେ ନିନା ତାଙ୍କ ଡିଜାଇନର ଝିଅ ମସାବାଙ୍କ ସହ ଆସୁଥିବା ଫିଲ୍ମ ‘ମସାବା-ମସାବା’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ନିନା ଓ ତାଙ୍କ ଝିଅଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଉଛି । ପ୍ରଥମଥର ଲାଗି ନିନା ତାଙ୍କ ସ୍ୱାମୀ ବିବେକ ମେହେରାଙ୍କ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ନେହା ଧୂପିଆଙ୍କ ଟକ୍ ଶୋ’ ‘ନୋ ଫିଲ୍‌ଟର ନେହା’ରେ ବିବେକଙ୍କ ସହ ଥିବା ବଣ୍ଡିଂକୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ବିବେକଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ୍ ବିମାନରେ ହୋଇଥିଲା । ସେ ଲଣ୍ଡନରୁ ମୁମ୍ବାଇ ଫେରୁଥିବା ବେଳେ ବିବେକ ମଧ୍ୟ ଲଣ୍ଡନରୁ ମୁମ୍ବାଇ ଆସୁଥିଲେ । ଯଦିଓ ବିବେକ ଦିଲ୍ଲୀ ବାସିନ୍ଦା କିନ୍ତୁ ସେ କୌଣସି କାମରେ ସିଧା ମୁମ୍ବାଇ ଆସୁଥିଲେ । ସେହି ବିମାନରେ ଜଣେ ମହିଳାଙ୍କୁ ତାଙ୍କ ସିଟ୍ ବଦଳାଇବାକୁ ପଡିବାରୁ ବିବେକ ତାଙ୍କ ସିଟ୍ ଉକ୍ତ ମହିଳାଙ୍କୁ ଦେଇ ନିନାଙ୍କ ପାଖ ସିଟ୍‌ରେ ବସିଥିଲେ । ଭାଗ୍ୟ ଉପରେ ନିନା ଖୁବ୍ ବିଶ୍ୱାସ କରନ୍ତି । ପାଖରେ ବସି ବିବେକ ଯେତେବେଳେ ତାଙ୍କୁ କହିଥିଲେ ହଁ ତୁମେ ହେଉଛ ସିଏ ଯିଏ ମୋତେ ଫସେଇ ଦେଇଛି । ଆଉ ମୁଁ ଫସି ଯାଇଛି । ଯଦି ମୋ ସହ ଖୁସି ତେବେ ରୁହ ନତେଚ୍ ଯାଅ । ଆଉ ଏହାପରେ ନିନା ବିବେକଙ୍କୁ ବିବାହ କରି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିବା କହିଛନ୍ତି । ସୂଚନାଯୋଗ୍ୟ, ନିନା ୱେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳି ଭିଭିୟାନ୍ ରିଚର୍ଡସଙ୍କ ସହ ଗୋଟିଏ ରାତି କଟାଇଥିବା ବେଳେ ତାଙ୍କ ଔରଷରୁ ନିନା ଜନ୍ମ ଦେଇଥିଲେ ମସାବାଙ୍କୁ । ହେଲେ ସେ କେବେ ରିଚାର୍ଡସଙ୍କୁ ବିବାହ କରି ନ ଥିଲେ । ସିଙ୍ଗଲ ମଦର ଭାବେ ସେ ମସାବାଙ୍କୁ ପାଳନ କରି ପରେ ବିବେକଙ୍କୁ ବିବାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ...

ବୁଢ଼ା କହିଥିବା ୟୁଜରଙ୍କ ଦୀର୍ଘାୟୁ କାମନା କଲେ ବିଗ୍‌ ବି

ମୁମ୍ବାଇ:ବଲିଉଡ୍‌ ଇଣ୍ଡଷ୍ଟିର କିଛି କଳାକାର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେମାନଙ୍କ ମଧ୍ୟରୁ ବିଗ୍‌ ବି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ। ଯିଏ ପ୍ରତ୍ୟେକ ଦିନ...

ଏହି ଦୁଇ କଳାକାରଙ୍କୁ ମିଳିଲା ‘ମହାରାଷ୍ଟ୍ରିଆନ ଅଫ ଦ ଇୟର’ ଆୱାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂଙ୍କ ପରିଚୟର ଆବଶ୍ୟକତା ନାହିଁ । ସୋସିଆଲ ମିଡିଆରେ ବି ତାଙ୍କର ଫ୍ୟାନ ଫଲୋଇଙ୍ଗସ ଜବରଦସ୍ତ । ଏହି କଳାକାର...

‘ହାତୀଙ୍କ ଝଗଡ଼ା ହେଲେ ଘାସ ହିଁ କଷ୍ଟ ପାଏ’

ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦା ଓ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ବଳି ପଡ଼ିଛନ୍ତି ଅଭିନେତ୍ରୀ ଆରତି ସିଂ। ନିକଟରେ ଗୋବିନ୍ଦା ତାଙ୍କ ସହ...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌। କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। କଥାଟି ଆମେ...

ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ

ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ...

ରାମ ଗୋପାଳ ବର୍ମାଙ୍କ ପ୍ରେମରେ ପାଗଳ ହୋଇ ଉର୍ମିଳା ବିବାହ କରିଥିଲେ ୧୦ ବର୍ଷ ସାନ ଯୁବକଙ୍କୁ

ମୁମ୍ବାଇ: ବଲିଉଡ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫେବୃୟାରୀ ୪, ୧୯୭୪ରେ ମୁମ୍ବାଇରେ ଜନ୍ମ ନେଇଥିବା ଉର୍ମିଳା...

Advertisement
Archives

Model This Week