ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍‌ରେ ପଟ୍‌ଲାଇନ୍‌ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ମ୍ୟାଗନେଟ କାର୍‌ଟିକୁ ଟାଣି ନେଇଥିଲା। ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ନୋଟିସ୍‌ ଲଗାଯାଇ ବାରଣ କରାଯାଇଛି। ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାର୍‌ରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାଲାକୋର ସୁରକ୍ଷା ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ କହିଛନ୍ତି। ସେହିପରି ମଙ୍ଗଳବାର ସକାଳେ ପଟ୍‌ଲାଇନ୍‌ ପରିସରରେ ପିଟିଏମ୍‌ କ୍ରେନର ଏକ ପ୍ୟାନେଲ ବକ୍ସ ଉପରୁ ତଳକୁ ଗଳିପଡ଼ିଥିଲା। ଯଦି ସେହି ସମୟରେ କୌଣସି ଶ୍ରମିକ କାମ କରୁଥାନ୍ତେ ତେବେ ସେମାନେ ଦୁର୍ଘଟଣାର ଶୀକାର ହୋଇଥାନ୍ତେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩.୪୮ଲକ୍ଷ ଜମିରେ ହେବ ଖରିଫ ଫସଲ

ବରଗଡ଼ ଅଫିସ୍‌,୨୦ା୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ସମ୍ମିଳନୀ କକ୍ଷରେ ବୁଧବାର ଖରିଫ ୨୦୨୦ ପାଇଁ କୃଷି କୌଶଳ ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ...

୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ: ୨ ଅଟକ

ଜୟପୁର,୨।୩(ଡି.ଏନ୍‌.ଏ.): ହାଇଦ୍ରାବାଦରୁ ଏକ କ୍ୟାଣ୍ଟନରରେ ୨୦୦ ବସ୍ତା ବେଆଇନ ବିସ୍ଫୋରକ ସାମଗ୍ରୀ ମାଲକାନଗିରି ଜିଲାର କୋରୁକୋଣ୍ଡା ବ୍ଲକ ଅଞ୍ଚଳକୁ ଚାଲାଣ ବେଳେ ସୋମବାର ଭୋର୍‌ରୁ ଜୟପୁର...

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ମଧ୍ୟାହ୍ନ ପରେ ମିଳୁନି ସେବା

ବଇଣ୍ଡା, ୧।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ପାଇପାରୁନାହାନ୍ତି ଅଞ୍ଚଳବାସୀ। ଡାକ୍ତର ସକାଳୁ ୨ରୁ ୩ ଘଣ୍ଟା ରହି ପଳାଉଛନ୍ତି।...

ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌...

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

ମାସ୍କ ନ ପିନ୍ଧି ଦେଲେ ୭୬ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ଜୁନିୟର ମଡେଲ ପ୍ରତ୍ୟାଶା: ଲକ୍ଷ୍ୟ ଆଇଆଇଟି ଇଞ୍ଜିନିୟର, ସଫଳ ମଡେଲ

ବାଲେଶ୍ୱର ଅଫିସ- ବାଲେଶ୍ୱର ସହରର ଝିଅ ପ୍ରତ୍ୟାଶା ପରିଜା। ମାତ୍ର ୧୨ବର୍ଷ ବୟସରୁ ସେ ପାଇସାରିଲେଣି ୭୦ରୁ ଊର୍ଦ୍ଧ୍ୱ ପୁରସ୍କାର। ମଡେଲିଂ ହେଉ କି ଡ୍ୟାନ୍ସ,...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

Coronavirus Update


Archives

Model This Week

Why Dharitri