ସ୍ମାର୍ଟ ଫୋନ୍‌ର ମାୟା: ପ୍ରଭାବିତ ହେଉଛି ପିଲାଙ୍କ ଶାରୀରିକ, ମାନସିକ ସ୍ବାସ୍ଥ୍ୟ

କଟକ ଅଫିସ,୧୪ା୧୨: ସ୍ମାର୍ଟ ଫୋନରେ କାର୍ଟୁନ୍‌, ଗୀତ, ଭିଡିଓ ଗେମ୍‌ ସହିତ ଟିକ୍‌ଟକ୍‌ ମାୟାରେ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ବାୟା। ଏପରି କି ପିଲା ଅଝଟ କଲେ ମା’ ବାପାମାନେ ସ୍ମାର୍ଟ ଫୋନ ଧରାଇ ଦେଇ ଶାନ୍ତ କରୁଛନ୍ତି। କିନ୍ତୁ ଏହା ଯେ ପିଲା ଉପରେ କୁପ୍ରଭାବ ପକାଉଛି ତାହା ଅନେକଙ୍କୁ ଅଜଣା ଅଛି। ଏକ ଅଧ୍ୟୟନରୁ ଜଣାପଡିଛି, ଏହାଦ୍ୱାରା ପିଲାଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ବିଶେଷଜ୍ଞ ଡା. ସତ୍ୟକାମ ମହାପାତ୍ର ଏକ ଅଧ୍ୟୟନ ରିପୋର୍ଟକୁ ଆଧାର କରି ଏଭଳି କଥା କହିଛନ୍ତି। ଡା. ମହାପାତ୍ରଙ୍କ କହିବା ଅନୁଯାୟୀ, ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନଙ୍କର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି। ଯେମିତି କି ଅଧିକ ଚିଡିଚିଡା ହେବା, ପାଠପଢାରେ କମ୍‌ ଧ୍ୟାନ ଦେବା, ପରିବାରର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ମିଳାମିଶା କମ୍‌ କରିବା, ଏକୁଟିଆ ରହିବାକୁ ପସନ୍ଦ କରିବା, ସ୍ମରଣଶକ୍ତି ହ୍ରାସ ପାଇବା, ନିଦ କମିଯିବା, ଖାଦ୍ୟ କମ୍‌ ଖାଇବା, ଛୋଟ ଛୋଟ କଥାରେ ଭୟଭୀତ ହୋଇଯିବା ଆଦି ଘଟଣା ନଜରକୁ ଆସୁଛି। ଛୋଟ ପିଲାମାନେ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ସେମାନଙ୍କର କଥା କହିବା ଆରମ୍ଭ କରିବାରେ ବିଳମ୍ବ ହେଉଥିବା ଡା. ମହାପାତ୍ର କହିଛନ୍ତି। ଏପରି କି କିଛି ପିଲାଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକାଶ କରିବାରେ ବାଧାପ୍ରାପ୍ତ ହୋଇଥାଏ। ମାତ୍ରାଧିକ ସ୍ମାର୍ଟ ଫୋନ ବ୍ୟବହାର ଯୋଗୁ ମାନସିକ ଚାପ, ଡିପ୍ରେସନ, ଆଙ୍ଗ୍‌ଜାଇଟି ଓ ଏଡିଏଚ୍‌ଡି (ଆଟେନସନ ଡେଫିସିଟ୍‌ ହାଇପରଆକ୍ଟିଭିଟି ଡିଜ୍‌ଅର୍ଡର) ସମସ୍ୟା ସହିତ କେତେକ ଶାରୀରିକ କୁପ୍ରଭାବ ମଧ୍ୟ ପଡ଼ିଥାଏ। ଏଗୁଡ଼ିକ ହେଲା ମୁଣ୍ଡବିନ୍ଧା, ହାତଗଣ୍ଠି ଓ ଆଙ୍ଗୁଳି ବିନ୍ଧା ହେବା, ବେକ ଓ ଅଣ୍ଟା ଦରଜ ହେବା ଓ ଆଖି ଉପରେ କୁପ୍ରଭାବ ପଡ଼ିବା ଆଦି। କିଛିଦିନ ପୂର୍ବରୁ ସ୍ମାର୍ଟ ଫୋନରେ ବିଭିନ୍ନ ଅନ୍‌ଲାଇନ ଗେମ ଖେଳି ଅନେକ ଛୋଟ ପିଲା ଆତ୍ମହତ୍ୟା ମଧ୍ୟ କରିଥିଲେ। ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନେ ଅଯଥା ଅନେକ ସମୟ ନଷ୍ଟ କରୁଛନ୍ତି, ଯାହାଦ୍ୱାରା ସେମାନଙ୍କର ପାଠପଢା ଉପରେ କୁପ୍ରଭାବ ପଡୁଛି।
ଡା. ମହାପାତ୍ରଙ୍କ କହିବା ଅନୁଯାୟୀ, ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ସ୍ମାର୍ଟ ଫୋନ ବ୍ୟବହାର ପାଇଁ ଦିଅନ୍ତୁ ନାହିଁ। ସନ୍ଧ୍ୟା ପରେ ପିଲାକୁ ମୋବାଇଲ ଫୋନ ନ ଦେବାକୁ ଡାକ୍ତର ବାରଣ କରିଛନ୍ତି। ପିଲାଙ୍କୁ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ ଫୋନ ବ୍ୟବହାର ପାଇଁ ଦିଆ ନ ଯାଉ, ପିଲା ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ତାକୁ ଏକୁଟିଆ ନ ଛାଡ଼ିବା ପାଇଁ ସେ କହିଛନ୍ତି। ପିଲାମାନେ ମାତାପିତାଙ୍କ ଅନେକ ବ୍ୟବହାରକୁ ଅନୁସରଣ କରିଥାନ୍ତି। ତେଣୁ ଅଭିଭାବକମାନେ ମଧ୍ୟ ନିଜ ମୋବାଇଲ ଫୋନର କମ୍‌ ବ୍ୟବହାର କରନ୍ତୁ। ଯଦି ପିଲା ମାତ୍ରାଧିକ ମୋବାଇଲ ଫୋନ୍‌ ବ୍ୟବହାର କରୁଥାଏ ଓ ତାହାର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଏ ତେବେ ପିଲାକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ପରାମର୍ଶ କରିବା ପାଇଁ ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri