ସ୍ମାର୍ଟ କର୍ମଜୀବୀ

ଜଣେ କର୍ମଜୀବୀ ମହିଳାଙ୍କ ଉପରେ ଥାଏ ଉଭୟ ପରିବାର ଏବଂ ଅଫିସ୍‌ କାର୍ଯ୍ୟର ଭାର। ହେଲେ କେବେ କେବେ କାର୍ଯ୍ୟବ୍ୟସ୍ତତା ଭିତରେ ଗୋଟିଏ କାର୍ଯ୍ୟକୁ ଗୁରୁତ୍ୱ ଦେଉ ଦେଉ ଅନ୍ୟ ପ୍ରତି ହୋଇଯାଏ ଅବହେଳା। ହେଲେ ଏମିତିରେ ଉଭୟ ଦାୟିତ୍ୱକୁ ସମାନ୍ତରାଳ ଭାବେ ତୁଲାଇବା ଲାଗି ଟାଇମ୍‌ ମ୍ୟାନେଜମେଣ୍ଟ ପ୍ରତି ଧ୍ୟାନ ଦିଅନ୍ତୁ…

କର୍ମଜୀବୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଏତେ ସହଜ ନୁହେଁ। କାରଣ ସେମାନଙ୍କୁ ଘର ସହ ଅଫିସ୍‌ କାର୍ଯ୍ୟ ମଧ୍ୟ ଠିକ୍‌ ଭାବେ ତୁଲାଇବାକୁ ହୋଇଥାଏ। କେବେ ଘର କାମ ଚାପରେ ଅଫିସ୍‌କୁ ହେଉ ଅବା ଅଫିସ୍‌ କାମ ଚାପରେ ଘର ପ୍ରତି ଅବହେଳା ହୋଇଯାଏ। ଏହାଦ୍ୱାରା ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତା’ଛଡ଼ା ଉଭୟ କାମ ଚାପରେ କେବେ କେବେ ନିଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକେ ଅଣଦେଖା କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏମିତିରେ ଠିକ୍‌ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରି ନିଜକୁ ଫିଟ୍‌ ରଖିବା ସହ ଉଭୟ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରୁଥିବା ମହିଳା ହିଁ ପାଲଟିଥାନ୍ତି ସ୍ମାର୍ଟ କର୍ମଜୀବୀ…
ଟାଇମ୍‌ ଟେବୁଲ ପ୍ରସ୍ତୁତ କରନ୍ତୁ: ଯେହେତୁ ଜଣେ କର୍ମଜୀବୀଙ୍କ ଉପରେ ପରିବାର ସହ ପେସା ଉଭୟ କାମର ଚାପ ରହିଥାଏ, ତେଣୁ ସେମାନଙ୍କୁ ନିଜ ଦୈନନ୍ଦିନର ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଟାଇମ୍‌ ଟେବୁଲ ପ୍ରସ୍ତୁତ କରିନେବା ବୁଦ୍ଧିମତ୍ତାର କାର୍ଯ୍ୟ। ଏହାଦ୍ୱାରା କାହା ପରେ କେଉଁ କାମ କରିବା ଚିନ୍ତା କରିବାକୁ ପଡ଼ି ନ ଥାଏ କିମ୍ବା ଭୁଲ୍‌ ବଶତଃ କେଉଁ ଜରୁରୀ କାମ ବାକି ମଧ୍ୟ ରହିଯାଇ ନ ଥାଏ।
ହୁଅନ୍ତୁ ମଲ୍ଟି ଟାକ୍ସିଂ: ଗୋଟିଏ କାମ ସରିଲେ ଅନ୍ୟ କାମ କରିବା ଅପେକ୍ଷା ନିର୍ଦ୍ଧାରିତ ସମୟରେ ଏକାଧିକ କାମ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଅନ୍ୟ କାମ ପାଇଁ କିଛି ସମୟ ବଞ୍ଚାଇପାରିବେ ଏବଂ ଯଥା ସମୟରେ ଅଫିସ୍‌ରେ ମଧ୍ୟ ପହଞ୍ଚତ୍ ପାରିବେ। ବିଶେଷକରି ଘରେ ଛୋଟ ପିଲା ଥିଲେ ସେମାନଙ୍କ କାମରେ ଅଧିକ ସମୟ ଲାଗିଥାଏ। ତେଣୁ ଏପରି ସ୍ଥିତିରେ ମଲ୍ଟି ଟାକ୍ସିଂ ହେବା ହିଁ ଏକମାତ୍ର ବିକଳ୍ପ।
କରନ୍ତୁ ପ୍ରି ପ୍ଲାନିଂ: ଯଦି ଆପଣ ପରଦିନ କ’ଣ ସବୁ କାର୍ଯ୍ୟ କରିବେ ସେ ନେଇ ପୂର୍ବରୁ ପ୍ଲାନିଂ କରିଥିବେ ତେବେ କାମ ସହଜ ଏବଂ ଶୀଘ୍ର ହୋଇପାରିବ। ଯେମିତିକି ସକାଳୁ କ’ଣ ରାନ୍ଧିବି, କ’ଣ ପିନ୍ଧି ଅଫିସ୍‌ ଯିବେ ତାହା ପୂର୍ବ ରାତିରୁ ସଜାଡ଼ି ରଖନ୍ତୁ। ବିଶେଷକରି ଘରେ ଛୋଟ ପିଲା ଥିଲେ ତା’ର ସକାଳେ ଆବଶ୍ୟକ ଡ୍ରେସ୍‌, ଖାଦ୍ୟ ଆଦି ପ୍ରସ୍ତୁତ କରିବାରେ ସବୁଠୁ ଅଧିକ ସମୟ ଯାଇଥାଏ, ଯଦି ଏସବୁ ରାତିରୁ ସଜାଡ଼ି ରଖିବେ ତେବେ ସକାଳେ ଏଥିପାଇଁ ଅଯଥା ସମୟ ନଷ୍ଟ ହେବ ନାହିଁ। ଏପରି କରିବା ଦ୍ୱାରା ରୋଷେଇ ସହ ପିଲା ଓ ଘର କାମ ସରିବା ମାତ୍ରେ ସଙ୍ଗେ ସଙ୍ଗେ ଅଫିସ୍‌ ପାଇଁ ପ୍ରସ୍ତୁତ ହୋଇ ବାହାରି ପାରିବେ।
ଖୁବ୍‌ ଜରୁରୀ ଟାଇମ୍‌ ମ୍ୟାନେଜମେଣ୍ଟ: କେଉଁ କାମ କେତେବେଳେ ଏବଂ କେତେ ସମୟ ମଧ୍ୟରେ କରିବା ଦ୍ୱାରା ଦୈନନ୍ଦିନର ପ୍ରତ୍ୟେକ କାର୍ଯ୍ୟ ଠିକ୍‌ ଭାବେ ହୋଇପାରିବ, ସେଥିପାଇଁ ପ୍ରତ୍ୟେକ କର୍ମଜୀବୀଙ୍କୁ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ କରି ଜାଣିବା ଖୁବ୍‌ ଜରୁରୀ। କାରଣ ଏହାର ଅଭାବ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜାଇଥାଏ। ଆଉ ଏହାହିଁ କାର୍ଯ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବାର ମୁଖ୍ୟ କାରଣ।
ହାତରେ ସମୟ ରଖନ୍ତୁ: ଘରୁ ବାହାରିବା ପୂର୍ବରୁ ସବୁବେଳେ ହାତରେ କିଛି ସମୟ ରଖିଥାନ୍ତୁ। ଫଳରେ ବାଟରେ ଟ୍ରାଫିକ ଜାମ୍‌ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଯେପରି ଡେରି ନ ହୁଏ। ତା’ଛଡ଼ା ବିଳମ୍ବରେ ତରତର ହୋଇ ଯିବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବି ରହିଥାଏ।
ହୁଅନ୍ତୁ ସଚ୍ଚୋଟ: ବ୍ୟକ୍ତିଗତ ତଥା ପାରିବାରିକ ଜୀବନ ଭଳି କର୍ମମୟ ଜୀବନକୁ ବି ସମାନ ଗୁରୁତ୍ୱ ଦିଅନ୍ତୁ ଏବଂ ଉଭୟ କ୍ଷେତ୍ରରେ ତତ୍ପରତାର ସହ କାର୍ଯ୍ୟ କରନ୍ତୁ। ଘର ଭଳି କାର୍ଯ୍ୟକ୍ଷେତ୍ରରେ ଛୋଟ ହେଉ କି ବଡ ସମସ୍ତ କାର୍ଯ୍ୟକୁ ଯଥା ସମୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ଏକ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀର ପରିଚୟ ଦେବ।
ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ: ସବୁ କାର୍ଯ୍ୟ ଭିତରେ ନିଜର ଖାଇବା ଏବଂ ଶୋଇବା ପାଇଁ ସମୟ ବାହାର କରନ୍ତୁ। ପରିବାର ସମସ୍ତ ସଦସ୍ୟଙ୍କ ସହ ଘର କାମ ସାରିବା ପରେ ଅଧିକ ରାତି ଯାଏ ଟିଭି, ଲାପ୍‌ଟପ୍‌, ମୋବାଇଲରେ ବ୍ୟସ୍ତ ନ ରହି ଶୀଘ୍ର ଶୁଅନ୍ତୁ। ଏହାଦ୍ୱାରା ଆପଣ ଶୀଘ୍ର ଉଠି ଯଥା ସମୟରେ ସମସ୍ତ କାର୍ଯ୍ୟ ସମାପ୍ତ କରି ଅଫିସ୍‌ ଯିବାରେ କୌଣସି ଅସୁବିଧା ହେବ ନାହିଁ। ତା’ଛଡ଼ା ସନ୍ତୁଳିତ ଆହାର ଏବଂ ପର୍ଯ୍ୟାପ୍ତ ନିଦ୍ରା ଆପଣଙ୍କୁ ଦିନଯାକର କାର୍ଯ୍ୟ କରିବା ଲାଗି ସ୍ଫୁର୍ତ୍ତି ଯୋଗାଇବ।

କ’ଣ କୁହନ୍ତି ଏମାନେ…

ଟାଇମ୍‌ ମ୍ୟାନେଜ୍‌ମେଣ୍ଟକୁ ଦିଏ ଗୁରୁତ୍ୱ
ପ୍ରବୀଣା ପଟ୍ଟନାୟକ(ଅଧ୍ୟାପିକା, କ୍ଷେତ୍ରବାସୀ ମହାବିଦ୍ୟାଳୟ, ନିରାକାରପୁର)- ଜଣେ କର୍ମଜୀବୀ ମହିଳାଙ୍କ ପାଇଁ ଉଭୟ କାର୍ଯ୍ୟକୁ ଗୁରୁତ୍ୱ ଦେବା ଏବଂ ସୂଚାରୁ ରୂପେ ତୁଲାଇବା ଲାଗି ଲୋଡ଼ା ଠିକ୍‌ ଟାଇମ୍‌ ମ୍ୟାନେଜମେଣ୍ଟ। ସେଥିପାଇଁ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ନିତ୍ୟକର୍ମ ସାରି ଠାକୁର ପୂଜା କରିଥାଏ। ଏହା ପରେ ଘରର ଅନ୍ୟାନ୍ୟ କାମ ଯଥା ରୋଷେଇ, ପୁଅକୁ ଟିଫିନ୍‌ ଦେବା ସ୍କୁଲ ପାଇଁ ପ୍ରସ୍ତୁତ କରିବା, ସ୍ବାମୀଙ୍କ ପାଇଁ ଜଳଖିଆ ଏବଂ ଦ୍ୱିପ୍ରହର ଖାଦ୍ୟ ଆଦି ସଜାଡ଼ି ରଖି ୮.୩୦ ସୁଦ୍ଧା ବାହାରିଯାଏ କଲେଜ। ଘର ଭଳି ସେଠାରେ ମଧ୍ୟ ନିଷ୍ଠାର ସହ ପିଲାଙ୍କୁ ପଢ଼ାଇଥାଏ। ସନ୍ଧ୍ୟାରେ ଫେରିବା ପରେ ରୋଷେଇ ପରେ ପୁଅକୁ ପଢ଼ାଇବା, ପର ଦିନ କ୍ଲାସ ନେବା ପାଇଁ ନିଜେ ପଢ଼ିବା ଆଦି ସମସ୍ତ କାର୍ଯ୍ୟ ସାରି ୧୦.୩୦ରୁ ୧୧ଟା ସୁଦ୍ଧା ଶୋଇଥାଏ। ମୋ ମତରେ କୌଣସି ପରିସ୍ଥିତିରେ ଅଳସୁଆ ନ ହୋଇ ଏକ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରି କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେକ କାର୍ଯ୍ୟ କଲେ ଜଣେ କର୍ମଜୀବୀଙ୍କ ପାଇଁ ସବୁ କାର୍ଯ୍ୟ ସହଜ ଏବଂ ସରଳ ହୋଇପାରିବ ସେଥିରେ ସନ୍ଦେହ ନାହିଁ।

କର୍ତ୍ତବ୍ୟବୋଧ ଥିଲେ କାମ ହୁଏ ସହଜ
ନିରୋଦନଳିନୀ କର(ଅଧ୍ୟାପିକା, ମଙ୍ଗଳା ମହାବିଦ୍ୟାଳୟ, କାକଟପୁର, ପୁରୀ)-
ବିବାହିତ କିନ୍ତୁ ସ୍ବାମୀ ରୁହନ୍ତି ସୁଦୂର ଭୁଟାନରେ। ଘରେ ମା’ ବାପାଙ୍କ ବୃଦ୍ଧାବସ୍ଥାରେ ସେବା କରିବା ସହ ପୁତୁରା ଝିଆରୀଙ୍କ କଥା ବି ବୁଝିବାକୁ ପଡ଼ିଥାଏ। ଘରର ନିତ୍ୟ କାମ ସବୁ କରିବା ସହ ବେଳେବେଳେ କିଛି ଛାତ୍ରୀଛାତ୍ରଙ୍କ ଅସମାହିତ ପ୍ରଶ୍ନଗୁଡ଼ିକର ଉତ୍ତର ବି ଦେବାକୁ ପଡ଼ିଥାଏ। ତେଣୁ ପ୍ରାତଃମୁହୂର୍ତ୍ତରୁ କାମ ଆରମ୍ଭ ହୋଇଯାଏ। ନଅଟା ସୁଦ୍ଧା ପ୍ରସ୍ତୁତ ହୋଇ କଲେଜ ଯାଏ ଏବଂ ସା ସମୟରେ ଫେରିଆସେ। ସନ୍ଧ୍ୟା ପରଠାରୁ ସବୁ କାମ ସାରୁ ସାରୁ ରାତି ଦଶ। କହିବାକୁ ଗଲେ ଏହିଥିରେ ହିଁ ମୋର ଆନନ୍ଦ। ଟିଭି ସିରିଏଲ ଆଦିଠାରୁ ଦୂରରେ। ଜୀବନପଥରେ ଅନେକ ଝଡ଼ଝଞ୍ଜା ଥାଇ ବି ଆଗେଇ ଚାଲିବାର ଲକ୍ଷ୍ୟ ମୋତେ ସବୁବେଳେ ଅନୁପ୍ରାଣିତ କରିଥାଏ। ମୁଁ ଭାବେ ଯେ ମଣିଷ ଜୀବନ କ୍ଷଣିକ ଅଥଚ ମୂଲ୍ୟବାନ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ନେଇ ବଞ୍ଚତ୍ବାର ଆନନ୍ଦ ସବୁବେଳେ ଖୋଜିବା ଦରକାର। ଘରକାମ କି ଅଫିସ୍‌, ନିଜ ପାଇଁ ପାଠପଢ଼ା କିମ୍ବା ପିଲାଙ୍କୁ ପାଠ ପଢ଼େଇବା, ସବୁଥିରେ କର୍ତ୍ତବ୍ୟ ବୋଧ ଥିଲେ କାମ ସବୁ ସହଜ ହୋଇଥାଏ। ସେଇ ଭିତରେ ଅନ୍ୟମାନଙ୍କ ପାଇଁ କିଛି ବି କରିପାରିଲେ ଆତ୍ମସନ୍ତୁଷ୍ଟି ଲାଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?