ସ୍ବା ସ୍ଥ୍ୟ ସୂ ଚ ନା

ବ୍ୟସ୍ତ ରହିଲେ ମଧ୍ୟ ରାତିରେ ଶୋଇବା ସମୟ ଏପରି ସ୍ଥିର କରନ୍ତୁ, ଯେମିତି ଆପଣ ୫-୬ ଘଣ୍ଟା ଶୋଇ ପାରିବେ।
ଯିବା ପୂର୍ବରୁ ମନରେ ନକାରାତ୍ମକ ଚିନ୍ତାଧାରା ଆଦୌ ଆଣନ୍ତୁ ନାହିଁ। କାରଣ ଏହାର ସିଧାଳଖ ପ୍ରଭାବ ନିଦ୍ରା ଉପରେ ପଡିଥାଏ। ଠିକ୍‌ ଭାବରେ ନିଦ୍ରା ନ ହେବାରୁ ଅନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବାକୁ ପଡୁଛି, ତେବେ ଆଖିକୁ କିଛି ସମୟ ବିଶ୍ରାମ ଦିଅନ୍ତୁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ଆରାମ ଲାଗିଥାଏ ଏବଂ କାମ କରିବା ପ୍ରତି ଏକାଗ୍ରତା ବଢ଼ିଥାଏ।
ସକାଳେ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲନ୍ତୁ। ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ।
ଆମେ କେତେବେଳେ କେଉଁ ରୋଗ ଦ୍ୱାରା ଆକ୍ରାନ୍ତ ହେବା ତାହା ଆକଳନ କରିବା କଷ୍ଟକର। କାରଣ ବର୍ତ୍ତମାନ ପ୍ରଦୂଷିତ ପରିବେଶ ଏବଂ ଅତ୍ୟଧିକ ସାରଯୁକ୍ତ ଖାଦ୍ୟର ପ୍ରଭାବ ଆମ ଶରୀର ଉପରେ ପଡୁଛି। ତେଣୁ କାର୍ଯ୍ୟବ୍ୟସ୍ତତା ଭିତରେ ସମୟ ବାହାର କରି ନିଜ ଶରୀରର ରୋଟିନ୍‌ ଚେକ୍‌ଅପ୍‌ କରାଇ ନିଅନ୍ତୁ।
କୌଣସି ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିଲେ ଯେତେଦିନ ପର୍ଯ୍ୟନ୍ତ ଡାକ୍ତର ତାହାକୁ ଖାଇବା ପାଇଁ ପ୍ରେସକ୍ରିପସନରେ ଉଲ୍ଲେଖ କରିଛନ୍ତି, ତାହାକୁ ଅନୁସରଣ କରନ୍ତୁ। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଣ୍ଡେଲ ହୋଲ୍ଡର୍‌

ଆଲୋକର ପର୍ବ ଦୀପାବଳିରେ ଘରକୁ ସୁନ୍ଦରଭାବେ ସଜାଇବା, ଦୀପ, କ୍ୟାଣ୍ଡେଲ ଜଳାଇ ଘରକୁ ଆଲୋକମୟ କରିବାକୁ ସମସ୍ତେ ଚାହାନ୍ତି। ତେବେ ଏଥର ଦୀପାବଳିରେ କ୍ୟାଣ୍ଡେଲକୁ ଯଦି...

ମଜଭୁତ ଅସ୍ଥି ପାଇଁ..

ସାଧାରଣତଃ ବୟସ ବଢ଼ିଲେ ଅସ୍ଥିଜନିତ ସମସ୍ୟା ଦେଖାଦେଇଥାଏ। ହେଲେ ଆଜିକାଲି ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉଥିବାର ନଜିର ରହିଛି। ତେବେ ଅସ୍ଥିକୁ ଦୃଢ଼ ରଖିବା...

ପ୍ରେମ ବିବାହକୁ ରାଜିହେଉନାହାନ୍ତି କି ପରିବାର…

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ କିଛିନା କିଛି ସ୍ବପ୍ନ ଥାଏ। ତେବେ ସବୁ ସ୍ବପ୍ନ ଭିତରୁ ବାହାଘରରେ ଘର...

ରାତିରେ ଭୋକ ଲାଗିଲେ କ’ଣ ଖାଇବେ..

ବେଳେବେଳେ ରାତ୍ରିଭୋଜନ ଖାଇକି ଶୋଇଲେ ବି ରାତି ଅଧରେ ଅନେକଙ୍କୁ ଭୋକ ଲାଗିଥାଏ; ଯଦ୍ଦ୍ବାରା ସେମାନଙ୍କ ନିଦ ଭାଙ୍ଗିଯାଏ ଆଉ ସେମାନେ ରାତିରେ ଉଠି କିଛି...

ସ୍ବେଟର୍‌ ଡ୍ରେସ୍‌

ସ୍ବେଟର୍‌ ଡ୍ରେସ୍‌ ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବାରୁ ଶୀତଦିନେ ଏହାର ଚାହିଦା ଖୁବ୍‌ ବଢିଯାଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ...

ଆଇକ୍ୟାଚି ଲୁକ୍‌ ଦିଏ ନୋଜ୍‌ପିନ୍‌

ଛୋଟ ଗୋଲ୍ଡ ବଲ୍‌ କିମ୍ବା ଡାଇମଣ୍ଡ ନୋଜ୍‌ ପିନ୍‌ ସିମ୍ପଲ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଏହାକୁ ସବୁ ଆଉଟ୍‌ଫିଟ୍‌ରେ ପିନ୍ଧିଲେ ଡିସେଣ୍ଟ ଲାଗୁଥିବାରୁ ଅନେକେ...

ଲ୍ୟୁକେମିଆର ସହଜ ଚିକିତ୍ସା

ଲ୍ୟୁକେମିଆ ରୋଗୀଙ୍କ ପାଇଁ ଖୁସି ଖବର। ଏହି ରୋଗର ଏକ ସରଳ ଚିକିତ୍ସା ପ୍ରଣାଳୀ ନିକଟରେ ଉଦ୍ଭାବିତ ହୋଇଛି। ଦୀର୍ଘ ୫ବର୍ଷ ଗବେଷଣା କରି ଲଣ୍ଡନ...

କୋଭିଡ୍‌-୧୯ ଟିକା : ବୁଷ୍ଟର ଡୋଜ୍‌

ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଥିବା କୋଭିଡ୍‌-୧୯ର ଏକମାତ୍ର ପ୍ରତିକାର ହେଲା ବ୍ୟାପକ ଟିକାକରଣ। ଶରୀରରେ ପ୍ରତିରୋଧ ଶକ୍ତି ଜାତ...

Advertisement
Archives

Model This Week