ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍‌ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍‌ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ନିର୍ମିତ ସମନ୍ବିତ ପରୀକ୍ଷାଗାର, ଯାନ୍ତ୍ରିକ ଲୁଗାସଫା ଗୃହ, କର୍କଟ ରୋଗୀଙ୍କ ଉପଶମ କେନ୍ଦ୍ରକୁ ଏମ୍‌ପି ଉଦ୍‌ଘାଟନ କରିଥିଲେ ା ଏମ୍‌ପିଙ୍କ ପାଣ୍ଠି ସହାୟତାରେ କିଣା ଯାଇଥିବା ଦୁଇଟି ଆମ୍ବୁଲାନ୍ସ ଜି.ଉଦୟଗିରି ଓ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଥିଲା ା ସେହିପରି ଆରଇସିପିଡିସିଏଲ ନୂଆ ଦିଲ୍ଲୀର ସିଏସ୍‌ଆର କାର୍ଯ୍ୟକ୍ରମ ସହାୟତାରେ ବାଲିଗୁଡା ଉପଖଣ୍ଡ ଚିକିିତ୍ସାଳୟ, ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ଚିକିତ୍ସା କେନ୍ଦ୍ର, ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଲେଖାଏ ଆମ୍ବୁଲାନ୍ସ ଦିଆଯାଇଥିଲା ା ବିଗତ ଦିନରେ ୫-ଟି ଅଧିକାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ଏଠାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ଉକ୍ତ ଟଙ୍କାରେ ଏସ୍‌ସି, ଚେୟାର ଟେବୁଲ, ଆଲମିରା, ଚପଲ ଷ୍ଟାଣ୍ଡ, ହୁଇଲ ଚେୟାର, ଫ୍ୟାନ ଆଦି କିଣାଯାଇ ରୋଗୀଙ୍କ ସେବାରେ ଲଗାଯାଇଛି ା ଏସବୁକୁ ଏମ୍‌ପି ସାମନ୍ତ ବୁଲି ଦେଖିଥିଲେ। ପରେ ପାଦବିକୃତି ଅସ୍ତ୍ରୋପଚାର ହୋଇଥିବା ଶିଶୁଙ୍କୁ ଭେଟି କମ୍ବଳ ବଣ୍ଟନ କରିଥିଲେ ା କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସ୍‌ପି ପ୍ରତୀକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ ଓ ଡା.ମନୋରଞ୍ଜନ ରାଉତ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବସନ୍ତ କୁମାର ପାତ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସସ୍ମିତା ଦେବୀ, ଜିଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri