ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି ଦଳ ଶନିବାର ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ଦଳରେ ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ କୁମାର ମହାନ୍ତି, ଡାକ୍ତର ଅରୁଣ ଅଗ୍ରୱାଲ, ଡାକ୍ତର ବନ୍ଦନା ମିଶ୍ର, ଡାକ୍ତର ଆର୍‌.ଆର୍‌ ଶତପଥୀ, ପ୍ରମୋଦ କୁମାର ମିଶ୍ର ପ୍ରମୁଖ ପ୍ରଥମେ ବଡ଼ସାହି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ମା’ ଓ ଶିଶୁର କିପରି ଯନତ୍ ନିଆଯାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏ ପରି କି ଗାଁ କଲ୍ୟାଣ ସମିତି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ଦେଉଳିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ ା ଏହି ଅବସରରେ ଡାକ୍ତରଖାନାରେ ଫାଙ୍କା ପଡିଥିବା ବିଶେଷଜ୍ଞ ଡାକ୍ତର ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିବା ସହ ସମନ୍ବିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟରେ ଚାଲିଥିବା ଖେଳନା, ଚାଉଳ ଯୋଗାଣରେ ଅନିୟମିତତା ଓ କିଟ୍‌ କିଣା ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡା. ସଞ୍ଜୀବ ବଇତାଇ, ଡା. ରଞ୍ଜନ ମହାନ୍ତି, ଆୟୁଷ ଡା. ସନତ କୁମାର ଦାଶ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି...

କୁଳିଅଣା ବ୍ଲକ ଆଗରେ ଧାରଣା

କୁଳିଅଣା,୨୮ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମୁଖ୍ୟ ଦପ୍ତର ଚାନ୍ଦୁଆ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ୧୭ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ...

ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର...

ଲକ୍‌ଡାଉନ୍‌ ନ ମାନି ୨ ଗିରଫ, ବୋଲେରୋ ସହ ୬ ବାଇକ୍‌ ଜବତ

ଠାକୁରମୁଣ୍ଡା,୨୬।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ପଦକ୍ଷେପ ଆରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ବସ୍‌ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ବେତନଟୀ,୧୨ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ୧୮ ନଂ. ଜାତୀୟ ରାଜପଥର ରାଗଧା ଛକ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ...

ବହିରାଗତଙ୍କୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

କୁଆମରା,୨୯।୪(ଡି.ଏନ୍‌.ଏ.)-କରୋନା ଯୋଗୁ ବହିରାଗତଙ୍କୁୁ ନେଇ ପ୍ରଶାସନର ଚିନ୍ତା ବଢିଛି। ପୂର୍ବରୁ ବାହାର ରାଜ୍ୟ ଓ ଜିଲାକୁ ଯାଇଥିବା ଶ୍ରମିକମାନେ ଏବେ ଲୁଚିଛପି ରାତିରେ ଚାଲିଚାଲି ନିଜ...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍‌

ଖୁଣ୍ଟା,୧୨୦ା୩(ଡ଼ି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ବଡ଼ କରଞ୍ଜିଆ – ବାହାନଡା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କଠାରୁ ସ୍କୁଟି ଓ...

ଓଟ ପିଠିରେ ବସି ପ୍ରଚାର

ବାରିପଦା ଅଫିସ,୧୨ା୨: କରୋନା କଟକଣାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକାଧିକ ଲୋକଙ୍କୁ ନେଇ ସଭାସମିତି ଓ ରାଲିକୁ ବାରଣ କରାଯାଇଛି। ଫଳରେ ପ୍ରାର୍ଥୀମାନେ...

Advertisement
Archives

Model This Week