ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକଇ-ଡାକ୍ତରଖାନା ପରିଚାଳନା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସନ୍ତା ଦୁଇମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା(ଇ-ଏଚ୍‌ଏମ୍‌ଏସ୍‌) କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ସୋମବାର ଇ-ଏଚ୍‌ଏମ୍‌ଏସ୍‌ ସଂକ୍ରାନ୍ତରେ ସମୀକ୍ଷା କରି ଏହି ଯୋଜନାର ଭିତ୍ତିଭୂମି ପ୍ରସ୍ତୁତ ସହ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥ ଓ ମାନବ ସମ୍ବଳ ସମ୍ପର୍କରେ ଅବଗତ କରିବା ଲାଗି କହିଛନ୍ତି। ଏହାସହିତ ଆସନ୍ତା ୨ବର୍ଷ ମଧ୍ୟରେ ଯେଭଳି ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ, ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଦୁଇ ପ୍ରମୁଖ ଡାକ୍ତରଖାନା କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପ ଭାବେ ଇ-ଏଚ୍‌ଏମ୍‌ଏସ୍‌ କାର୍ଯ୍ୟକାରୀ ହେଉଛି। ଆସନ୍ତା ୬ମାସ ମଧ୍ୟରେ ଏହା ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ପ୍ରଥମତଃ ଏହି ଯୋଜନାରେ ରୋଗୀମାନଙ୍କର ସମସ୍ତ ସୂଚନା ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ରହିବ। ଏଥିଯୋଗୁ ସେମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନା ବାରମ୍ବାର ଦୌଡ଼ି ଟିକେଟ କାଟିବେ ନାହିଁ। ରୋଗର ସମ୍ପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ରହିଥିବା ଯୋଗୁ ଚିକିତ୍ସକମାନେ ସହଜରେ ଚିକିତ୍ସା କରିପାରିବେ। ସର୍ବୋପରି ରୋଗୀଟି ହାତରେ ଡାକ୍ତରଖାନା କାଗଜ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ିବ ନାହିଁ କି ତାହାର ସୂଚନାକୁ କେହି ଅପବ୍ୟବହାର କରିପାରିବେ ନାହିଁ। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଇ-ଏଚ୍‌ଏମ୍‌ଏସ୍‌ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହି ଯୋଜନାର ପାଇଲଟ ପ୍ରକଳ୍ପକୁ ସିଡାକ୍‌ କାର୍ଯ୍ୟକାରୀ କରୁଥିବା ବେଳେ ୩୨ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା କିଭଳି କାର୍ଯ୍ୟକାରୀ ହେବ, ସେଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ଗସ୍ତ କରି କ୍ଷେତ୍ର ପ୍ରସ୍ତୁତ କରିବାକୁ ଉକ୍ତ ସଂସ୍ଥାକୁ କୁହାଯାଇଛି।
ସୂଚନାଥାଉ କି, ଏନ୍‌ଏଚ୍‌ଏମ୍‌ ପିଆଇପିରେ ୨୦୧୮-୧୯ରେ ୪୦୩ ପ୍ରକଳ୍ପ ପାଇଁ ୧୪୪କୋଟି ୬ଲକ୍ଷ ୧୬ହଜାର ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୧୨୧କୋଟି ୭୦ଲକ୍ଷ ୧୬ହଜାର ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ୨୦୧୯-୨୦ରେ ୭୧ ପ୍ରକଳ୍ପ ପାଇଁ ୧୪୭କୋଟି ୭୧ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୮୧କୋଟି ୮୬ଲକ୍ଷ ୬୦ହଜାର ଟଙ୍କା ମଞ୍ଜୁର ହୋଇଛି। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଯୋଜନାରେ ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ୬୯ ପ୍ରକଳ୍ପ ଲାଗି ୭୭କୋଟି ୨୫ଲକ୍ଷ ୩୪ହଜାର ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ଯୋଜନାରେ ୨୦୧୮-୧୯ରେ ୪୩୩୭ ପ୍ରକଳ୍ପ ଲାଗି ୬୨୫କୋଟି ଓ ୨୦୧୯-୨୦ରେ ୮୯୭୨ ପ୍ରକଳ୍ପ ଲାଗି ୫୭୨କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହି ଦୁଇ ଆର୍ଥତ୍କ ବର୍ଷରେ ଏହିସବୁ ପ୍ରକଳ୍ପ ଲାଗି ୬୯୭କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ୨୦୧୯-୨୦ ବର୍ଷରେ ୪୩୩ ପ୍ରକଳ୍ପ ଲାଗି ୬୩୦କୋଟି ୨୧ଲକ୍ଷ ୮୬ହଜାର ଟଙ୍କା ଅନୁମୋଦନ କରିଥିବା ବେଳେ ସେଥିରୁ ୯୪କୋଟି ୫୩ଲକ୍ଷ ୨୮ହଜାର ଟଙ୍କା ମଞ୍ଜୁର ହୋଇଛି। ତେବେ ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଯେଭଳି ଧାର୍ଯ୍ୟ ସମୟ ମଧ୍ୟରେ ସରିବ, ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଆସନ୍ତା ୧୦୦ଦିନ ମଧ୍ୟରେ କେଉଁସବୁ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ, ତାହାର ତାଲିକା ଦେବାକୁ କହିଛନ୍ତି। ଅର୍ଥ ମଞ୍ଜୁର ପରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ, ତାହା ତୁରନ୍ତ ଆରମ୍ଭ କରିବା ସକାଶେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ, ବିଭାଗ ସ୍ବତନ୍ତ୍ର ସଚିବ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିର୍ଦ୍ଦେଶକ, ଏସ୍‌ସିବିର ଡିନ୍‌ ତଥା ପ୍ରିନ୍ସପାଲଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri