‘ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସ କର୍ମଚାରୀଙ୍କୁ ସୁବିଧା ଦିଆଯାଉ’

ବାରିପଦା ଅଫିସ, ୨୯ା୩- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ପ୍ରକାଶ ପାଇଛି। ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ଏଭଳି ପ୍ରତିକୂଳ ସମୟରେ ଡାକ୍ତର, ପାରା ମେଡ଼ିକାଲ୍‌ ଷ୍ଟାଫ୍‌, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମର କାର୍ଯ୍ୟ ପ୍ରଶଂସନୀୟ। ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଆଗୁଆ ୩ ମାସର ଦରମା ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ସରକାରଙ୍କ ଏଭଳି ଘୋଷଣାକୁ ଜିଲାର ସମସ୍ତ ପୋଲିସ କର୍ମଚାରୀ ସ୍ବାଗତ କରିଛନ୍ତି। ମାତ୍ର ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି ସରକାରଙ୍କ ପ୍ରତିଟି ପଦକ୍ଷେପକୁ ସଫଳ ରୂପାୟନ ଦେବାରେ ଦିନ ରାତି ପୋଲିସ କର୍ମଚାରୀମାନେ କାର୍ଯ୍ୟ କରି ଆସୁଛନ୍ତି। ପୋଲିସ କର୍ମଚାରୀଙ୍କ ନିଷ୍ଠାବାନ ସେବା ପାଇଁ ଲକଡାଉନ ସଫଳ ହୋଇପାରିଥିବା ବେଳେ ସଂକ୍ରମଣକୁ ରୋକାଯାଉଛି ବୋଲି ପୋଲିସ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ପୋଲିସ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭଳି ଅନୁରୂପ ଭାବରେ ୩ ମାସର ଆଗୁଆ ଦରମା, ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିବା ପାଇଁ ମୟୂରଭଞ୍ଜ ଜିଲା ପୋଲିସ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତୁରନ୍ତ ଏହି ଦାବି ପୂରଣ କରିବାକୁ ପୂର୍ବତନ ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ପ୍ରମୋଦ କୁମାର ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଟଙ୍କା ହେରଫେର ଉଦ୍ୟମ

ଅନୁଗୋଳ ଅଫିସ, ୧୩ା୧୦: ଅନୁଗୋଳ ଜିଲା ତାଳଚେର ପୌରପାଳିକାର ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ) ଏକ ପୋଖରୀ ପୁନରୁଦ୍ଧାର ବିଲ୍‌ରେ ୮ ଲକ୍ଷ ଟଙ୍କା ହେରଫେର କରିବାକୁ...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ

ରୂପ୍‌ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି...

ଟଙ୍କା ଓ ଚାଉଳ ନେବାକୁ ହଇରାଣ

ରଣପୁର,୬ା୪(ସ୍ବ.ପ୍ର.): କରୋନା ପାଇଁ ସହାୟତା ଅର୍ଥ ପାଇବା ଲାଗି ରାଶନ କାର୍ଡଧାରୀଙ୍କୁ ଡିଲରଙ୍କ ପାଖକୁ ଦୁଇଥର ଦୌଡିବାକୁ ପଡୁଛି। ଥରେ ଟଙ୍କା ପାଇଁ ଓ ପୁଣି...

ଘାଇରୁ ପାଣି ନେବାକୁ କେନ୍ଦ୍ର କରି ୨ ଗ୍ରାମବାସୀ ମୁହଁ।ମୁହିଁ

ବୁଗୁଡ଼ା,୧୨ା୮(ଡି.ଏନ୍‌.ଏ.)- ଘାଇରୁ ପାଣି ନେବାକୁ କେନ୍ଦ୍ରକରି ଦୁଇ ଗ୍ରାମବାସୀ ମୁହଁ।ମୁହିଁ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚତ୍ ସମାଧାନ କରିଛନ୍ତି। ଏଭଳି ଘଟଣା ଘଟିଛି ବୁଗୁଡା...

ମଦ ଧରପଗଡବେଳେ ପୋଲିସକୁ ଟାଙ୍ଗିଆରେ ଆକ୍ରମଣ, ଦମ୍ପତି ଗିରଫ

ପାଟପୁର,୫ା୭- ମଦ ଧରଗପଡରେ ଯାଇଥିବା ପାଟପୁର ଥାନା ଏସ୍‌ଆଇ ଶୁଭ୍ରଜିତ୍‌ ସାମନ୍ତରାଙ୍କୁ ଶୁକ୍ରବାର ରାତିରେ ଜନୈକ ଦମ୍ପତି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ଏସ୍‌ଆଇ ସାମନ୍ତରାଙ୍କ...

ମାଟି ମୂର୍ତ୍ତିର କମିଛି, ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ବଢ଼ିଛି ଚାହିଦା

ପାରଳାଖେମୁଣ୍ଡି,୨୫ା୮ (ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କଞ୍ଚା ମାଟିରେ ତିଆରି ମୂର୍ତ୍ତୀ ବ୍ୟବସାୟ କ୍ରମଶଃ କମୁଥିବାବେଳେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଚାହିଦା...

ବାଲେଶ୍ୱରକୁ ଆସିଲେ ପଙ୍ଗପାଳ: ନଷ୍ଟ କଲେଣି ବ୍ୟାପକ ଗଛପତ୍ର, ଲୋକେ ଭୟଭୀତ

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଜିଲା ଔପଦା ବ୍ଲକ ବଉଳଗଡ଼ିଆସ୍ଥିତ ପାହାଡ଼ ପାଦଦେଶରେ ରବିବାର ପୂର୍ବାହ୍ନରେ ହଜାର ହଜାର ପଙ୍ଗପାଳ ଦେଖିବାକୁ ମିଳିଛି। ଦେଶରେ ଗୋଟିଏ ପରେ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା...

Advertisement
Archives

Model This Week