ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା

ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଏବେ ଆଗେଇ ଚାଲିଛି। ଜୁଲାଇ ୬ ତାରିଖ ସୁଦ୍ଧା ଜିଲାରେ ୧୪୦.୯୫ ମିଲିମିଟର ବର୍ଷା ହୋଇଛି। ସ୍ବାଭାବିକଠାରୁ ଅଧିକ ବର୍ଷା ଯୋଗୁଁ ଚାଷୀ ମୁହଁରେ ହସ ଫୁଟାଇଛି। ଚାଷୀ ଧାନ ବୁଣା ଓ ତଳି ପକା କାର୍ଯ୍ୟରେ ଲାଗିଛନ୍ତି। କୃଷି ବିଭାଗର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୫ ହଜାର ହେକ୍ଟର ଜମିରେ ଧାନ ବୁଣା ସରିଥିବା ବେଳେ ୧୨ ଶହ ହେକ୍ଟର ଜମିରେ ତଳି ପଡିଛି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର କେତେକ ସ୍ଥାନରେ ଚାଷୀ ପହ୍ଲା ରୋଇବାକୁ କ୍ଷେତ ସଜାଡିବାରେ ଲାଗିଛନ୍ତି। ଆଗକୁ ସ୍ବାଭାବିକ ବର୍ଷା ହେଲେ ଭଲ ଅମଲ ହେବ ବୋଲି ଚାଷୀ ଏଥର ଆଶା ବାନ୍ଧିଛି ।
କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୧ଲକ୍ଷ ୩୫ହଜାର ୪୧୫ହେକ୍ଟର କୃଷି ଜମି ମଧ୍ୟରୁ ଖରିଫ ଋତୁରେ ୧ଲକ୍ଷ ୩୦ହଜାର ୧୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୧ଲକ୍ଷ ୨ହଜାର ୧୩୫ହେକ୍ଟର ଜମିରେ ଖରିଫ ଧାନ ଚାଷ ଓ ୨୮ହଜାର ୧୫ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରହିଛି। ଜିଲାର ବିନିକା ଓ ଡୁଙ୍ଗୁରୁପାଲି ବ୍ଲକ ସାଧାରଣତଃ ହୀରାକୁଦ ଜଳସେଚିତ ହୋଇଥିବା ବେଳେ ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଣଜଳସେଚିତ। ଫଳରେ ବର୍ଷା ଉପରେ ନିର୍ଭର କରି ଏହି ୪ଟି ବ୍ଲକର ଚାଷୀମାନେ ଖରିଫ ଚାଷ କରିଥାନ୍ତି। ଖରିଫ ଋତୁର ଆରମ୍ଭ ଅର୍ଥାତ୍‌ ଜୁନ୍‌ ମାସରୁ ସେମାନେ କ୍ଷେତ ପ୍ରସ୍ତୁତ ପାଇଁ ବର୍ଷାକୁ ଚାଷୀ ଚାହିଁ ରହିଥିଲେ। ମୌସୁମୀ ବିଳମ୍ବିତ ହୋଇଥିଲେ ହେଁ ଲଘୁଚାପ ବର୍ଷା ପରେ ଚିତ୍ର ବଦଳିଛି। ତେଣୁ ନିର୍ଦ୍ଧାରିତ ସମୟରେ ରୁଆ ଓ ବେଉଷଣ କାର୍ଯ୍ୟ ସରିବା ନେଇ ଚାଷୀ ଆଶା ବାନ୍ଧିଛି। ଅଗଷ୍ଟ ମାସରେ ମୁଗ ଓ ବିରି ଚାଷ କାର୍ଯ୍ୟ ପାଇଁ ଚାଷୀ ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ବିନିକା ବ୍ଲକ ମହୁଲପାଲି ଅଞ୍ଚଳର ଚାଷୀ ଟିକେଶ୍ୱର ଦନ୍ତା କୁହନ୍ତି ଆମେ ବର୍ଷା ଅପେକ୍ଷାରେ ଥିଲୁ । ଜୁନ୍‌ ପ୍ରଥମ ସପ୍ତାହର ବର୍ଷା ବହୁତ କାମରେ ଆସିଲା । ଏବେ ଆମେ କ୍ଷେତ ପ୍ରସ୍ତୁତ କରି ତଳି ପକାଉଛୁ । ସେହିପରି ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲି ଗ୍ରାମର ଆଗୁଆ ଚାଷୀ ମଧୁସୂଦନ ମିଶ୍ର କୁହନ୍ତି ବର୍ଷା ହେଲା ବହୁତ ଭଲ ଲାଗୁଛି। ଧାନ ବିହନ ବୁଣିଥିଲୁ, ତଳି ମଧ୍ୟ ପକାଇଛୁ । ଏଭଳି ସମୟ ଉପଯୋଗୀ ବର୍ଷା ଜାରି ରହିଲେ ଏଥର ଭଲ ଫସଲ ଫଳିବ । ତେବେ ଅଧିକ ଅମଳକ୍ଷମ ଧାନ ଚାଷକୁ ଚାଷୀ ଗୁରୁତ୍ୱ ଦେଉଥିଲା ବେଳେ ସରକାର ବିହନ ଯୋଗାଇବାକୁ ବିଫଳ ହୋଇଛନ୍ତି। ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଚଳିତ ବର୍ଷ ଧାନ ବିହନ ବିକ୍ରି କରିନାହାନ୍ତି। ଚାଷୀ ଏଥିଯୋଗୁଁ ହଇରାଣ ହୋଇଛନ୍ତି । ବେସରକାରୀ କମ୍ପାନୀଠାରୁ ଚାଷୀ ଚଢା ଦରରେ ବିହନ କିଣିବାକୁ ବାଧ୍ୟ ହୋଇଛି । ଜିଲାକୁ ୨୩ହଜାର ୬୦୦କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ ସରକାର କେବଳ ୯ହଜାର ୨୦୦କୁଇଣ୍ଟାଲ ବିହନ ଯୋଗାଇଛନ୍ତି। ପୂଜା ବିହନର ଚାହିଦା ଥିବା ବେଳେ ଏହି ବିହନ ମିଳୁନି । ସେହିପରି ୧୬ ହଜାର ୬୦୦ମେଟ୍ରିକ୍‌ ଟନ୍‌ ସାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ହଜାର ୬୧୨ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଛି। ୟୁରିଆ ସାର ୭୦୦୦ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ୪ହଜାର ୭୩୦ମେଟ୍ରିକ୍‌ ଟନ ଆସିଛି। କିନ୍ତୁ ଆବଶ୍ୟକ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଉଛି। ଏ ସମ୍ପର୍କରେ ଜିଲା କୃଷି ଉପ ନିର୍ଦ୍ଦେଶକ ସନ୍ତୋଷ ଜେନା କୁହନ୍ତି, ବିହନ ଓ ସାର ଅଭାବ ଜନିତ ସମସ୍ୟା ନାହିଁ। ବର୍ଷା ଉପଯୋଗୀ ସାବ୍ୟସ୍ତ ହୋଇଛି । ପାଗ ଏଭଳି ଅନୁକୂଳ ରହିଲେ ଏବେ ଚାଷ କାର୍ଯ୍ୟ ବେଶ ଆଗେଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଛାତରୁ ଡେଇଁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ରୁଜୁ ହେଲା ହାଜତ ମୃତ୍ୟୁ ମାମଲା

ବୀରମହାରାଜପୁର, ୩୦ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନାରେ ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥିବାବେଳେ ଛାତ ଉପରୁ ଡେଇଁ ପ୍ରାଣ ହରାଇଥିବା ଘଟଣା ଏବେ...

ସରକାରୀ ରାଜକୋଷ ଲୁଟ୍‌ ଯୋଜନା

ସମ୍ବଲପୁର,୨୩ା୧୨(ବ୍ୟୁରୋ): ଏନ୍‌ଏଚ୍‌ଏଆଇ ପକ୍ଷରୁ ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ନେକଲେସ ରାସ୍ତା ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ୩ (ଏ) ନୋଟିସ...

ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି...

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

କୁଚିଣ୍ଡା,୧୨ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ମହୁଲପାଲି ଥାନା ଜରାବଗା ପଞ୍ଚାୟତ ସରକାରୀ ହାଇସ୍କୁଲ ଛାତ ଉପରେ ଶୁକ୍ରବାର ଅପରାହ୍ନରେ ୨ଟି ବଡ଼ ଗଛ ଉପୁଡି...

ଦିନୁଦିନ୍‌କେ ଫିକାପଡୁଛେ ରଜ ମଉଜ

ଭବାନୀପାଟଣା,୧୬।୬(ଡି.ଏନ୍‌.ଏ):  ଓଡ଼ିଶାରେ ବାରମାସେ ତେର ପରବ୍‌ ପାଲନ ହେସି। ଏନ୍‌ତା କି ଆମର ପରବ୍‌ ପରବାନୀ ଧରମ୍‌ ଆର ପଉରାନିକ୍‌ କଥାବସ୍ତୁ ଉପରେ ରହିଛେ। ଇ...

ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା

କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି...

ତଲାବିରା କୋଇଲା ଖଣିରୁ ମିଳିମିଶି ଲୁଟୁଛନ୍ତି

ସମ୍ବଲପୁର,୧୬ା୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ପ୍ରଧାନପାଲି ନିକଟରେ ବୁଧବାର ଏକ କୋଇଲା ବୋଝେଇ ଟ୍ରକ୍‌କୁ ଚୋରା ଚାଲାଣ ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସ...

ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର,୨୧ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲିଥାନା ସୁନାପାଲି ଗଅନ୍ତିଆପଡାରେ ଏକ ଘରୁ ମା’ ସାଜିଆ ପରବିନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ଘଟଣାରେ ରବିବାର ପୋଲିସ...

Advertisement
Archives

Model This Week