ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା

ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଏବେ ଆଗେଇ ଚାଲିଛି। ଜୁଲାଇ ୬ ତାରିଖ ସୁଦ୍ଧା ଜିଲାରେ ୧୪୦.୯୫ ମିଲିମିଟର ବର୍ଷା ହୋଇଛି। ସ୍ବାଭାବିକଠାରୁ ଅଧିକ ବର୍ଷା ଯୋଗୁଁ ଚାଷୀ ମୁହଁରେ ହସ ଫୁଟାଇଛି। ଚାଷୀ ଧାନ ବୁଣା ଓ ତଳି ପକା କାର୍ଯ୍ୟରେ ଲାଗିଛନ୍ତି। କୃଷି ବିଭାଗର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୫ ହଜାର ହେକ୍ଟର ଜମିରେ ଧାନ ବୁଣା ସରିଥିବା ବେଳେ ୧୨ ଶହ ହେକ୍ଟର ଜମିରେ ତଳି ପଡିଛି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର କେତେକ ସ୍ଥାନରେ ଚାଷୀ ପହ୍ଲା ରୋଇବାକୁ କ୍ଷେତ ସଜାଡିବାରେ ଲାଗିଛନ୍ତି। ଆଗକୁ ସ୍ବାଭାବିକ ବର୍ଷା ହେଲେ ଭଲ ଅମଲ ହେବ ବୋଲି ଚାଷୀ ଏଥର ଆଶା ବାନ୍ଧିଛି ।
କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୧ଲକ୍ଷ ୩୫ହଜାର ୪୧୫ହେକ୍ଟର କୃଷି ଜମି ମଧ୍ୟରୁ ଖରିଫ ଋତୁରେ ୧ଲକ୍ଷ ୩୦ହଜାର ୧୫୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୧ଲକ୍ଷ ୨ହଜାର ୧୩୫ହେକ୍ଟର ଜମିରେ ଖରିଫ ଧାନ ଚାଷ ଓ ୨୮ହଜାର ୧୫ ହେକ୍ଟର ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ରହିଛି। ଜିଲାର ବିନିକା ଓ ଡୁଙ୍ଗୁରୁପାଲି ବ୍ଲକ ସାଧାରଣତଃ ହୀରାକୁଦ ଜଳସେଚିତ ହୋଇଥିବା ବେଳେ ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଅଣଜଳସେଚିତ। ଫଳରେ ବର୍ଷା ଉପରେ ନିର୍ଭର କରି ଏହି ୪ଟି ବ୍ଲକର ଚାଷୀମାନେ ଖରିଫ ଚାଷ କରିଥାନ୍ତି। ଖରିଫ ଋତୁର ଆରମ୍ଭ ଅର୍ଥାତ୍‌ ଜୁନ୍‌ ମାସରୁ ସେମାନେ କ୍ଷେତ ପ୍ରସ୍ତୁତ ପାଇଁ ବର୍ଷାକୁ ଚାଷୀ ଚାହିଁ ରହିଥିଲେ। ମୌସୁମୀ ବିଳମ୍ବିତ ହୋଇଥିଲେ ହେଁ ଲଘୁଚାପ ବର୍ଷା ପରେ ଚିତ୍ର ବଦଳିଛି। ତେଣୁ ନିର୍ଦ୍ଧାରିତ ସମୟରେ ରୁଆ ଓ ବେଉଷଣ କାର୍ଯ୍ୟ ସରିବା ନେଇ ଚାଷୀ ଆଶା ବାନ୍ଧିଛି। ଅଗଷ୍ଟ ମାସରେ ମୁଗ ଓ ବିରି ଚାଷ କାର୍ଯ୍ୟ ପାଇଁ ଚାଷୀ ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ବିନିକା ବ୍ଲକ ମହୁଲପାଲି ଅଞ୍ଚଳର ଚାଷୀ ଟିକେଶ୍ୱର ଦନ୍ତା କୁହନ୍ତି ଆମେ ବର୍ଷା ଅପେକ୍ଷାରେ ଥିଲୁ । ଜୁନ୍‌ ପ୍ରଥମ ସପ୍ତାହର ବର୍ଷା ବହୁତ କାମରେ ଆସିଲା । ଏବେ ଆମେ କ୍ଷେତ ପ୍ରସ୍ତୁତ କରି ତଳି ପକାଉଛୁ । ସେହିପରି ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲି ଗ୍ରାମର ଆଗୁଆ ଚାଷୀ ମଧୁସୂଦନ ମିଶ୍ର କୁହନ୍ତି ବର୍ଷା ହେଲା ବହୁତ ଭଲ ଲାଗୁଛି। ଧାନ ବିହନ ବୁଣିଥିଲୁ, ତଳି ମଧ୍ୟ ପକାଇଛୁ । ଏଭଳି ସମୟ ଉପଯୋଗୀ ବର୍ଷା ଜାରି ରହିଲେ ଏଥର ଭଲ ଫସଲ ଫଳିବ । ତେବେ ଅଧିକ ଅମଳକ୍ଷମ ଧାନ ଚାଷକୁ ଚାଷୀ ଗୁରୁତ୍ୱ ଦେଉଥିଲା ବେଳେ ସରକାର ବିହନ ଯୋଗାଇବାକୁ ବିଫଳ ହୋଇଛନ୍ତି। ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଚଳିତ ବର୍ଷ ଧାନ ବିହନ ବିକ୍ରି କରିନାହାନ୍ତି। ଚାଷୀ ଏଥିଯୋଗୁଁ ହଇରାଣ ହୋଇଛନ୍ତି । ବେସରକାରୀ କମ୍ପାନୀଠାରୁ ଚାଷୀ ଚଢା ଦରରେ ବିହନ କିଣିବାକୁ ବାଧ୍ୟ ହୋଇଛି । ଜିଲାକୁ ୨୩ହଜାର ୬୦୦କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା ବେଳେ ସରକାର କେବଳ ୯ହଜାର ୨୦୦କୁଇଣ୍ଟାଲ ବିହନ ଯୋଗାଇଛନ୍ତି। ପୂଜା ବିହନର ଚାହିଦା ଥିବା ବେଳେ ଏହି ବିହନ ମିଳୁନି । ସେହିପରି ୧୬ ହଜାର ୬୦୦ମେଟ୍ରିକ୍‌ ଟନ୍‌ ସାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ହଜାର ୬୧୨ମେଟ୍ରିକ୍‌ ଟନ୍‌ ସାର ଯୋଗାଇ ଦିଆଯାଇଛି। ୟୁରିଆ ସାର ୭୦୦୦ମେଟ୍ରିକ୍‌ ଟନ୍‌ ଆବଶ୍ୟକ ଥିବା ବେଳେ ୪ହଜାର ୭୩୦ମେଟ୍ରିକ୍‌ ଟନ ଆସିଛି। କିନ୍ତୁ ଆବଶ୍ୟକ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଉଛି। ଏ ସମ୍ପର୍କରେ ଜିଲା କୃଷି ଉପ ନିର୍ଦ୍ଦେଶକ ସନ୍ତୋଷ ଜେନା କୁହନ୍ତି, ବିହନ ଓ ସାର ଅଭାବ ଜନିତ ସମସ୍ୟା ନାହିଁ। ବର୍ଷା ଉପଯୋଗୀ ସାବ୍ୟସ୍ତ ହୋଇଛି । ପାଗ ଏଭଳି ଅନୁକୂଳ ରହିଲେ ଏବେ ଚାଷ କାର୍ଯ୍ୟ ବେଶ ଆଗେଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri