ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ମଙ୍ଗଳବାର ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମରଶରୀରକୁ ମାର୍କଣ୍ଡେଶ୍ୱର ସାହି ଯମୁନା ଲେନ୍‌ସ୍ଥିତ ବାସଭବନକୁ ଅଣାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରରେ ଜାତୀୟ ପତାକା ରଖାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବର୍ଗଦ୍ୱାରରେ ମୃତଦେହ ସଂସ୍କାର ସମ୍ପନ୍ନ ହୋଇଥିଲା। ବଡଝିଅ ଜ୍ୟୋତ୍ସ୍ନା ନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ୱାରରେ ଉପଜିଲାପାଳ ଭବତାରଣ ସାହୁ, ତହସିଲଦାର ଆଶିଷ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ସ୍ବର୍ଗତ ନାୟକ ୧୯୨୧ରେ ବ୍ରହ୍ମଗିରି ବ୍ଲକର କାଣ୍ଡଗୋଦାଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରୁ ସେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୪୨ ମସିହାରେ ରେଭେନ୍ସା କଲେଜରେ ପଢୁଥିବାବେଳେ ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ କଟକ ମେଡିକାଲ ହତା ଦେଇ ଯାଉଥିବା ଛାତ୍ର ଶୋଭାଯାତ୍ରାର ପୁରୋଭାଗରେ ରହି ପୋଲିସ ଲାଠିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ କଲେଜରୁ ବହିଷ୍କୃତ ହେବାକୁ ପଡ଼ିିଥିଲା। ୧୯୪୨ରୁ ୧୯୪୫ ମସିହା ଯାଏ ଅଟକ ବନ୍ଦୀ ଭାବେ ସେ ପୁରୀ ଏବଂ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ମଧ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁରୁଜରେ ବିଦ୍ୟାଦାତ୍ରୀ

ପୁରୁଣା ଭୁବନେଶ୍ୱର,୩୦ା୧(ଡି.ଏନ.ଏ.): ବିଦ୍ୟା, କଳା, ସାହିତ୍ୟ ଓ ସ୍ବର ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଛି। ସ୍କୁଲ, କଲେଜ, ବିଭିନ୍ନ...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରି ସସ୍‌ପେଣ୍ଡ ହେଲେ ୪ ଏଏନ୍‌ଏମ୍‌

ପୁରୀ ଅଫିସ, ୨୯।୧୨: ପୁରୀ ଶ୍ରୀମନ୍ଦିରକୁ ବିନା ଅନୁମତିରେ ପ୍ରବେଶ କରିବା ଏଏନ୍‌ଏମ୍‌ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ୱରେ ଥିବା ୪...

ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼

ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି...

ସମିତି ବୈଠକରେ ହଟ୍ଟଗୋଳ

ହିନ୍ଦୋଳ,୪।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସମସ୍ୟା ସମାଧାନ ହେଉ ନ ଥିବା...

ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର...

ବନ୍ଦ କୋଠରିରୁ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ପାରଳାଖେମୁଣ୍ଡି,୩୧ା୭(ଡି.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁରଠାରେ ଏକ ବନ୍ଦ କୋଠରିରୁ ଜଣେ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ତେବେ ଘରେ କେହି...

ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ...

Advertisement
Archives

Model This Week