Posted inଖେଳ

ସ୍ବସ୍ତିକ, ସତ୍ୟେନ୍ଦ୍ର, ଅନନ୍ତଙ୍କୁ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଯୁବ କ୍ରିକେଟର ସ୍ବସ୍ତିକ ସାମଲ ଏବଂ ରାଜ୍ୟର ଦୁଇ ଜଣାଶୁଣା ଅମ୍ପାୟର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ଚଳିତ ବର୍ଷର ସରୋଜ ମହାସୁଆର ସ୍ମୃତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପ୍ରଦାନର ଧାରା ଗତ ୧୬ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ସ୍ବସ୍ତିକ ଯୁବ କ୍ରିକେଟର ଅଫ୍‌ ଦି ଇୟର ଏବଂ ସତ୍ୟେନ୍ଦ୍ର ଓ ଅନନ୍ତ ଯୁଗ୍ମଭାବେ ଶ୍ରେଷ୍ଠ ଅମ୍ପାୟର ପୁରସ୍କାର ପାଇବେ। ସରୋଜ ମହାସୁଆର ସ୍ମୃତି କମିଟି ଏବଂ ବରିଷ୍ଠ କ୍ରୀଡ଼ା ଖବରଦାତାଙ୍କୁ ନେଇ ଗଠିତ ଚୟନ କମିଟି ଏହି ୩ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିଛି। ଚଳିତମାସ ୧୫ ତାରିଖରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌କ୍ଲବ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ପ୍ରକାଶ କରିଛନ୍ତି। ୨୦୧୬-୧୭ ସିଜନରୁ ଓଡ଼ିଶା ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ସ୍ବସ୍ତିକ ଭାରତୀୟ ଯୁବ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି କରିଛନ୍ତି। କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପାଇଁ ସେ ଜେଡ୍‌ସିଏ ଏବଂ ଏନ୍‌ସିଏ ଶିବିରକୁ ଡାକରା ପାଇଛନ୍ତି। ଗତ ସିଜନରେ ସେ ୪୫୨ ରନ କରି ରାଜ୍ୟର ଅଗ୍ରଣୀ ସ୍କୋରର ହୋଇଥିଲେ। ଏଥିପାଇଁ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ) ଡାକରା ପାଇବା ସହ ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ସ୍ଥାନ ପାଇଥିଲେ। ସିନିୟର ବର୍ଗରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ରାଜ୍ୟ ଭିନୁ ମଙ୍କଡ ଓ କୁଚ୍‌ବିହାର ଟ୍ରଫିରେ ଦଳର ନେତୃତ୍ୱ ନେଇଥିଲେ। ୨୩ ବର୍ଷରୁ କମ୍‌ ସି.କେ.ନାଇଡୁ ଦଳରୁ ମଧ୍ୟ ଖେଳିଥିଲେ। ରାଉରକେଲା ଛେଣ୍ଡ କଲୋନୀର ମଧୁସ୍ମିତା ଓ ପୀୟୂଷ ପ୍ରକାଶ ସାମଲଙ୍କ ପୁଅ ସ୍ବସ୍ତିକ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଭାବେ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛନ୍ତି।
ସତ୍ୟେନ୍ଦ୍ର ଓ ଅନନ୍ତ ଗତ ୩ ଦଶନ୍ଧୀଧରି ରାଜ୍ୟରେ କ୍ରିକେଟ ଅମ୍ପାୟରିଂ କରି ଆସୁଛନ୍ତି। ନିମାପଡ଼ାର ୫୪ ବର୍ଷୀୟ ସତ୍ୟେନ୍ଦ୍ର ୧୯୯୨ରୁ ଏବଂ ଭୁବନେଶ୍ୱରର ୪୯ ବର୍ଷୀୟ ଅନନ୍ତ ୧୯୯୦ରୁ ଅମ୍ପାୟରିଂ କରି ଆସୁଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନର ପ୍ୟାନେଲ ଅମ୍ପାୟରଭାବେ ଉଭୟ ଆନ୍ତଃଜିଲା, ଆନ୍ତଃମହାବିଦ୍ୟାଳୟ, ରାଜ୍ୟସ୍ତରୀୟ, ସର୍ବଭାରତୀୟ ପ୍ରତିଯୋଗିତା ଗୁଡ଼ିକରେ ମ୍ୟାଚ ପରିଚାଳନା କରିବାର ଦକ୍ଷତା ରଖିଛନ୍ତି। ଯୁବ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପୂର୍ବରୁ ୨୦୦୪ରେ ଦୀପକ ମଙ୍ଗରାଜ, ୨୦୦୫ରେ ପରେଶ ପଟେଲ, ୨୦୦୬ରେ ଆତିଶ ଜେନା, ୨୦୦୭ରେ ଆଲୋକ ସାହୁ-ଆଲୋକ ମଙ୍ଗରାଜ, ୨୦୦୮ରେ ହଳଧର ଦାସ, ୨୦୦୯ରେ ବସନ୍ତ ମହାନ୍ତି, ୨୦୧୦ରେ ନଟରାଜ ବେହେରା, ୨୦୧୧ରେ ସୌମେନ୍ଦ୍ର ଦାସ, ୨୦୧୨ରେ ମାଧୁରୀ ମେହେଟା, ୨୦୧୩ରେ ରୋଶନାରା ପରବିନ, ୨୦୧୪ରେ ସ୍ବାଗତିକା ରଥ, ୨୦୧୫ରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ୨୦୧୬ରେ ରଣଜୀତ ସିଂ, ୨୦୧୭ରେ ପ୍ରୀତ ସିଂ କନଓ୍ବର ଏବଂ ୨୦୧୮ରେ ରଘୁନାଥ ମଲ୍ଲ ପାଇଥିଲେ। ସେହିପରି ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନ୍ସିସ, ବିଭୂ ଶତପଥୀ, ପରାସର ବିଶ୍ୱାଳ, ଚଣ୍ଡିପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବୀତ୍ର ପ୍ରଧାନ, ଶରତ କୁମାର ସାହୁ, ନିର୍ମଳ ମିଶ୍ର ପୂର୍ବରୁ ଶ୍ରେଷ୍ଠ ଅମ୍ପାୟର ପୁରସ୍କାର ହାସଲ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜଣାଶୁଣା ଅମ୍ପାୟର ସରୋଜ ମହାସୁଆର ୨୦୦୨ରେ କଟକରେ ଆନ୍ତଃଜିଲା ପ୍ରତିଯୋଗିତାରେ ଏକ ମ୍ୟାଚ ପରିଚାଳନା କରି ଭୁବନେଶ୍ୱର ଫେରୁଥିବାବେଳେ ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri