ସ୍ବଳ୍ପ ବୃଷ୍ଟି: ଚାଷୀ ଆନନ୍ଦିତ: ଜମିରେ ଚାଲିଛି ତଳି ରୁଆ କାର୍ଯ୍ୟ

ନୟାଗଡ଼ ଅଫିସ,୨୭।୭: ଶ୍ରାବଣ ମାସର ୧୦ ଦିନ ବିତିଗଲାଣି। ବର୍ଷା ଯେଉଁଭଳି ଭାବେ ହେବା କଥା ନ ହେବାରୁ ଡହଡ଼ହ ଖରାରେ ଜମି ଫାଟି ଅଁା କରିଥିଲା। ଏହି ସମୟରେ ଗୁରୁବାର ହୋଇଥିବା ବର୍ଷା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ଗୋଟିଏ ଦିନ ବର୍ଷା ହେବା ଫଳରେ ଏବେ ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ସେମାନଙ୍କ ଜମିରେ ଚାଷ କାର୍ଯ୍ୟ କରିବାରେ ଲାଗି ପଡ଼ିଛନ୍ତି। ବହୁ ଦିନ ଧରି ଜମିରେ ପାଣି ନ ଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିଲା। ବର୍ଷା ହେବା ଫଳରେ ସବୁ କାର୍ଯ୍ୟ ଛାଡ଼ି ଚାଷୀମାନେ ବର୍ତ୍ତମାନ ତଳି ଉପାଡ଼ିବା ଓ ରୁଆ କାର୍ଯ୍ୟରେ ଲାଗିପଡ଼ିଛନ୍ତି।
୨୦୧୮ରେ ଜିଲାରେ ହାରାହାରି ୧୦୧.୨୩ମିମି ବର୍ଷା ହୋଇଥିଲା। ଏ ବର୍ଷ ଜୁନ୍‌ ମାସରେ ୧୦୭.୭୭ ମିମି ବର୍ଷା ହୋଇଛି, ଯେତେବେଳେ କି ୨୦୩.୫ ମିମି ବର୍ଷା ଆବଶ୍ୟକ ଥିଲା। ସେହିପରି ଜୁଲାଇ ୨୦୧୮ରେ ୩୯୭.୮୮ ମିମି ବର୍ଷା ହୋଇଥିଲା। ଏ ବର୍ଷ ଜୁଲାଇ ମାସର ବର୍ତ୍ତମାନ ସୁଦ୍ଧା ୨୧୮.୫୦ ମିମି ବର୍ଷା ହୋଇଛି। ୨୮୮.୫ ମିମି ବର୍ଷା ଆବଶ୍ୟକ ଅଛି।
ଯେ, ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ଭାପୁର ବ୍ଲକରେ ସର୍ବାଧିକ ୨୭୦.୪୦ ମିମି ବର୍ଷା ହୋଇଥିବା ବେଳେ ନୂଆଗାଁରେ ସର୍ବନିମ୍ନ ୧୫୩.୪୦ ମିମି ବର୍ଷା ହୋଇଛି। ଦଶପଲ୍ଲାରେ ୨୨୨.୨୦ ମିମି, ଗଣିଆରେ ୨୩୧ ମିମି, ଖଣ୍ଡପଡ଼ାରେ ୨୨୯.୭୦ ମିମି, ନୟାଗଡ଼ରେ ୨୪୪.୨୦ ମିମି, ଓଡ଼ଗାଁରେ ୨୦୪.୯୦ ମିମି ଓ ରଣପୁର ବ୍ଲକରେ ୧୯୨.୨୦ ମିମି ବର୍ଷା ହୋଇଛି। ଆବଶ୍ୟକତାଠାରୁ ଢେର କମ୍‌ ବର୍ଷା ହୋଇଛି। ସ୍ବଳ୍ପବୃଷ୍ଟି ହୋଇଥିଲେ ମଧ୍ୟ ଚାଷୀକୁଳ ବର୍ତ୍ତମାନ ଆନନ୍ଦିତ । ଜମିରେ ପାଣି ଥିବାରୁ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୁଣି ଆଗକୁ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାରୁ ଚାଷୀକୁଳ ଖୁସି ଅଛନ୍ତି। ବର୍ଷା ହୋଇ ନ ଥିଲେ ଜିଲାରେ ଏକ ପ୍ରକାର ମରୁଡ଼ି ହୋଇଥାନ୍ତା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜିଲାରେ ୧ ଲକ୍ଷ ୩୪ ହଜାର ହେକ୍ଟର ଜମି ରହିଥିବା ବେଳେ ସେଥିମଧ୍ୟରୁ ଚଳିତ ଖରିଫ ଋତୁରେ ୧ ଲକ୍ଷ ୩ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ସରକାରଙ୍କ ପକ୍ଷରୁ ମାତ୍ର ୨୬,୪୪୩ ହେକ୍ଟର ଜମିରେ ଜଳସେଚନର ବନ୍ଦୋବସ୍ତ କରାଯାଇଛି। ଏତେ କମ୍‌ ଜମିରେ ଜଳସେଚନ ବନ୍ଦୋବସ୍ତ କରାଯାଇଥିବାରୁ ଧାନ ଚାଷ ଲାଗି ବର୍ଷା ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଜିଲାରେ ୪୪୩୭ କୁଇଣ୍ଟାଲ ବିହନ ଚାଷୀମାନଙ୍କୁ ସବ୍‌ସିଡିରେ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?