ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ ଚାହିଦା ରହିଥାଏ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍‌ର ଚାହିଦା ବଢିଥିଲେ ବି ଅନେକ ବ୍ୟକ୍ତ ପାରମ୍ପରିକ ରନ୍ଧନ କଳାକୁ ଗ୍ରହଣ କରି ଦେଶୀ ଶୈଳୀରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରି ହାଟ ବଜାରରେ ବିକି ପେଟ ପୋଷୁଛନ୍ତି। ଏଭଳି ଜଣେ ବ୍ୟବସାୟୀ ହେଲେ ଚନ୍ଦ୍ରଶେଖର ସନ୍ଧିବିଗ୍ର (୫୫)। ସେ ପ୍ରସ୍ତୁତ କରୁଥିବା ଦହିବରା, ଘୁଗୁନି ଓ ଆଳୁଦମର ସ୍ବାଦ ନିଆରା। ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦର ମହକୁମା ମାର୍କୋଣା ସମେତ ବିଭିନ୍ନ ଅଞ୍ଚଳରେ ଠେଲା ଟ୍ରଲିରେ ବୁଲି ବୁଲି ଏସବୁ ଖାଦ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ସ୍ବାଭିମାନର ସହ ଜିଇବାର ସ୍ବପ୍ନ ତାଙ୍କୁ କର୍ମପ୍ରବଣ କରି ସାହାରା ଯୋଗାଇଛି ବୋଲି ସେ କହିଛନ୍ତି।
ଚନ୍ଦ୍ରଶେଖରଙ୍କ ଘର ଯାଜପୁର ଜିଲା ବଡ଼ଶାସନ ଅଞ୍ଚଳରେ। ଦୀର୍ଘ ୨୦ବର୍ଷ ଧରି ସିମୁଳିଆ ବ୍ଲକର ଦହିଖାର୍ଜୀ ଅଞ୍ଚଳରେ ପରିବାର ସହ ବସବାସ କରି ଆସୁଛନ୍ତି। ଠେଲା ଟ୍ରଲି ବେପାରକୁ ବୃତ୍ତି କରି ପରିବାର ଚଳାଇବା ସହିତ ୧୭ଗୁଣ୍ଠ ଜମି କିଣି ଘର ତିଆରି କରିଛନ୍ତି। ନିଜର ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ସକାଶେ ସେମାନଙ୍କୁ ପାଠ ପଢ଼ାଉଛନ୍ତି। ବଡ଼ପୁଅ ଆଇଟିଆଇ ପାସ୍‌ କରି କମ୍ପ୍ୟୁଟର ଶିକ୍ଷା କରୁଛନ୍ତି। ସାନପୁଅ ୪ର୍ଥ ଶ୍ରେଣୀରେ ପଢୁଛନ୍ତି। ସେ ନିଜେ ପଢ଼ି ପାରି ନ ଥିବାରୁ ଦୁଇ ପୁଅଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଲକ୍ଷ୍ୟ ରଖି ଦିନରାତି ପରିଶ୍ରମ କରି ଚାଲିଛନ୍ତି। ଜଣେ ପରିଶ୍ରମୀ , ନିଷ୍ଠାବାନ ଓ ମେଳାପି ବ୍ୟକ୍ତି ଭାବେ ଅଞ୍ଚଳରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଚନ୍ଦ୍ରଶେଖର କହନ୍ତି, ବହୁ ପଛରେ ସେ ତାଙ୍କ ଦୁଃଖଦ ଅତୀତକୁ ଛାଡି ଆସିଛନ୍ତି। ଘର ଛାଡି ଚାଲି ଆସିବା ପରେ ପେଟ ପୋଷିବା ଲାଗି ଦୀର୍ଘ ବର୍ଷ ଧରି ସଂଘର୍ଷ କରି ଚାଲିିଛନ୍ତି। ପରିବାରର ଆର୍ଥକ ସ୍ଥିତି ଭଲ ନ ଥିବାରୁ ସେ ଦ୍ୱିତୀୟ ଶ୍ରେଣୀରୁ ଅଧିକ ପାଠ ପଢି ପାରି ନ ଥିଲେ। ୧୦ବର୍ଷ ବୟସରୁ ନିଜ ଅଞ୍ଚଳରେ ଫଳ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ନିଜ ଭାଇଙ୍କ ଚାପରେ ସେ ମାର୍କୋଣା ଚାଲି ଆସିଥିଲେ। ଏହି ଅଞ୍ଚଳର ଲୋକଙ୍କ ଖାଦ୍ୟ ରୁଚିକୁ ଦେଖି ସେ ଦହିବରା ବେପାର କରିବାକୁ ସ୍ଥିର କରିଥିଲେ। ସେବେଠାରୁ ତାଙ୍କ ସ୍ବପ୍ନ ଓ ସଂଘର୍ଷ ଜୀବନର ସାଥୀ ପାଲିଟିଥିଲା ଏକ ଠେଲା ଟ୍ରଲି । ଏହି ଟ୍ରଲିରେ ସେ ଦହିବରା ଓ ଆଳୁଦମ୍‌ ବେପାର କରି ଆସୁଛନ୍ତି। ଏଥିଲାଗି ପ୍ରତିଦିନ ଭୋର ୩ଟାରୁ ବିଛଣାରୁ ଉଠି ସେ ଦହିବରା ସହିତ ଘୁଗୁନି, ଆଳୁଦମ୍‌, ଖଟା, ମସଲା, ଝରା ସେଓ ଇତ୍ୟାଦି ପ୍ରସ୍ତୁତ କରି ସକାଳ ୯ଟା ସୁଦ୍ଧା ସେ ଠେଲା ଗାଡି ଧରି ବାହାରି ପଡନ୍ତି। ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟରେ ସ୍ତ୍ରୀ ରଶ୍ମିତା ସାହାଯ୍ୟ କରନ୍ତି। ପୂର୍ବରୁ ସେ ବିଭିନ୍ନ ମେଳା, ମହୋତ୍ସବ, ପୂଜା ଉତ୍ସବକୁ ଯାଇ ଦହିବରା, ଆଳୁଦମ୍‌ ବେପାର କରୁଥିଲେ। ଏବେ ଅଧିକ ଦୂର ଚାଲି ଚାଲି ଯାଇପାରୁ ନାହାନ୍ତି। ଏଣୁ ଆଖପାଖ ହାଟ ବଜାର ଓ ଗାଁଗଣ୍ଡା ବୁଲି ବେପାର କରୁଛନ୍ତି। ନିଜର ସଚ୍ଚୋଟ ପଣିଆ ଏବଂ ଯନତ୍ର ସହ ପ୍ରସ୍ତୁତ କରୁଥିବା ଖାଦ୍ୟସାମଗ୍ରୀର ଗୁଣମାନ ଯୋଗୁ ସେ ବେପାର ବଢାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତ। ଦିନକୁ ସେ ପ୍ରାୟ ୧ହଜାର ଟଙ୍କାର କାରବାର କରି ପାରୁଛନ୍ତି। ମୂଳଖର୍ଚ୍ଚ ବାଦ ଦେଇ ଦିନକୁ ୩ଶହ ଟଙ୍କା ଯାଏ ଲାଭ ହେଉଛି । ବୃତ୍ତି ସାନ ହେଉକି ବଡ, ଯାଏ ଆସେ ନାହିଁ ା ନିଷ୍ଠାର ସହ କାମ କଲେ ଆପେ ସଫଳତା ମିଳିଥାଏ। ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତି ଶୈଳୀ ନିଆରା। ଏହି ଖାଦ୍ୟ କେବଳ କ୍ଷୁଧା ମେଣ୍ଟାଏ ନାହିଁ, ସ୍ବାସ୍ଥ୍ୟ ଲାଗି ହିତକର ହୋଇଥାଏ ବୋଲି ଚନ୍ଦ୍ରଶେଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri