Posted inଖେଳ

ସ୍ବତନ୍ତ୍ର ବୋଲିଂ ଶୈଳୀଯୋଗୁ ବୁମ୍‌ରା ଭିନ୍ନ : ଥମ୍ପସନ

ନୂଆଦିଲ୍ଲୀ, ୨୧।୫(ପି.ଟି.)-ଦ୍ରୁତ ବୋଲିଂ ମାଧ୍ୟମରେ ନିଜ ସମୟରେ ବିଶ୍ୱର ବ୍ୟାଟ୍ସମ୍ୟାନମାନଙ୍କୁ ଭୟଭୀତ କରାଇ ପାରିଥିବା ଇଂଲଣ୍ଡର ଜେଫ୍‌ ଥମ୍ପସନ ଏବେ ଭାରତର ଯଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନରେ ବେଶ୍‌ ପ୍ରଭାବିତ। ନିଜ ପେସ୍‌ ମାଧ୍ୟମରେ ବିପକ୍ଷ ଦଳକୁ କ୍ଷତି ପହଞ୍ଚାଇବାର ଦକ୍ଷତା ବୁମ୍‌ରାଙ୍କ ନିକଟରେ ଅଛି ବୋଲି ସେ ଅନୁଭବ କରୁଛନ୍ତି। କିଛିଦିନ ତଳେ ବୁମ୍‌ରାଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲର ବୋଲି ଅବିହିତ କରିଥିଲେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଏବେ ଡେନିସ ଲିଲିଙ୍କ ପୂର୍ବତନ ନୂଆ ବଲ୍‌ ପାର୍ଟନର ଥମ୍ପସନଙ୍କ ମନ୍ତବ୍ୟ ବୁମ୍‌ରାଙ୍କ ପ୍ରତିଷ୍ଠାକୁ ବଢ଼ାଇ ଦେଇଛି।
” ପ୍ରକୃତରେ ବୁମ୍‌ରା ଭଲ ବୋଲିଂ କରୁଛନ୍ତି। ସେ ଯେପରି ବୋଲିଂ କରୁଛନ୍ତି ତା’ଠାରୁ ଅଧିକ କିଛି କରିବାର ଦକ୍ଷତା ରଖିଛନ୍ତି। ସେ ଯାହାବି କିଛି ହାସଲ କରଛନ୍ତି ତା’ଠାରୁ ଆହୁରି ଅଧିକ କିଛି ହାସଲର କ୍ଷମତା ତାଙ୍କ ନିକଟରେ ରହିଛି“ ବୋଲି ୧୯୭୦ ଦର୍ଶକରେ ମାଲ୍‌କମ ମାର୍ଶାଲଙ୍କ ସହ ବିଶ୍ୱର ଦ୍ରୁତତମ ବୋଲରର ମାନ୍ୟତା ପାଇଥିବା ଥମ୍ପସନ ପ୍ରକାଶ କରିଛନ୍ତି। ବୁମ୍‌ରାଙ୍କ ର’ ପେସ୍‌ ପ୍ରତିପକ୍ଷ ଦଳକୁ କ୍ଷତି ପହଞ୍ଚାଇବାକୁ ପର୍ଯ୍ୟାପ୍ତ। ସେ ଯେତେବେଳେ ବୋଲିଂରେ ବିବିଧତା ଆଣିବାକୁ ଚେଷ୍ଟା କରିଛନ୍ତି ଆହୁରି ସଫଳ ହୋଇଛନ୍ତି। ତାଙ୍କ ବୋଲିଂକୁ ବୁଝିବା କଷ୍ଟକର। କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ବୋଲିଂ ଶୈଳୀକୁ ଠିକ୍‌ଭାବେ ବୁଝି ପାରିଥିବା ମୁଁ ଅନୁଭବ କରୁନାହିଁ। ସେ ଜଣେ ଅର୍ଥୋଡକ୍ସ ବୋଲର, ଏହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଛି ବୋଲି ଥମ୍ପସନ କହିଛନ୍ତି।
ଥମ୍ପସନଙ୍କ କହିବା ଅନୁସାରେ ବିଶ୍ୱର ୨ ବୋଲର ବୁମ୍‌ରା ଓ କାଗିସୋ ରାବାଡ଼ାଙ୍କ ବୋଲିଂ ଦେଖିବାଭଳି। ସେମାନେ ବିଭିନ୍ନ ପରିସ୍ଥିତିରେ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ମିଚେଲ ଷ୍ଟାର୍କଙ୍କ ଫର୍ମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଥମ୍ପସନ। ତେବେ ଅଷ୍ଟ୍ରେଲିଆ ଦୃଷ୍ଟିକୋଣରୁ ବାମହାତୀ ପେସର ଷ୍ଟାର୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ବୋଲି ସେ ସ୍ବିକାର କରିଛନ୍ତି। ”ଷ୍ଟାର୍କ ଗତ ସିଜନ ପରି ଆଗାମୀ ବିଶ୍ୱକପରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବେ ବୋଲି ମୋର ଆଶା। ସେ ଜଣେ କ୍ୱାଲିଟି ବୋଲର। ତେଣୁ ସେ ଫର୍ମକୁ ଫେରିବାନେଇ ମୁଁ ଆଶାବାଦୀ। ଷ୍ଟାର୍କ ଯଦି ଭଲ ବୋଲିଂ କରିବେ ବିଶ୍ୱର ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରିବେ। ସେ ଦ୍ରୁତ ବୋଲିଂ ସହ ଠିକ୍‌ ସ୍ଥାନରେ ବଲ୍‌କୁ ପିଚ୍‌ କରିବା ଆବଶ୍ୟକ, ଯାହାକି ସେ ଅତୀତରେ କରି ଦେଖାଇଛନ୍ତି“ ବୋଲି ଥମ୍ପସନ କହିଛନ୍ତି। ତେବେ ଭଲ ବୋଲିଂ କରୁଥିଲେ ହେଁ ଜୋଶ୍‌ ହାଜେଲଉଡ୍‌ ଅଷ୍ଟ୍ରେଲିଆର ବୋଲିଂ ୟୁନିଟ୍‌ରେ ନ ଥିବାରୁ ଖୁସି ନାହାନ୍ତି କିମ୍ବଦନ୍ତୀ ବୋଲର ଥମ୍ପସନ। ”ପ୍ୟାଟ୍‌ କୁମିନ୍ସଙ୍କୁ ନେଇ ମୋର କିଛି ଆପତ୍ତି ନାହିଁ। ତାଙ୍କ ନିକଟରେ ପ୍ରତିଭା ଅଛି। ମାତ୍ର ହାଜେଲ୍‌ଉଡ୍‌ଙ୍କୁ ମୁଁ ଅଷ୍ଟ୍ରେଲିଆ ବୋଲିଂ ୟୁନିଟରେ ଦେଖିବାକୁ ଚାହେଁ। ମୋଟାମୋଟି ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣ ବେଶ୍‌ ଭଲ“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?