Posted inଖେଳ

ସ୍ବତନ୍ତ୍ର କ୍ଲବରେ ଓ୍ବାଟଲିଂ

ମାଉଣ୍ଟ ମାଉନଗାନୁଇ,୨୪।୧୧- ଶହେରୁ ଅଧିକ ବର୍ଷର ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ କେବଳ ୯ ଜଣ ଉଇକେଟକିପର ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ଏହି କ୍ଲବରେ ସଦ୍ୟତମ ଖେଳାଳି ଭାବେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡର ବି. ଜେ. ଓ୍ବାଟଲିଂ। ସେ ଦେଶର ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦ୍ୱିଶତକ ହାସଲ କରିଛନ୍ତି। ଓ୍ବଲଟିଂ ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟର ୪ର୍ଥ ଦିନରେ ଦ୍ୱିଶତକ ପୁରଣ କରିଛନ୍ତି। ୩୪ ବର୍ଷୀୟ ଖେଳାଳି ୪୭୩ ବଲର ସମ୍ମୁଖୀନ ହୋଇ ୨୦୫ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୨୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ଥିଲେ ବ୍ରେଣ୍ଡନ ମ୍ୟାକ୍‌କୁଲମ। ସେ ୨୦୧୦ରେ ବାଂଲାଦେଶ ବିପକ୍ଷରେ ହାମିଲଟନଠାରେ ୧୮୫ ରନ୍‌ କରିଥିଲେ। ତେବେ ବିଶ୍ୱ କ୍ରିକେଟରେ ଜିମ୍ବାଓ୍ବେର ପୂର୍ବତନ ଖେଳାଳି ଆଣ୍ଡି ଫ୍ଲାଓ୍ବାରଙ୍କ ନାମରେ ଜଣେ ଉଇକେଟକିପର ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ରହିଛି। ସେ ୨୦୦୦ରେ ନାଗପୁରଠାରେ ଭାରତ ବିପକ୍ଷରେ ୨୩୨ ରନ୍‌ କରିଥିଲେ। ତାଙ୍କ ପଛକୁ କୁମାର ସଙ୍ଗକାରା (ପାକିସ୍ତାନ ବିପକ୍ଷରେ ଲାହୋରଠାରେ ୨୩୦) ରହିଛନ୍ତି। ଏହି ତାଲିକାରେ ପୂର୍ବତନ ଭାରତୀୟ ଅଧିନାୟକ ତଥର ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ୩ୟ ସ୍ଥାନରେ ରହିଛନ୍ତି। ସେ ଚେନ୍ନାଇଠାରେ ଅଷ୍ଟ୍ରେଲିଆର ବିପକ୍ଷରେ ୨୨୪ ରନ୍‌ର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ଫୁଟ୍‌ବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଫିଫା ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ...

ଆରଏସ୍‌ବି ଚେନ୍ନାଇ, କେରଳ ଚାମ୍ପିୟନ

ଭୁବନେଶ୍ୱର,୨୦ା୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ଓ କିସ୍‌ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍‌ ଚେସ୍‌ ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍‌ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ...

ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି

ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍‌ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା...

ଶିବପାଲ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଶୃଙ୍ଖଳା କମିଟି ଭାରତର ଟପ୍‌ ଜାଭେଲିନ୍‌ ଥ୍ରୋୟର ଶିବପାଲ ସିଂଙ୍କୁ ୪ ବର୍ଷ ବାସନ୍ଦ କରିଛି।...

‘ଆସ୍କ ଫର୍‌ ଏ ସିକ୍ସ’

ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍‌ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର...

କମଲପ୍ରୀତ୍‌ ୬ଷ୍ଠ ସ୍ଥାନରେ ରହିଲେ

ଟୋକିଓ, ୩ା୮ (ପି.ଟି.)-ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଡିସ୍‌କସ୍‌ ଥ୍ରୋୟର କମଲପ୍ରୀତ୍‌ କୌର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସୋମବାର ବର୍ଷାରେ ବାଧାପ୍ରାପ୍ତ...

ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର,୨ା୬(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ପ୍ରଥମ ଏଭରେଷ୍ଟ ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଏଠାରେ ପହଞ୍ଚିଛି। ଶନିବାର ତାଙ୍କ ମରଶରୀରକୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଅଣାଯାଇଥିଲା। ବିମାନ...

ଲଢ଼େଇ କରି ହାରିଲା ଭାରତ

ଲଢ଼େଇ କରି ହାରିଲା ଭାରତ ସିଡ୍‌ନୀ,୮।୧୨- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌କୁ ଆଗୁଆ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ପରାସ୍ତ...

Advertisement
Archives

Model This Week