Posted inଖେଳ

ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍‌ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ ଷ୍ଟିଭ ଓ୍ବ ଏବଂ ରିକି ପଣ୍ଟିଂଙ୍କ ଭଳି ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଇନିଂସ ଓ ୧୩୭ ରନ୍‌ର ବିଜୟ କୋହଲିଙ୍କ ନେତୃତ୍ୱରେ ଭାରତର ୩୦ତମ ବିଜୟ। ୫୦ ମ୍ୟାଚ୍‌ରେ ଯେକୌଣସି ଦଳର ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ କୋହଲିଙ୍କ ବିଜୟ ପ୍ରତିଶତ ୩ୟ ସର୍ବାଧିକ। ଏହି ଧାରାରେ ଓ୍ବ’ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୫୦ ମ୍ୟାଚ୍‌ରୁ ୩୭ ଜିତିଥିଲା। ତାଙ୍କ ପଛକୁ ପଣ୍ଟିଂ ଅଧିନାୟକ ଥିବାବେଳେ ଦଳ ୫୦ ମ୍ୟାଚ୍‌ରୁ ୩୫ ମ୍ୟାଚ୍‌ ଜିତିଥିଲା। ମୋଟ ଉପରେ ଓ୍ବ କ୍ୟାପଟେନ ଭାବେ ୫୭ ଟେଷ୍ଟ ଖେଳିଥିଲେ, ଯେଉଁଥିରୁ ୪୧ ମ୍ୟାଚ୍‌ ଦଳ ଜିତିଥିଲା। ତାଙ୍କ ବିଜୟ ହାର ୭୧.୯୨ ଥିଲା। ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ପଣ୍ଟିଂ ୭୭ରୁ ୪୮ରେ ବିଜୟୀ ହୋଇଥିଲେ। ତାଙ୍କର ବିଜୟ ହାର ଥିଲା ୬୦ ପ୍ରତିଶତ। ଏହି ତାଲିକାରେ ଅଧିନାୟକ ଭାବେ ୫୦ ମ୍ୟାଚ୍‌ ଖେଳି ୩୦ଟି ଜିତିଥିବା କୋହଲିଙ୍କ ବିଜୟ ହାର ଏବେ ୬୦.୦୦ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୯ ବଲ୍‌ରେ ୫୦ ରନ୍‌ର ବିସ୍ଫୋରକ ପାଳି ଖେଳି ଇତିହାସ ରଚିଲେ ଏହି କ୍ରିକେଟର

ଆବୁଧାବି,୩୧।୧: ଆବୁଧାବି ଟି୧୦ ଲିଗ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଏଭିନ୍‌ ଲୁଇସ୍‌ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବ ଖେଳାଳି ଲିଗ୍‌ର ୫ମ...

ଶାମୀଙ୍କ ସହ ବିନା ପୋଷାକରେ ଫଟୋ ଶେୟାର କଲେ ହସିନ ଜହାଁ, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୨୦।୨: ୨୦୦୭ରେ ଭାରତୀୟ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କୁ ବିବାହ କରିଥିଲେ ହସିନ ଜହାଁ। ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି...

୧୮୬ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ

ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ...

ଏବେ କହିବାକୁ ବିଶେଷ କିଛି ନାହିଁ: ଚେନ୍ନାଇଠାରୁ ଲଜ୍ଜାଜନକ ପରାଜୟ ପରେ କିଛି ଏଭଳି ପ୍ରତିକ୍ରିୟା ରଖିଲେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଚେନ୍ନାଇ ୬...

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ,୧୦।୭- ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି...

ଅକ୍ଷୟ କୁମାରଙ୍କ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ଏହି କ୍ରିକେଟରଙ୍କ ନାମ: ଏନ୍‌କାଉଣ୍ଟରରେ ସହିଦ ହୋଇଥିଲେ ବାପା

ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ପୁରୁଣା। ନବାବ ପଟୌଦୀ-ଶର୍ମିଲା ଟାଗୋରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ...

Advertisement
Archives

Model This Week