କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ନୟାଗଡ଼ ଜିଲା ସଦର ବ୍ଲକ ବାଲୁଗାଁ ପଞ୍ଚାୟତର କଣ୍ଟାବଣିଆ ଗ୍ରାମବାସୀ। ଗ୍ରାମବାସୀଙ୍କ ଏକତା ଏହି ଗ୍ରାମକୁ ବର୍ତ୍ତମାନ ସ୍ବଚ୍ଛ ଗ୍ରାମ ରୂପେ ପରିଗଣିତ କରିଛି। ଗ୍ରାମରେ ଥିବା ୪ଟି ପୋଖରୀକୁ ଦେଖିଲେ ଜଣାପଡ଼େ ଏ ଗାଁ କେତେ ସୁନ୍ଦର ତଥା ପରିଷ୍କାରପରିଚ୍ଛନ୍ନ। ଖାଲି ଗାଁ ପୋଖରୀ ନୁହେଁ, ଗ୍ରାମର ପରିବେଶ, ଗ୍ରାମକୁ ଯିବା ପାଇଁ ଥିବା ପ୍ରବେଶ ପଥ ଜଣେ ବାଟୋଇକୁ ଗାଁର ସ୍ବଚ୍ଛତା ବିଷୟରେ ଜଣାଇଦିଏ। ଖାଲି ଯେ ସ୍ବଚ୍ଛତା ବଜାୟ ରଖିଛନ୍ତି ତାହା ନୁହେଁ, ଗ୍ରାମବାସୀ ଏକଜୁଟ ହୋଇ ଗ୍ରାମରେ ବିଭିନ୍ନ ପର୍ବପର୍ବାଣିକୁ ମଧ୍ୟ ଧୁମ୍ଧାମ୍ରେ ପାଳନ କରନ୍ତି। ଗ୍ରାମରେ ଜନ୍ମାଷ୍ଟମୀ ଓ ଦୋଳପୂର୍ଣ୍ଣିମା ପାଳନ ହେଉଥିବା ବେଳେ ପଣାସଂକ୍ରାନ୍ତି ଧୁମ୍ଧାମ୍ରେ ପାଳନ କରାଯାଏ। ଏହି ପର୍ବପର୍ବାଣି ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଓ ଭାଇଚାରା ସମ୍ପର୍କକୁ ଜଣାଇଦିଏ। ଗ୍ରାମର ପ୍ରତ୍ୟେକଙ୍କ ଘରେ ଶୌଚାଳୟ ଥିବା ବେଳେ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। ଗାଁର ସ୍ବଚ୍ଛତା ବଜାୟ ରଖିଥିବାରୁ ଏହି ଗ୍ରାମକୁ ୪ ଫେବୃୟାରୀ ୨୦୧୫ ମସିହାରେ ଖୋଲା ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଗ୍ରାମକୁ ପ୍ରବେଶ କରିବାବେଳେ ଆପଣଙ୍କୁ ସ୍ବାଗତ କରିବ ପ୍ରବେଶ ପଥ ତୋରଣ। ତାହା ସାଙ୍ଗଙ୍କୁ ଗ୍ରାମ ରାସ୍ତାକଡ଼ରେ ଲାଗିଥିବା ଗଛ ଆପଣଙ୍କୁ ବିମୋହିତ କରିବ। ଗ୍ରାମରେ ଯଦି କେହି ବାହାରେ ମଳତ୍ୟାଗ କରନ୍ତି ତାହାହେଲେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ବେଢ଼ାସାହି, ଜେନାସାହି, ତୋଟାସାହି ଗଳି ଗ୍ରାମର ୭ ସାହିରେ ୨୬୨ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୧୨୫୪। ସମସ୍ତଙ୍କ ଘରେ ଶୌଚାଳୟ ରହିଛି। ଗ୍ରାମରେ ୧୮ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଥିବାବେଳେ ସେମାନେ ଜିଆ ଖତ ଓ ଅନ୍ୟାନ୍ୟ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇଥିବା ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଳା ମହାନ୍ତି କହିଛନ୍ତି। ଗ୍ରାମର ଲୋକମାନେ ଶୌଚାଳୟ ବ୍ୟବହାର କରୁଛନ୍ତିି କି ନାହିଁ ତାହାକୁ ପ୍ରତି ମାସରେ ଯାଇ ତଦାରଖ କରନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନେ। ଗ୍ରାମବାସୀ ସକାଳୁ ଘର ଓଳାଇ ଅଳିଆ ପାଇଁ ଉଦ୍ଦିଷ୍ଟ ଥିବା ଡଷ୍ଟବିନ୍ରେ ଏହାକୁ ପକାନ୍ତି। ପରେ ଏହାକୁ ସଂଗ୍ରହ କରି ଏକାଠି ରଖାଯାଏ। ସହରରେ ବସବାସ କରୁଥିବା ଲୋକମାନେ ପୌରପରିଷଦ କର୍ମଚାରୀ ସଫା କରିବେ ବୋଲି କହି ରାସ୍ତାକୁ ଅଳିଆ ପିଙ୍ଗି ଦେଉଥିବାବେଳେ ଗ୍ରାମବାସୀଙ୍କ ଏହି ସ୍ବଚ୍ଛତା ବାସ୍ତବିକ ପ୍ରଂଶସନୀୟ। ଗ୍ରାମର ଲୋକମାନେ ଚାଷବାସ କରି ଚଳନ୍ତି। ପୂର୍ବରୁ ଚିନିକଳ ଥିବା ବେଳେ ଲୋକମାନେ ଆଖୁଚାଷ କରି ଦି’ ପଇସା ରୋଜଗାର କରୁଥିଲେ, ମାତ୍ର ବର୍ତ୍ତମାନ ଏହା ବନ୍ଦ ହୋଇ ପଡ଼ିଥିବାରୁ କମ୍ ଆଖୁ ଚାଷ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହିଭଳି ସ୍ବଚ୍ଛ ଗ୍ରାମ ଜିଲାର ଅନ୍ୟ ଗ୍ରାମ ପାଇଁ ଆଦର୍ଶ ପାଲଟିଛି।
– ରଞ୍ଜନ କୁମାର ପ୍ରଧାନ, ନୟାଗଡ଼
Posted inଆମ ଜିଲା ଖବର, ନୟାଗଡ଼ View All
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ
ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…
ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…
ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
Archives

