ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଗତ ୧୦ ତାରିଖରେ ଏକ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦେବା ପାଇଁ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଏକ ବର୍ଷର ପଦୋନ୍ନତି ପାଇଁ ପୂର୍ବବର୍ଷର ଡିସେମ୍ବର ଶେଷପକ୍ଷରେ ଚୟନ ପ୍ରକ୍ରିୟା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇବେ। ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀ ମହଲରେ ସ୍ବାଗତ କରାଯାଇଛି।
ପଦୋନ୍ନତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଚଳିତ ମାସ ଶେଷ ସପ୍ତାହରୁ ପଦୋନ୍ନତି ଅଦାଲତ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି କରିବେ। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ନିୟମ ଅନୁସାରେ, ବର୍ଷର ଅର୍ଥ ଜାନୁୟାରୀରୁ ଡିସେମ୍ବର ବୋଲି ଧରାଯାଏ। ଏହି ସମୟ ମଧ୍ୟରେ ଖାଲି ପଦବୀର ମଧ୍ୟ ଆକଳନ କରାଯିବା କଥା। ଜାନୁୟାରୀ ମାସରେ ହିଁ ଚୟନ କମିଟି ବସିବ ବୋଲି ଧାର୍ଯ୍ୟ କରାଯାଇଛି। ଉକ୍ତ କମିଟିର ତାଲିକା ଅବଧି ଜାନୁୟାରୀରୁ ଡିସେମ୍ବର ରହିଛି। ଅପରପକ୍ଷରେ ପଦୋନ୍ନତି କମିଟି ଅତୀତରେ ଧାର୍ଯ୍ୟ ସମୟରେ ପ୍ରାୟତଃ ବସେନାହିଁ। ବିଳମ୍ବରେ କମିଟି ବସିଆସୁଥିବାରୁ ଚୟନରେ ମଧ୍ୟ ବିଳମ୍ବ ହୋଇଆସୁଛି। ଏହା ଦ୍ୱାରା ପଦବୀ ଖାଲି ଥାଇ ସୁଦ୍ଧା ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଉ ନ ଥିଲେ। ଏହା ଆର୍ଥିକ କ୍ଷତି ସହ ପରବର୍ତ୍ତୀ ପଦୋନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଚାକିରିକାଳ କ୍ଷେତ୍ରରେ ମଧ୍ୟ କର୍ମଚାରୀମାନେ କ୍ଷତି ସହିଥାଆନ୍ତି। କେତେକ ସମୟରେ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାକୁ ବଳବତ୍ତର ରଖାଯାଇ ପରବର୍ତ୍ତୀ ବର୍ଷର ଖାଲି ପଦବୀକୁ ମଧ୍ୟ ସେଥିରୁ ପୂରଣ କରାଯାଇଥାଏ। ଏହା ଆଇନର ବିରୁଦ୍ଧାଚରଣ କରୁଥିବା କର୍ମଚାରୀ ମତ ରଖିଛନ୍ତି, ଯାହା ପଦୋନ୍ନତି କମିଟି ବିଳମ୍ବ ବସିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ନୂତନ ନିୟମ କାର୍ଯ୍ୟକାରୀ ହେଲେ ଧାର୍ଯ୍ୟ ସମୟରେ ପଦୋନ୍ନତି ମିଳିବ। ହେଲେ ସଚିବାଳୟର କେତେକ ବରିଷ୍ଠ କର୍ମଚାରୀ କୁହନ୍ତି ଯେ ଧାର୍ଯ୍ୟ ସମୟରେ ଯଦି ପଦୋନ୍ନତି ନ ହୁଏ, ତେବେ କର୍ମଚାରୀଙ୍କ କ୍ଷତି କିପରି ଭରଣା ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରାଯାଇନାହିଁ। ନିଜ ଭୁଲ୍ ପାଇଁ ଅଧିକାରୀ ଦଣ୍ଡ ପାଇପାରନ୍ତି ହେଲେ ଏହା ଦ୍ୱାରା କର୍ମଚାରୀଙ୍କ ଲାଭ କ’ଣ ବୋଲି କେତେକେ ପ୍ରଶ୍ନ କରିଛନ୍ତି। ଏପରି କି ସରକାରୀସ୍ତରରେ ବିଳମ୍ବ ହେଲେ ଯେଉଁଦିନ ପଦୋନ୍ନତି ଅଧିସୂଚନା ପ୍ରକାଶ ପାଉନା କାହିଁକି, ପଦୋନ୍ନତି ଜାନୁୟାରୀ ପହିଲା କିମ୍ବା ପଦବୀ ଖାଲି ହେଲା ଦିନଠାରୁ ପିଛିଲା ଭାବେ ଲାଗୁ କରାଯାଉ ବୋଲି ଦାବି ଉଠିଛି। ସର୍ବଭାରତୀୟ ସେବାରେ ଏପରି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ ପ୍ରଚଳନ ପାଇଁ ଦାବି ଉଠିଛି। ଗୁପ୍ତ ଚରିତ୍ର ପଞ୍ଜିକା(ସିସିଆର୍) ନ ମିଳିବା ବା ରେକର୍ଡ ନ ହେବା କାରଣରୁ ମଧ୍ୟ କର୍ମଚାରୀମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏପରିସ୍ଥଳେ ପୂର୍ବ ବର୍ଷର ସିସିଆର୍କୁ ବିଚାରକୁ ନେବା ପାଇଁ ଦାବି ହୋଇଛି। ସୂଚନା ଅନୁସାରେ, ଗୃହ ବିଭାଗର ଏଏସ୍ଓରୁ ଏସ୍ଓକୁ ପଦୋନ୍ନତି ୨୦୧୮, ୨୦୧୯ ମସିହାରେ ହୋଇନାହିଁ। ଏହିପରି ଗୃହ ବିଭାଗ ଅଧୀନରେ ଥିବା ଦିଲ୍ଲୀସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦୀର୍ଘବର୍ଷ ହେଲା ପଦୋନ୍ନତି ପାଉନାହାନ୍ତି। ଏହି କାରଣରୁ ଇସ୍ପାତ ଓ ଖଣି ବିଭାଗ ନିର୍ଦ୍ଦେଶାଳୟର କର୍ମଚାରୀମାନେ ଦୀର୍ଘଦିନ ଧରି ପଦୋନ୍ନତି ପାଇପାରିନାହାନ୍ତି।
ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା
ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…
ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…
ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ
ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…
କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ
ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…
ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?
ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…
ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….
ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…
ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…
କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ
କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…
Archives

