ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚତ୍ଲେ ୫୨୩୮ ପ୍ରବାସୀ

ବଲାଙ୍ଗୀର ଅଫିସ, ୨୪ା୫-ବଲାଙ୍ଗୀର ରେଳଷ୍ଟେଶନରେ ରବିବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚତ୍ଛି ା ଆଉ ଏକ ଟ୍ରେନ୍‌ ରାତି ସୁଦ୍ଧା ପହଞ୍ଚତ୍ବ ା ସକାଳ ୭ଟାରେ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିବା ପ୍ରଥମ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୧୩୮୧ ଜଣ ପ୍ରବାସୀ ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ ା ଏଥିରୁ କେବଳ ବଲାଙ୍ଗୀର ଜିଲାର ୧୦୫୨ ଜଣ ପ୍ରବାସୀ ରହିଥିଲେ ା ପୂର୍ବାହ୍ନ ପ୍ରାୟ ୧୨ଟାରେ ଦ୍ୱିତୀୟ ଟ୍ରେନ୍‌ ତେଲେଙ୍ଗାନାର କାଜିପେଟ ଷ୍ଟେଶନ୍‌ରୁ ଆସି ପହଞ୍ଚତ୍ଥିଲା ା ଏଥିରେ ସମୁଦାୟ ୨୦୨୪ ପ୍ରବାସୀ ଆସିଥିଲେ ା ଏହି ଟ୍ରେନ୍‌ରେ ବଲାଙ୍ଗୀର ଜିଲାର ସର୍ବାଧିକ ୧୬୦୩ ରହିଥିଲେ ା ତୃତୀୟ ଟ୍ରେନ୍‌ ତେଲେଭ୍‌ଗାନାର କାଜିପେଟ୍‌ ଷ୍ଟେଶନ୍‌ରୁ ଆସିଥିଲା ା ଏହି ଟ୍ରେନ୍‌ରେ ୧୮୩୩ ଜଣ ପ୍ରବାସୀ ଆସିଥିଲେ। ସେଥିରୁ ସର୍ବାଧିକ ୧୧୨୨ ଜଣ ପ୍ରବାସୀ ବଲାଙ୍ଗୀର ଜିଲାର ରହିଛନ୍ତି ା ଆଜି ଗୋଟିଏ ଦିନରେ ବଲାଙ୍ଗୀର ଷ୍ଟେଶନ୍‌ରେ ୩ଟି ଟ୍ରେନ୍‌ରେ ୫୨୩୮ ଜଣ ପ୍ରବାସୀ ଆସି ପହଞ୍ଚତ୍ଛନ୍ତି ଓ ସେଥିରୁ କେବଳ ବଲାଙ୍ଗୀର ଜିଲାର ୩୭୭୭ ଜଣ ପ୍ରବାସୀ ରହିଛନ୍ତି ା ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇବା ବ୍ୟବସ୍ଥା କରାଯାଇଛି ା ଅନ୍ୟ ଜିଲାର ପ୍ରବାସୀଙ୍କୁ ସେମାନଙ୍କ ଜିଲାକୁ ପଠାଇବା ବ୍ୟବସ୍ଥା କରାଯାଇଛି ା ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ରେଳ ଷ୍ଟେଶନ୍‌ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri