ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ ସେହି ହିସାବରେ ବଢି ଚାଲିଛି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ହୋଟେଲରେ ଆରାମଦାୟକ ରହଣି ସହ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ସହରର ପ୍ରତିଷ୍ଠିତ ହୋଟେଲ ଗ୍ରାଣ୍ଡ ଶିବାରେ ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ ମଖନୀ ନାମକ ଡିସ୍‌ର ଚାହିଦା ବଢ଼ିଛି । ସେହି ଡିସ୍‌ର ମୂଲ୍ୟ ଗୋଟିଏ ପ୍ଲେଟ୍‌କୁ ୨୯୯ ଟଙ୍କା ରହିଛି । ଏହାକୁ ୨ ଜଣ ବ୍ୟକ୍ତି ଡିନର କିମ୍ବା ଲଞ୍ଚରେ ଖାଇ ପାରିବେ । ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଆବଶ୍ୟକ ସାମଗ୍ରୀ ସଂକ୍ରାନ୍ତରେ ସେଫ୍‌ ରବୀନ୍ଦ୍ର ସାମଲ ଯାହା କୁହନ୍ତି..।

ଆବଶ୍ୟକ ସାମଗ୍ରୀ:

କଞ୍ଚା ପନିର- ୫୦ ଗ୍ରାମ
ସ୍ପିନ୍‌ଅଚ୍‌ (ପାଲକ) – ୧୫୦ ଗ୍ରାମ
ଅମୂଲ ଚିଜ୍‌ – ୭୫ ଗ୍ରାମ
ଫ୍ରେସ୍‌ ଅମୂଲ କ୍ରିମ- ୨୫ ଗ୍ରାମ
ପିଆଜ- ୩୦ ଗ୍ରାମ୍‌
କାଜୁ- ୫୦ ଗ୍ରାମ
ଟମାଟୋ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ
ରସୁଣ- ୨୦ ଗ୍ରାମ
ଅଦା- ୨୦ ଗ୍ରାମ
କିସମିସ – ୧୦ ଗ୍ରାମ
ବଟର – ୫ ଗ୍ରାମ
ରିଫାଇନ ତେଲ – ୨୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପିଆଜ,ରସୁଣ ଓ ସ୍ପିନ୍‌ଅଚ(ପାଳଙ୍ଗ)କୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି କାଢ଼ି ଦିଅନ୍ତୁ। ପନିର, ଚିଜ୍‌, କାଜୁ କିସ୍‌ମିସକୁ ଛୋଟ ଛୋଟ କାଟି ରଖନ୍ତୁ। ପିଆଜ,ରସୁଣ ଓ ସ୍ପିନ୍‌ଅଚ(ପାଳଙ୍ଗ)ରେ ରୋଲ୍‌ ତିଆରି କରି ବଏଲ କରାଯାଇ ଏକ ପାତ୍ରରେ ରଖାଯିବ । ପରେ ରୋଲକୁ ୬ ଖଣ୍ଡରେ କାଟି ଦିଆଯିବ । ଟମାଟୋ କାଜୁକୁ ବଟାଯାଇ ତେଲରେ ଫ୍ରାଏ କରି ଗ୍ରେଭି ପ୍ରସ୍ତୁତି କରାଯିବ । ରୋଲ ଉପରେ ପ୍ରସ୍ତୁତି ଗ୍ରେଭିକୁ ଦିଆଯାଇ ପରସା ଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri