ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ ସେହି ହିସାବରେ ବଢି ଚାଲିଛି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ହୋଟେଲରେ ଆରାମଦାୟକ ରହଣି ସହ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ସହରର ପ୍ରତିଷ୍ଠିତ ହୋଟେଲ ଗ୍ରାଣ୍ଡ ଶିବାରେ ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ ମଖନୀ ନାମକ ଡିସ୍‌ର ଚାହିଦା ବଢ଼ିଛି । ସେହି ଡିସ୍‌ର ମୂଲ୍ୟ ଗୋଟିଏ ପ୍ଲେଟ୍‌କୁ ୨୯୯ ଟଙ୍କା ରହିଛି । ଏହାକୁ ୨ ଜଣ ବ୍ୟକ୍ତି ଡିନର କିମ୍ବା ଲଞ୍ଚରେ ଖାଇ ପାରିବେ । ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଆବଶ୍ୟକ ସାମଗ୍ରୀ ସଂକ୍ରାନ୍ତରେ ସେଫ୍‌ ରବୀନ୍ଦ୍ର ସାମଲ ଯାହା କୁହନ୍ତି..।

ଆବଶ୍ୟକ ସାମଗ୍ରୀ:

କଞ୍ଚା ପନିର- ୫୦ ଗ୍ରାମ
ସ୍ପିନ୍‌ଅଚ୍‌ (ପାଲକ) – ୧୫୦ ଗ୍ରାମ
ଅମୂଲ ଚିଜ୍‌ – ୭୫ ଗ୍ରାମ
ଫ୍ରେସ୍‌ ଅମୂଲ କ୍ରିମ- ୨୫ ଗ୍ରାମ
ପିଆଜ- ୩୦ ଗ୍ରାମ୍‌
କାଜୁ- ୫୦ ଗ୍ରାମ
ଟମାଟୋ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ
ରସୁଣ- ୨୦ ଗ୍ରାମ
ଅଦା- ୨୦ ଗ୍ରାମ
କିସମିସ – ୧୦ ଗ୍ରାମ
ବଟର – ୫ ଗ୍ରାମ
ରିଫାଇନ ତେଲ – ୨୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପିଆଜ,ରସୁଣ ଓ ସ୍ପିନ୍‌ଅଚ(ପାଳଙ୍ଗ)କୁ ଛୋଟ ଛୋଟ ଖଣ୍ଡ କରି କାଟି ତେଲରେ ଭାଜି କାଢ଼ି ଦିଅନ୍ତୁ। ପନିର, ଚିଜ୍‌, କାଜୁ କିସ୍‌ମିସକୁ ଛୋଟ ଛୋଟ କାଟି ରଖନ୍ତୁ। ପିଆଜ,ରସୁଣ ଓ ସ୍ପିନ୍‌ଅଚ(ପାଳଙ୍ଗ)ରେ ରୋଲ୍‌ ତିଆରି କରି ବଏଲ କରାଯାଇ ଏକ ପାତ୍ରରେ ରଖାଯିବ । ପରେ ରୋଲକୁ ୬ ଖଣ୍ଡରେ କାଟି ଦିଆଯିବ । ଟମାଟୋ କାଜୁକୁ ବଟାଯାଇ ତେଲରେ ଫ୍ରାଏ କରି ଗ୍ରେଭି ପ୍ରସ୍ତୁତି କରାଯିବ । ରୋଲ ଉପରେ ପ୍ରସ୍ତୁତି ଗ୍ରେଭିକୁ ଦିଆଯାଇ ପରସା ଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ,...

ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ...

ପର୍ସରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍‌ ଦେଖା ଦେଇପାରେ ଆର୍ଥିକ ସଙ୍କଟ

ଅଧିକାଂଶ ଲୋକ ପକେଟରେ ପର୍ସ ରଖିଥାନ୍ତି। ପର୍ସକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବି ସେଥିରେ ଟଙ୍କା ସାଙ୍ଗକୁ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ। ତେବେ ବାସ୍ତୁଶାସ୍ତ...

ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ବଦଳିଯାଏ, କେବଳ ମିଳିଥାଏ ଲାଭ ହିଁ ଲାଭ

ସମସ୍ତେ ଚାହିଁଥାନ୍ତି ଜୀବନରେ କେମିତି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବେ। ଏଥିପାଇଁ ଲୋକେ ନାନା ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି। ମାତ୍ର କିଛି ଲୋକ...

ଅଜୀର୍ଣ୍ଣ ସମସ୍ୟା

ନିଜକୁ ସୁସ୍ଥ ରଖିବା ଲାଗି ଆମେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ଦରକାର। ଗରିଷ୍ଠ ତଥା ଅପାଚ୍ୟ ଖାଦ୍ୟ ଖାଇବା ସହ ପାଣି ପିଇବାରେ...

ସେବା ଓ ସର୍ଜନାର ଦୀପ୍ତି : କମଳା ଶତପଥୀ

ଜୀବନ ସଂଘର୍ଷ ଓ ଗତିଶୀଳତାର ଅନ୍ୟ ନାମ । ଆସ୍ପର୍ଦ୍ଧା ଓ ସ୍ବାଭିମାନ ଜୀବନକୁ ଗରିମା ମଣ୍ଡିତ କରେ । ମଣିଷ ଅସରନ୍ତି ସାମର୍ଥ୍ୟର ଉତ୍ସ...

ଅର୍ଥୋସ୍କୋପିକ୍‌ ସର୍ଜରି

”ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ...

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ; ଏସବୁ ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

Advertisement
Archives

Model This Week