ସ୍ନାନପୂର୍ଣ୍ଣିମାଦିନ ହୋଇପାରେ ଅଣସର ନୀତି

ପୁରୀ ଅଫିସ,୧୭।୫: ଦୀର୍ଘବର୍ଷ ହେଲା ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅଣସର ନୀତି ହୋଇପାରୁନାହିଁ। ଦାରୁବିଗ୍ରହ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ କରିବାରେ ବିଳମ୍ବ ଯୋଗୁ ସେହିଦିନ ଅଣସର ନୀତି କରିବା ସମ୍ଭବହୋଇ ନ ଥାଏ। ତା’ ପରଦିନଠାରୁ ଅଣସର ଘରେ ଦାରୁଦିଅଁଙ୍କ ଅଣସର ଗୁପ୍ତ ସେବା ଆରମ୍ଭ ହୋଇଥାଏ। ହେଲେ ଏଥର କରୋନା ଯୋଗୁ ଭକ୍ତଙ୍କ ଆଗମନ ହେବାର ସମ୍ଭାବନା ନ ଥିବାରୁ ଠାକୁରଙ୍କ ସ୍ନାନ ନୀତିକାନ୍ତି ସଅଳ ସରିବ ବୋଲି ଆଶା ରଖିଛି ଦଇତାପତି ନିଯୋଗ। ତେଣୁ ସ୍ନାନପୂର୍ଣ୍ଣିମା ଦିନ ଶୀଘ୍ର ଠାକୁରଙ୍କୁ ଅଣସର ପିଣ୍ଡିକୁ ଯଦି ବିଜେ କରାଯାଇପାରିଲା ତେବେ ସେହିଦିନ ଅଣସର ନୀତି ହୋଇପାରିବ। ଏଥିପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ପରମ୍ପରା ଅନୁଯାୟୀ ଅଣସର ୧୫ଦିନ ରହିଥିବାବେଳେ ପ୍ରତିବର୍ଷ ୧୪ଦିନ ହେଉଛି। ଏଥର ୧୫ଦିନ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ସ୍ନାନ ପୂର୍ଣ୍ଣିମା ଦିନଠାରୁ ହିଁ ଅଣସର ନୀତି ଆରମ୍ଭ କରାଯିବ। ମାତ୍ର ପ୍ରତିବର୍ଷ ନୀତିକାନ୍ତିରେ ବିଳମ୍ବ ଏବଂ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ଲାଗି ଭକ୍ତଙ୍କ ଉତ୍କଣ୍ଠାକୁ ଦେଖି ବେଶ ଓଲାଗିରେ ବି ଡେରି ହୋଇଥାଏ। ତେଣୁ ବିଳମ୍ବିତ ରାତିରେ ଠାକୁର ଅଣସର ପିଣ୍ଡିକୁ ବିଜେ କରୁଥିବାରୁ ସେହିଦିନ ଅଣସର ନୀତି ହୋଇପାରେ ନାହିଁ। ଏଥର ଜୁନ୍‌ ୫ରେ ପଡୁଛି ସ୍ନାନଯାତ୍ରା। ୪ତାରିଖ ରାତ୍ର ୧/୨ଟାରୁ ସ୍ନାନ ନୀତି ଆରମ୍ଭ ହେବାକୁ ଯୋଜନା କରାଯାଇଛି। ଫଳରେ ସକାଳ ୫ଟାରୁ ୬ଟା ମଧ୍ୟରେ ଠାକୁରମାନଙ୍କ ପହଣ୍ଡି ଶେଷ ହୋଇଯିବ। ଏହାପରେ ସ୍ନାନମଣ୍ଡପରେ ସ୍ନାନ ନୀତି ସରି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଯେହେତୁ ଭକ୍ତଙ୍କ ଉପରେ କଟକଣା ରହିବ ତେଣୁ ସଅଳ ହାତୀବେଶ ଓଲାଗି ହୋଇ ଦାରୁବିଗ୍ରହଙ୍କୁ ଅଣସର ପିଣ୍ଡିକୁ ବିଜେ କରାଯିବ। ଏହାପରେ ଶ୍ରୀମସ୍ତକରୁ ମୂଲ୍ୟବାନ ଚିତା, ରାହୁରେଖା ଓଲାଗି କରାଯିବ। ଅଣସର ନୀତି ପାଇଁ ଯଥେଷ୍ଟ ସମୟ ମିଳିବ। ଏହାକୁ ନଜରରେ ରଖି ଦଇତାପତି ନିଯୋଗ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି। ମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହ ଆଲୋଚନା କରି ଏଦିଗରେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri