ସ୍ଥିତି ସମୀକ୍ଷା କଲେ ନିର୍ମଳା

ନୂଆଦିଲ୍ଲୀ,୨୧-୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ସମୀକ୍ଷା କରିଛନ୍ତି। ସେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାବାଦ ବେସାମରିକ ବିମାନ ଚଳାଚଳ ସଚିବ, ପଶୁ ସମ୍ପଦ, ପର୍ଯ୍ୟଟନ ଏବଂ ଏମ୍‌ଏସ୍‌ଏମ୍‌ଇ ସଚିବଙ୍କୁ ସେ ଭେଟି କରୋନା ଯୋଗୁ ଅର୍ଥବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ ସମୀକ୍ଷା କରିଛନ୍ତି। ଏହି କ୍ଷେତ୍ରଗୁଡିକ ପକ୍ଷରୁ ରହିଥିବା ଦାବିକୁ ମଧ୍ୟ ସୀତାରାମନ ବିଚାର କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶନିବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ତରୀଣ ବୈଠକ ଡକାଯିବ। ବର୍ତ୍ତମାନ ଉପୁଜିଥିବା ସମସ୍ୟାର ସମାଧାନ କିଭଳି କରାଯିବ ସେ ନେଇ ଏଠାରେ ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ ବୋଲି ନିର୍ମଳା କହିଛନ୍ତି।
କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ମୋଦି ଗୁରୁବାର ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସହାୟତା କରିବା ଲାଗି ଇକୋନୋମିକ ରେସପନ୍ସ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସ ତ୍ୱରିତ ଭିତ୍ତିରେ ଅଂଶୀଦାରଙ୍କ ସହ ନିରନ୍ତର ସମ୍ପର୍କରେ ଆସିବା ସହ ମତାମତ ସଂଗ୍ରହ କରିବ। ସ୍ଥିତିକୁ ସମୀକ୍ଷା କରିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ। ଅର୍ଥ ବ୍ୟବସ୍ଥାର ପ୍ରଭାବିତ ସ୍ଥିତିକୁ ସୁଧାରିବା ଲାଗି ବିଭିନ୍ନ ପଦକ୍ଷେପ ଯେଭଳି ଠିକ୍‌ ଭାବେ କାର୍ଯ୍ୟ କରୁଛି ତାହା ଟାସ୍କଫୋର୍ସ ଦେଖିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକ ଅନୁଧ୍ୟାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ । ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଭଳି ଅନ୍ୟ କ୍ଷେତ୍ରଗୁଡିକୁ ସରକାର ପୁନରୁଦ୍ଧାର ପ୍ୟାଜେଜ ପ୍ରଦାନ କରିବେ ବୋଲି ଜଣାପଡିଛି। ସରକାର ଅର୍ଥ ବ୍ୟବସ୍ଥା ଉପରେ ନିରନ୍ତର ଭିତ୍ତିରେ ନଜର ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସହ ମାରାଥନ ବୈଠକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri