ସ୍ଥିତି ପରଖିବା ସତ୍ତ୍ୱେ ଏଏସ୍‌ଆଇ ଚୁପ୍‌

ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ତିନିଜଣିଆ ଟିମ୍‌ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି ଟିମ୍‌ର ଅଧିକାରୀମାନେ ପ୍ରକଳ୍ପ ସ୍ଥଳକୁ ଯାଇ ଶ୍ରୀମନ୍ଦିର ଚୌହଦିରେ କ’ଣ ସବୁ ନିର୍ମାଣ ହେଉଛି, ପ୍ରକଳ୍ପ ପାଇଁ କେତେ ଗଭୀରରୁ ପିଲର ଉଠୁଛି, ପିଲର୍‌ ଏବଂ ବିମ୍‌ର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିଛନ୍ତି। ଏନେଇ ସେମାନେ ଜିଲାପାଳ ସମର୍ଥ ବର୍ମା, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ଲିମିଟେଡ୍‌ ଏବଂ ଟାଟା କନଷ୍ଟ୍ରକଶନ୍‌ ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନଙ୍କ ସହ ବୁଲି ନିର୍ମାଣ କାର୍ଯ୍ୟକୁ ତନ୍ନତନ୍ନ କରି ଦେଖିଛନ୍ତି। ଏଥିସହ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ମାପଚୁପ ମଧ୍ୟ କରିଛନ୍ତି। ଏହି ଟିମ୍‌ରେ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି, ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏବଂ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ସାମିଲ ଥିଲେ।
ମେଘନାଦ ପାଚେରୀଠାରୁ ୫୫ ମିଟର ଦୂରରେ ନିର୍ମାଣ ହେବାକୁ ଥିବା ପ୍ରାଚୀର ସ୍ଥାନରେ ଏଏସ୍‌ଆଇ ଟିମ୍‌ ପରୀକ୍ଷା ନିରୀକ୍ଷା କରିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖନନ ଓ ନିର୍ମାଣ କାର୍ଯ୍ୟ ଠିକ କି ନୁହେଁ ସେନେଇ ମଧ୍ୟ ପ୍ରଶାସନ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି। ଜିଲାପାଳ ବର୍ମା ଏଏସ୍‌ଆଇ ଟିମ୍‌କୁ ନିର୍ମାଣସ୍ଥଳୀମାନ ବୁଲାଇ ଦେଖାଇଥିଲେ। ଟିମ୍‌ର ସଦସ୍ୟମାନେ ପ୍ରଥମେ ପଶ୍ଚିମଦ୍ୱାର ପଟେ ନିର୍ମାଣାଧୀନ ଇନ୍‌ଫର୍‌ମେଶନ୍‌ କିଓସ୍କୋ, ଶେଲଟର ପାଭିଲିଅନ୍‌, କ୍ଲକ୍‌ରୁମ୍‌ ଓ ଶୌଚାଳୟ କାର୍ଯ୍ୟ ଯାଞ୍ଚ କରିବା ପରେ ଦକ୍ଷିଣଦ୍ୱାର ଏବଂ ଏମାର ମଠ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଆଇନତଃ ଠିକ୍‌ କିମ୍ବା ଭୁଲ୍‌ ସେନେଇ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିଲେ। ଜିଲା ପ୍ରଶାସନଠାରୁ ଆରମ୍ଭ କରି ଠିକା କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଏପରି କି ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି ମଧ୍ୟ ସିଧାସଳଖ ଭାବେ ଏହି ପ୍ରସଙ୍ଗରେ କୌଣସି ଉତ୍ତର ରଖି ନ ଥିଲେ। ସେ କହିଥିଲେ, ଏ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍‌ ସ୍ଥିତି ପରଖିବା ପାଇଁ ଆସିଛି। ବିଚାରାଧୀନ ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏସମ୍ପର୍କିତ ତଥ୍ୟ ସାର୍ବଜନୀନ ହେବ। ଅନ୍ୟପକ୍ଷରେ ଐତିହ୍ୟ କରିଡର କାର୍ଯ୍ୟରେ ଏଏସ୍‌ଆଇର ନୀରବତାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ପୁରୀ ସହରର ବୁଦ୍ଧିଜୀବୀ, ଆଇନଜୀବୀ ଓ ଜନସାଧାରଣ ଏଏସ୍‌ଆଇର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ଏଭଳି ନିର୍ମାଣ କାର୍ଯ୍ୟ ପରେ ଶ୍ରୀମନ୍ଦିର ସୁରକ୍ଷିତ ରହିବ କି ନାହିଁ ଏବଂ ଏଏସ୍‌ଆଇ ଅନୁମତିରେ କାମ ହେଉଛି ନା ନାହିଁ, ସେନେଇ ଏଏସ୍‌ଆଇ ତୁରନ୍ତ ସ୍ପଷ୍ଟ କରିବା ଦରକାର ବୋଲି ପୁରୀ ଓକିଲ ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri