ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ ୨୦୫୦ ବେଳକୁ ଜାକର୍ତ୍ତାର ଏକ-ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଯିବ। ସେଥିପାଇଁ ଇଣ୍ଡୋନେସିଆ ସରକାର ରାଜଧାନୀକୁ ଜାକର୍ତ୍ତାରୁ ଅନ୍ୟତ୍ର ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ରାଜଧାନୀ ସମ୍ପର୍କରେ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଏହା ବୋର୍ନିଓ ଦ୍ୱୀପକୁ ସ୍ଥାନାନ୍ତର ହେବ ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଟୁଇଟ୍‌ କରିଛନ୍ତି। କୋଟିଏରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ରାଜଧାନୀ ସହର ଜାକର୍ତ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି। ଯେତେବେଳେ ବନ୍ୟା ଆସେ ସେତେବେଳେ ସହରବାସୀ ଭୟରେ ଥରିବାକୁ ଲାଗନ୍ତି ବୋଲି ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି। ଭୂକମ୍ପ ଜୋନ୍‌ ତଥା ଆର୍ଦ୍ରଭୂମିରେ ନିର୍ମିତ ଏହି ରାଜଧାନୀ ସହର ନିକଟରେ ୧୩ ନଦୀ ପ୍ରବାହିତ ହେଉଛି। ସହରର କେତେକ ଅଞ୍ଚଳ ସମୁଦ୍ରପତ୍ତନ ଠାରୁ ୪ ମିଟର ତଳେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ...

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ...

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର...

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ...

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri