ସ୍ତ୍ରୀ ପଥର ମାଡରେ ସ୍ବାମୀ ଗୁରୁତର

 

ଚନ୍ଦାହାଣ୍ଡି,୩୧।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମରେ ଗୁରୁବାର ସ୍ତ୍ରୀର ପଥର ମାଡରେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମନୁ ଜଗଳ (୫୦)। ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପଥର ମାଡ କରି ରାମବତୀ କୁଆଡେ ଚାଲି ଯାଇଥିବା ମନୁ କହିଛନ୍ତି।
ଜମାଦାରପଡା ଗ୍ରାମର ମନୁ ରାଇଘର ବ୍ଲକ କୁମୁଲି ପଞ୍ଚାୟତର ଜାମଦରା ଗ୍ରାମର ରାମବତୀ ଜଗଳଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି। ସେମାନେ ଅଧିକାଂଶ ସମୟରେ ରାଇଘରରେ ରହୁଥିଲେ। ରାଇଘର ବ୍ଲକରେ ମନୁ ମେକାନିକ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ଏଥିଯୋଗୁ ତାଙ୍କର ୨ ଗୋଡରେ ଶକ୍ତି ନ ଥିବା ଯୋଗୁ ଦିବ୍ୟାଙ୍ଗ ହୋଇଯାଇଥିଲେ। ଏଥିପାଇଁ ସେ ବାହାରକୁ କାମ କରିବାକୁ ଯାଉ ନ ଥିଲେ। ଏହାକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ଗୁରୁବାର ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାମବତୀ ରାଗିଯାଇ ମନୁଙ୍କୁ ୧୦ରୁ ୧୫ ଟି ପଥରରେ ବାଡେଇ ଫେରାର ହୋଇଯାଇଥିଲେ। ଘଟଣା ଦିନ ମନୁ ଚନ୍ଦାହାଣ୍ଡିରେ ରହିଥିବା ବେଳେ ପୁଅଝିଅ ରାଇଘରରେ ରହିଥିଲେ। ଏଥିଯୋଗୁ ମନୁଙ୍କୁ ପଡୋଶୀ ନେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୫ ଦିନ ହେବ ସେଠାରେ ସେ ଏକୁଟିଆ ପଡି ରହିଥିବା ବେଳେ ତାଙ୍କ ପାଖରେ କେହି ନ ଥିବାରୁ ଠିକ ଭାବେ ଚିକିତ୍ସିତ ହୋଇ ପାରୁ ନ ଥିବା କହିଛନ୍ତି। ଇନଡୋର ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁୁ ରନ୍ଧା ଖାଦ୍ୟ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୧୫ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା। ରାଜ୍ୟରେ ଗୁରୁବାର ପୁଣି ୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...

କାଳରେ ଲୀନ ଅପେକ୍ଷାରେ ସାଧନାସ୍ଥଳ

ପାଲଲହଡା,୨୧ା୮ ପ୍ରାୟ ୭୦ ବର୍ଷ ତଳେ ପାଲଲହଡା ଗଡଜାତ (ବର୍ତ୍ତମାନର ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ)ରେ କଳାର ବିକାଶ ପାଇଁ ଗଠନ ହୋଇଥିଲା ଏକ ଅସ୍ଥାୟୀ...

୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର...

ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ

ରତ୍ନଗିରି, ୨୮।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୭ା୧୧: ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ...

ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି...

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ। ଭୋପାଳକୁ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ...

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: କାରଣ ଜାଣନ୍ତୁ…

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେ ହେଉଛନ୍ତି କୋରାପୁଟର ତତ୍‌କାଳୀନ ଜିଲା କୃଷି ଅଧିକାରୀ ପ୍ରଦୀପ...

Advertisement


Archives

Model This Week