ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଭିଡିଓ କନଫରେନ୍ସିଂ:ଦ୍ୱିତୀୟ ପୃଥିବୀ ସନ୍ଧାନରେ ଦିଆଗଲା ସୂଚନା

ଛତ୍ରପୁର,୩୦ା୭(ଡି.ଏନ.ଏ.)-ବ୍ରିଟିଶ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଦ୍ୱିତୀୟ ପୃଥିବୀ ସନ୍ଧାନ କରାଯାଇଥିବା କୁହାଯାଉଛି। ଏହା ଉପରେ କେନ୍ଦ୍ର ବୈଜ୍ଞାନିକ ତଥା ପ୍ରଫେସର ଲୁଇସ୍‌ ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀଛାତ୍ରଙ୍କର ଏହା ଉପରେ ଥିବା ବିଭିନ୍ନ ସନ୍ଦେହ ଦୂର କରାଯାଇଥିଲା। ସନ୍ଧାନ ହୋଇଥିବା ଦ୍ୱିତୀୟ ପୃଥିବୀରେ ପାଣି ଅଛି କି ନାହିଁ ସେ ସମ୍ପର୍କରେ ଅନସ୍ଲୋ ସରକାରୀ ହାଇସ୍କୁଲ ଛାତ୍ର ପଦ୍ମନାଭ ଦଣ୍ଡ ପ୍ରଶ୍ନ କରିଥିଲେ। ଏହାର ସମ୍ଭାବନା ଥିବା କୁହାଯାଇଥିଲା। କେନ୍ଦ୍ର ପକ୍ଷରୁ ହୋଇଥିତ୍ବା ଗବେଷଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେଠାରେ ନାଇଟ୍ରୋଜେନ, ଅକ୍ସିଜେନ୍‌ ଓ ହାଇଡ୍ରୋଜେନ୍‌ ରହିଛି। ଦ୍ୱିତୀୟ ପୃଥିବୀରେ ଜୀବର ସତ୍ତା ଅଛି କି ନାହିଁ ସେ ଉପରେ ଗବେଷଣା ଚାଲିଥିବା ସୂଚନା ଦିଆଯାଇଛି। ମୋ ସ୍କୁଲ ଅଭିଯାନରେ ଛାତ୍ରୀଛାତ୍ରମାନଙ୍କୁ ଏହି ଇ-ଶିକ୍ଷା ପ୍ରଦାନ କରାଯାଇଛି। ଏଥିରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଅନସ୍ଲୋ ସରକାରୀ ହାଇସ୍କୁଲ ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ଛତ୍ରପୁରସ୍ଥିତ ଅନସ୍ଲୋ ହାଇସ୍କୁଲ, ବାଳିକା ହାଇସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବ୍ରହ୍ମପୁର ଭି.ଭି. ଗିରି ସ୍କୁଲର ୯ମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଲ୍‌ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍‌ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ

ଛତ୍ରପୁର, ୧୫।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍‌ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍‌ ଯୋଜନାରେ ପ୍ରଶାସନ...

ପୁରୁଷୋତ୍ତମପୁର ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଲେ ସୀମାଞ୍ଚଳ ମହାନ୍ତି : ଲୋକଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବାକୁ ଦେଲେ ପ୍ରତିଶ୍ରୁତି

ପୁରୁଷୋତ୍ତମପୁର,୨୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ସୀମାଞ୍ଚଳ ମହାନ୍ତି ମଙ୍ଗଳବାର ଯୋଗଦେଇଥିବାବେଳେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକେ ଘରେ...

ସ୍କୁଟିରୁ ମିଳିଲା ୧୫ ଲକ୍ଷ, ୪୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୯।୩: ବଡ଼ବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଧୀନ...

ଏମ୍‌କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩

ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ...

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର...

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ଛତ୍ରପୁର,୧୦।୧୨(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ରେ ଗଞ୍ଜାମ ଜିଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

କରୋନା ଦ୍ୱିତୀୟ ଲହର ନେଇ ବଦଳିଲା ନିଷ୍ପତ୍ତି: ବନ୍ଦ ହେବନି ଟାଟା କୋଭିଡ୍‌ ହସ୍ପିଟାଲ

ଛତ୍ରପୁର, ୨୦।୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଶିତଳାପଲିଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ଚଳିତ ମାସ ୩୦ ତାରିଖରୁ ବନ୍ଦ କରିଦେବାପାଇଁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା...

Advertisement
Archives

Model This Week