Posted inରାଜ୍ୟ

ସ୍କୁଲ ଖୋଲୁ ଖୋଲୁ ଶିକ୍ଷୟିତ୍ରୀଙ୍କୁ କରୋନା

ବରଗଡ଼ ଅଫିସ୍‌,୧୩।୧: ରାଜ୍ୟରେ ଗତ ୮ ତାରିଖରୁ ହାଇସ୍କୁଲଗୁଡ଼ିକ ଖୋଲିଛି। କେବଳ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପାଠପଢ଼ା ଚାଲିଛି। ନିୟମିତ ଛାତ୍ରୀଛାତ୍ର ମଧ୍ୟ ସ୍କୁଲକୁ ଆସୁଛନ୍ତି । ତେବେ ସ୍କୁଲ ଖୋଲିବା ପରେ ବରଗଡ଼ ଜିଲାର ଏକ ବାଳିକା ହାଇସ୍କୁଲରେ ଜଣେ ଶିକ୍ଷୟିତ୍ରୀ କରୋନା(କୋଭିଡ୍‌-19)ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତ ଶିକ୍ଷୟିତ୍ରୀ ଜଣକ ହୋମ ଆଇସୋଲେଶନରେ ଅଛନ୍ତି । ସେହିପରି ଖୋଲିବା ପୂର୍ବରୁ ସ୍କୁଲକୁ ସାନିଟାଇଜ୍‌ କରାଯାଇଥିଲା ଏବଂ ଶିକ୍ଷୟିତ୍ରୀଙ୍କ ପଜିଟିଭ୍‌ ବାହାରିବା ପରେ ସମ୍ପୃକ୍ତ ସ୍କୁଲକୁ ପୁଣି ଥରେ ସାନିଟାଇଜ୍‌ କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ କହିଛନ୍ତି । ଉକ୍ତ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସଂଖ୍ୟା ୨୭ ହୋଇଥିବା ବେଳେ ସ୍କୁଲ ଖୋଲିବା ଦିନଠାରୁ ନିୟମିତ ୨୦ରୁ ଅଧିକ ଛାତ୍ରୀ ଆସୁଛନ୍ତି । ଅନ୍ୟପଟେ ସ୍କୁଲ ଖୋଲିବା ଦିନଠାରୁ ଜିଲାର ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଉପସ୍ଥାନ ବଢ଼ି ଚାଲିଛି । ସ୍କୁଲ ଖୋଲିବା ଦିନ ଉପସ୍ଥାନ ହାର ୭୩ ପ୍ରତିଶତ ଥିବାବେଳେ ବୁଧବାର ୮୧.୯ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରକାଶଥାଉକି, ବୁଧବାର ବରଗଡ଼ ଜିଲାରେ ୮ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଏବଂ ୫ଜଣ ପୁରୁଷ ଅଛନ୍ତି । ଆକ୍ରାନ୍ତମାନେ ବରଗଡ଼, କନକବିରା, ପାଇକମାଲ, ଭୁକ୍ତା ଏବଂ ଅଡ଼ଗାଁ, କଟାପାଲିର ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୩୩୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୦ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ହଜାର ୧୨୭ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ...

ଜନ୍ମ ଦିନରେ ମୃତ୍ୟୁ କୋଳକୁ ଗଲେ ବ୍ୟବସାୟୀ

ବଡବିଲ, ୧୪।୮(ସ୍ବ.ପ୍ର.): ଜନ୍ମ ଦିନରେ ମୃତ୍ୟୁମୁଖରେ ପଡିବା ଘଟଣା ବହୁତ କମ୍‌ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ୱାର୍ଡ ନଂ-୪ ଉ.ପ୍ରା. ବିଦ୍ୟାଳୟ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗଦେବାକୁ...

ଯାଜପୁରରେ ବଦଳିପାରେ ପୂର୍ବ ଧାରା: ଏକ୍‌ଜିଟ ପୋଲ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା

ଯାଜପୁର ଅଫିସ,୨୧।୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ...

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ...

ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ସୁପାରିଶ

କଟକ ଅଫିସ,୧୯।୪- ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହୋଇପାରନ୍ତି। ତାଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ...

CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ସତର୍କତା, ସଚେତନତା ନେଇ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟାପକ ସଚେତନତା କରୁଛି। ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ, ମଲ୍‌,...

Advertisement


Archives

Model This Week

Why Dharitri