ସ୍କୁଲ, କଲେଜ ଫି’ ଛାଡ଼ ନେଇ ଜିଲାପାଳଙ୍କଠାରେ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ,୨୮ା୫: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଜିଲା ସଭାପତି ଓ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂହ ଲାଗୁରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସେମାନେ ଦାବି କରିଛନ୍ତି ଯେ, ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଅବସ୍ଥାରେ ଅଛି। ଏଥିଯୋଗୁ ଦେଶର ପ୍ରତ୍ୟେକ ବର୍ଗର ଲୋକ ଆର୍ଥିକ କ୍ଷତି ସହୁଛନ୍ତି ା ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ଦୁଇ ବେଳା ଖାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଏହି ପରିସ୍ଥିତିରେ ବଲାଙ୍ଗୀର ଜିଲାର ସମସ୍ତ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ, କଲେଜ ପିଲାଙ୍କ ଆଡ୍‌ମିଶନ ଫି’, ରିଆଡମିଶନ ଫି’, ହଷ୍ଟେଲ ଫି’ ଛାଡ଼ ସାଙ୍ଗକୁ ସ୍କୁଲ, କଲେଜ ତଥା ହଷ୍ଟେଲ ପରସରକୁ ସାନିଟାଇଜ୍‌ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ା ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲା ସଭାପତି ମନୀଷ ମିଶ୍ର, ଜିଲା ସେବା ସଦନ ଅସିତ ମିଶ୍ର, ଛାତ୍ର କଂଗ୍ରେସ ସୁମିତ ପଟେଲ,ଟୁଲୁ ସେନ୍‌, ଶୁଭେନ୍ଦୁ ସାହୁ, ପ୍ରଦୀପ ନାଏକ, ନିରନ ମିଶ୍ର, ରୋଶନ ମିଶ୍ର, ଅଞ୍ଚଳ ପଣ୍ଡା ଓ ଆର୍ତ୍ତ ଘିବେଲା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଭାଙ୍ଗିଲା ବିଷ୍ଣୁ ମନ୍ଦିର ଚୂଡ଼ା

ପାତ୍ରପୁର,୨୦ା୩ (ଡି.ଏନ୍‌.ଏ.) – ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ହୋଇଛି। ବଣଶୋଳା ଗ୍ରାମ ବଡ଼ସାହିରେ...

‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ...

ଭୁବନରେ ଜଣ୍ଡିସ ଆତଙ୍କ

ଭୁବନ, ୨୭।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧୦ ଏବଂ ୧୧ନଂ. ଓ୍ବାର୍ଡରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ୧୨ରୁ ଊର୍ଦ୍ଧ୍ୱ ଶିଶୁ ଏବଂ ବୟସ୍କ ବ୍ୟକ୍ତି...

ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲେ ଅସହାୟ ମହିଳା: ରାଶନ ଯୋଗାଇଲା ଖଲିକୋଟ ପୋଲିସ

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଓଡ଼ିଶା ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ କେଶପୁରର ଜଣେ ଅସହାୟ ମହିଳା ସୁନୀତା ସୁବୁଦ୍ଧି ଫୋନ୍‌ କରିବାରୁ ତାଙ୍କ...

ଲକ୍‌ଡ଼ାଉନ୍‌ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି

ଦେବଗଡ଼,୩୧ା୩(ଡି.ଏନ୍‌.ଏ.)- ଲକଡ଼ାଉନ୍‌ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ...

ଟ୍ରକ ସହ ମୁହାଁମୁହିଁ: ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଖସିଲା ବସ୍‌

ଛେଣ୍ଡିପଦା,୨ା୯(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଅନୁଗୋଳ – ସମ୍ବଲପୁର ୫୫ନଂମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ...

ଗରଡ଼ିହି ହାଇସ୍କୁଲର ଶିକ୍ଷକଙ୍କ ବଦଳି ପ୍ରତିବାଦ: ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଟାୟାର ଜାଳି ଆନ୍ଦୋଳନ

ସଜନାଗଡ଼,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ...

ଚୋରି ବାଇକ ଉଦ୍ଧାର, ଦୁଇ କୋର୍ଟ ଚାଲାଣ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନରୋଡ୍‌ରୁ ଗତ ସୋମବାର ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ...

Play 250+ Trending Games
Archives

Model This Week

Why Dharitri