ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର: ରାମଚଣ୍ଡୀ ଥାନାରେ ଅଭିଭାବକଙ୍କ ଅଭିଯୋଗ

କୋଣାର୍କ,୧୯।୨(ଡି.ଏନ୍‌.ଏ): ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି କପିଳେଶ୍ୱର ସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ଫର୍ମ ଫିଲପ୍‌ କରିଥିଲେ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗୋପ ବ୍ଲକ ଶ୍ରୀବାଲିକପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୨୯ ଛାତ୍ରୀଛାତ୍ର ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ୩ଟି ପର୍ଯ୍ୟାୟରେ ୧୧୮ ଛାତ୍ରୀଛାତ୍ର ଫର୍ମ ଫିଲପ କରିଥିବା ବେଳେ ୧୧ ଜଣ ଫର୍ମ ଫିଲପ କରି ନ ଥିଲେ। ଅଭିଯୋଗ ଅନୁସାରେ, ଫର୍ମ ଫିଲପ କରି ନ ଥିବା ୧୧ ପିଲାଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ବେହେରା ରହିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ସୌମ୍ୟ କୁହନ୍ତି, ସେ ମାସକ ପୂର୍ବରୁ ଫର୍ମ ଫିଲପ ପାଇଁ ସ୍କୁଲରେ ଟଙ୍କା ଦେଇଥିଲେ। ହେଲେ ଗତ ୧୫ ତାରିଖରେ ସ୍କୁଲକୁ ଆଡ୍‌ମିଟ୍‌ କାର୍ଡ ଆଣିବାକୁ ଯିବାରୁ ସେ ଫର୍ମ ଫିଲପ କରି ନ ଥିବାରୁ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏପରି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପିତା। ଏନେଇ ରାମଚଣ୍ଡୀ ଥାନାରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଛି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସୌମ୍ୟଙ୍କ ପିତା ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍କୁଲ ଶିକ୍ଷକ ଓ ପ୍ରଧାନ ଶିକ୍ଷକ କହିଛନ୍ତି। ଏତଲା ପାଇବା ପରେ ରାମଚଣ୍ଡୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri