ସ୍କୁଲ୍‌ ଛୁଟି ବଢ଼ାଇଛି ଅଭିଭାବକଙ୍କ ଚିନ୍ତା

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଭାରତ ସମେତ ୧୬୩ ରାଷ୍ଟ୍ରକୁ ଗ୍ରାସ କରିସାରିଲାଣି। ଓଡ଼ିଶାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସ୍କୁଲ ଛୁଟି କରିଦେଇଛନ୍ତି। ଘରୁ ବାହାରିବା ଅଧିକାଂଶଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିବା ବେଳେ ଲୋକେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଉଚିତ ମଣୁଛନ୍ତି। ସେହିଭଳି ମ୍ୟୁଜିୟମ୍‌, ସିନେମା ହଲ୍‌, ବାର୍‌, ରେଷ୍ଟୁରାଣ୍ଟ, ଶପିଂ ମଲ୍‌ ସବୁ ବନ୍ଦ ଥିବାରୁ ଘରେ ରହି ଲୋକେ ବୋର୍‌ ହୋଇଗଲେଣି। ତେବେ ସବୁଠାରୁ ମାତାପିତାଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି ପିଲାମାନେ। ଘରେ ଅଧିକ ସମୟ ରହିବାକୁ ପଡ଼ୁଥିବାରୁ ସେମାନେ ଟେଲିଭିଜନ୍‌ ଦେଖିବା, ଭିଡିଓ ଗେମ୍ସ ଖେଳିବା, ମୋବାଇଲ ଦେଖିବାରେ ସମୟ କଟାଉଛନ୍ତି। ଦୀର୍ଘ ସମୟ ବସି ଏସବୁ କରୁଥିବାରୁ ମାତାପିତା ସେଥିରୁ ବିରତ ରହିବାକୁ କହିବାରୁ ପିଲେ ଚିଡ଼ିଚିଡ଼ା ହୋଇଯାଉଥିବା ଦେଖିବାକୁ ମିଳୁଛି।
କରୋନା ଭୟରେ କିଛିଦିନ ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର ୭୦ ପ୍ରତିଶତ ବଢିଯାଇଥିବା ବେଳେ ଲୋକେ ଓ୍ବେବ୍‌ ସିରିଜ୍‌, ଟେଲିଭିଜନ ଓ ଫିଲ୍ମ ଦେଖି ସମୟ ଅତିବାହିତ କରୁଛନ୍ତି। ବୟସ୍କଙ୍କ ପାଇଁ ନେଟ୍‌ଫ୍ଲିକ୍ସ, ଆମାଜନ୍‌ ପ୍ରାଇମ୍‌ ଏବଂ ହଟ୍‌ଷ୍ଟାର୍‌ ଭଳି ଡିଜିଟାଲ ପ୍ଲାଟ୍‌ଫର୍ମ ସାହାରା ପାଲଟିଥିବା ବେଳେ ଛୋଟ ପିଲାଙ୍କ ପାଇଁ ଏବେ ଘରେ ରହି ସମୟ କାଟିବା କଷ୍ଟ ହୋଇଯାଇଛି। ଅଧିକାଂଶଙ୍କ ପରୀକ୍ଷା ଶେଷ ହୋଇଥିବାରୁ ପାଠପଢ଼ାର ଚିନ୍ତାନାହିଁ। ତେଣେ ମାତାପିତା ଓ ଅଭିଭାବକ ପିଲାଙ୍କୁ ବାହାରକୁ ବୁଲିବାକୁ ଦେଉନାହାନ୍ତି। ଫଳରେ ପିଲାମାନେ ଭିଡିଓ ଗେମ୍ସ, ପେଣ୍ଟିଂ, ଇଣ୍ଟରନେଟ୍‌ ବ୍ରାଉଜିଂ, ଟେଲିଭିଜନରେ କାର୍ଟୁନ୍‌ ଓ ୟୁଟ୍ୟୁବ୍‌ ଭିଡିିଓ ଦେଖି ସମୟ କଟାଉଛନ୍ତି। ଖରାଛୁଟି ହେଲେ ସାଧାରଣତଃ ପିଲାମାନେ ମାମୁ ଘରକୁ କିମ୍ବା ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଇଥାଆନ୍ତି। ଭ୍ରମଣ ଉପରେ କଟକଣା ଲାଗିଥିବାରୁ ସେମାନେ ଘରେ ରହି ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ଛୁଆଙ୍କ ଅଳିଅର୍ଦ୍ଦଳି ସହଜରେ ସହିପାରୁ ନ ଥିବା ମାତାପିତା ଓ ପରିବାରବର୍ଗ ସେମାନଙ୍କ ଉପରେ ବିରକ୍ତ ହୋଇ ଯାଉଥିବା ଦେଖିବାକୁ ମିଳୁଛି। କେତେ ଜଣ ମା’ ପିଲାଙ୍କ ଛୁଟି କଟାଇବା ସମୟକୁ ନେଇ ନାନାଦି କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri