ସ୍କୁଲରେ ନିଆଁ ଲାଗି ୩୦ ପିଲା ଜଳିଗଲେ

ମନ୍‌ରୋଭିଆ, ୧୯ା୯: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମନ୍‌ରୋଭିଆ ଅନ୍ତର୍ଗତ ପେନେସ୍‌ଭିଲ୍ଲେସ୍ଥିତ ଏକ କୋରାନିକ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୦ ସ୍କୁଲ ପିଲାଙ୍କ ପ୍ରାଣହାନି ଘଟିଛି। ପିଲାମାନେ ଏଠାରେ କୋରାନ୍‌ ଅଧ୍ୟୟନ କରୁଥିଲେ। ଏମାନଙ୍କ ବ୍ୟତୀତ ୨ ଶିକ୍ଷକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଲାଇବେରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଅଗ୍ନିକାଣ୍ଡ ପରେ ରାଷ୍ଟ୍ରପତି ଜର୍ଜ ଓ୍ବେହ ଦୁର୍ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ମୃତ ଛାତ୍ରଙ୍କ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଏନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ପୋଲିସ ମୁଖପାତ୍ର ମୋଜେସ୍‌ କାର୍ଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର...

‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’

ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର...

ଧରା ପଡ଼ିଲେ ପାକିସ୍ତାନର ଦୁଇ ଗୁପ୍ତଚର

ଓ୍ବାଶିଂଟନ,୮।୪: ପାକିସ୍ତାନର ଗୁପ୍ତଚର(ସ୍ପାଇ) ସଂସ୍ଥା ଆଇଏସ୍‌ଆଇର ଦୁଇ ସଦସ୍ୟ ଆମେରିକାର ଓ୍ବାଶିଂଟନରେ ଧରା ପଡ଼ିଛନ୍ତି। ସେମାନେ ଆମେରିକାର ଇଣ୍ଟେଲିଜେନ୍ସ ଏବଂ ସିକ୍ୟୁରୁଟି ଆପାରାଟସ ସମେତ ରାଷ୍ଟ୍ରପତିଙ୍କ...

ପରାଗ ବିଦା ହେଲେ ୪୨ ମିଲିୟନ ଡଲାର ପାଇବେ

ଓ୍ବାଶିଂଟନ୍‌, ୨୬ା୪: ଏଲନ ମସ୍କଙ୍କ ଟୁଇଟର ଡିଲ୍‌ ପରେ ସିଇଓ ପରାଗ ଅଗ୍ରଓ୍ବାଲ ଦାୟିତ୍ୱରେ ରହିବେ କି ନାହିଁ ସେ ନେଇ ଚର୍ଚ୍ଚା ଲାଗି ରହିଛି।...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ...

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ...

କରୋନା ଟିକା ନେବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଲେ ମହିଳା

ଲଣ୍ଡନ,୨୩।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି। ଏହି ସଂକ୍ରମଣକୁ କମ୍‌ କରିବା ପାଇଁ ପୂରା ଦୁନିଆରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି।...

Advertisement
Archives

Model This Week