Posted inଫୁରସତ

ସ୍କର୍ଟ ପିନ୍ଧି ଅଫିସ ଆସିଲେ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍‌ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ଅଭିନବ ଯୋଜନା ଆରମ୍ଭ କରିଛି। ଯେଉଁ ମହିଳା କର୍ମଚାରୀମାନେ ପ୍ରତିଦିନ ସ୍କର୍ଟ ସହ ପୁରା ମେକ୍‌ଅପ୍‌ରେ ଆସିବେ ସେମାନଙ୍କୁ ଦିନକୁ ଶହେ ରୁବଲ(୧୦୬ଟଙ୍କା) ମିଳିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀ କାର୍ଯ୍ୟାଳୟକୁ ଜୀବନ୍ତ କରିବା ପାଇଁ ଏପରି ଏକ ମାରାଥନ୍‌ କାର୍ଯ୍ୟକ୍ରମ କରିଥିବା କହିଛି। ତେବେ କମ୍ପାନୀର ଏହି କାର୍ଯ୍ୟକ୍ରମକୁ ଦେଖି ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେଜଣ ଲୋକ ସୋସିଆଲ ମିଡିଆରେ ଏହାକୁ ଡାର୍କ ଏଜ୍‌ ମଧ୍ୟ କହୁଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ମେ’ ୨୭ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ତେବେ ଯେଉଁମହିଳା କର୍ମଚାରୀମାନେ ମେକ୍‌ଅପ୍‌ ଓ ସ୍କର୍ଟ ସହ ନିଜର ଫଟୋ କମ୍ପାନୀକୁ ପଠାଇବେ କେବଳ ସେହିମାନଙ୍କୁ ଅଧିକ ଟଙ୍କା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ...

ପିଠିରେ ସିଗ୍ନେଚର ଟାଟୁ

ଫ୍ଲୋରିଡାର ଜୁଆନ୍‌ ମତାସ୍‌ ଓରଫ ଫଙ୍କି ମତାସ୍‌ ଏବେ ତାଙ୍କ ଟାଟୁକୁ ନେଇ ବେଶ୍‌ ଚର୍ଚ୍ଚିତ। ଏମିତି ତ ଅନେକ ଲୋକ ଟାଟୁ କରୁଛନ୍ତି। କିନ୍ତୁ...

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ...

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

ଟି-ଶର୍ଟ ଉଠାଇ ଓଜନ ବଢ଼ିଥିବା ନେଇ କହୁଥିଲେ ମହିଳା ଟିକ୍‌ଟକ୍‌ ଷ୍ଟାର, ଆଉ ତା’ପରେ…

ଆମେରିକାର ଟିକ୍‌ଟକ୍‌ ତାରକା କ୍ଲୋ ଜାଣ୍ଡ୍ରିଆ ଲକ୍‌ଡାଉନ୍‌ରେ ଘରେ ସମୟ ବିତାଉଥିବାରୁ ତାଙ୍କ ଓଜନ ବଢ଼ିଛି। ସେ କେବେ ଭାବି ନ ଥିଲେ ଏଥିପାଇଁ ତାଙ୍କୁ...

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି,...

୧ କି.ଗ୍ରା. ଓଜନର ସୁନା କାନଫୁଲ

ଭାରତର ବହୁ ପୁରୁଣା ସୁନା ଗହଣା ନିର୍ମାତା ଜିଆର୍‌ଟି ଜୁଏଲର୍‌ ନିକଟରେ ଉନ୍ମୋଚନ କରିଛନ୍ତି ୧ କି.ଗ୍ରା. ଓଜନର ଏକ ଝୁମ୍‌କା ଇୟରିଂ। ଏହି ବିରାଟକାୟ...

ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ...

Advertisement
Archives

Model This Week