ସୌରଶକ୍ତିଚାଳିତ କାର ପ୍ରଦର୍ଶନ : ଘଣ୍ଟାକୁ ଯାଉଛି ୫୦କି.ମି.;  ପ୍ରଦୂଷଣମୁକ୍ତ ସହ କମ୍‌ ଖର୍ଚ୍ଚରେ ଚାଲିବ ଗାଡ଼ି

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଉପରେ ସମସ୍ତେ ଚିନ୍ତାବ୍ୟକ୍ତ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଜନାର୍ଦ୍ଦନ ଗିରି। ତାଙ୍କ ଘର ଘଟଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ବ୍ୟୟ ବହୁଳ ପେଟ୍ରୋଲ/ଡିଜେଲ ସାଙ୍ଗକୁ ପରିବେଶର ସୁରକ୍ଷା ପାଇଁ ଜନାର୍ଦ୍ଦନ ନିଜର ପୁରୁଣା ମାରୁତି ୮୦୦ ଗାଡିକୁ ବ୍ୟାଟେରୀ ଚାଳିତ କାର ଭାବେ ତିଆରି କରିଛନ୍ତି। ଏଥିରେ ଲାଗିଛି ସୋଲାର ପ୍ୟାନେଲ ଓ ବ୍ୟାଟେରୀ। ଏହି ସୋଲାର ପ୍ୟାନେଲ ଜରିଆରେ ବ୍ୟାଟେରୀ ଚାର୍ଜ ହୋଇଥାଏ ଏବଂ ଏଥିରେ କାର ବେଶ ସୁରୁଖୁରୁରେ ଚାଲିପାରୁଛି ା ପ୍ରଦୂଷଣ ମୁକ୍ତ ଓ କମ ଖର୍ଚ୍ଚରେ ଗାଡି ଚାଲିପାରିବ। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି।
ଏଥି ପାଇଁ ତାଙ୍କୁ ପ୍ରାୟ ୩ /୪ ମାସ ସମୟ ଲାଗିଥିଲା ା ପାଖାପାଖି ୧ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି ା ସୋଲାର ପ୍ୟାନେଲ ୫ ଟା, ବ୍ୟାଟେରୀ ୪ ଟି, ମୋଟର, କଣ୍ଟ୍ରୋଲରକୁ ଖଞ୍ଜି ପୁରୁଣା କାରକୁ ନୂଆ ରୂପ ଦେଇଛନ୍ତି। ଏହାକୁ ଥରେ ଚାର୍ଜ କଲେ ପାଖାପାଖି ୯୦ କି.ମି ଯାଇ ପାରିବ। ଏହି କାରକୁ ବୁଧବାର ସେ ରାସ୍ତାକୁ ଆଣି ଶୁଭାରମ୍ଭ କରିଛନ୍ତି। ଦିନକୁ ସେ ୨/୩ ଘଣ୍ଟା କାମ କରିଥାନ୍ତି ା ଏହି କାରକୁ ବ୍ୟାଙ୍କ ପକ୍ଷରୁ ଚାଲିଥିବା ମେଳାରେ ସେ ପ୍ରଦର୍ଶନ କରିବାକୁ ଆଣିଥିଲେ।
ସବୁ ଗାଡିରେ ସୋଲାର ବ୍ୟବସ୍ଥା କରିହେବ। ବର୍ତ୍ତମାନ ପେଟ୍ରୋଲ ଇଞ୍ଜିନ ବ୍ୟବସ୍ଥାକୁ ବାହାର କରି ଦେଇଛନ୍ତି। ତେବେ ଉଭୟ ସୋଲାର (ବ୍ୟାଟେରୀ) ଓ ପେଟ୍ରୋଲ ବ୍ୟବସ୍ଥା କରି ଚାଲିପାରିବ ବୋଲି କହିଛନ୍ତି ା ଏଥିପାଇଁ ଅଧିକ କ୍ଷମତା ସମ୍ପନ୍ନ ବ୍ୟାଟେରୀ ଲଗାଇବାକୁ ପଡିବ ା ଏଣୁ ଏହା ବ୍ୟୟ ବହୁଳ ହେବ ବୋଲି ସେ କହିଛନ୍ତି ା ଏହି ଗାଡି ଏବେ ୫୦ କି.ମି. ପ୍ରତି ଘଣ୍ଟାଚାଲୁଛି ା ତେବେ କିଛି ଦିନ ପରେ ଏହା ଅଧିକ ବେଗରେ ଚାଲିପାରିବ ବୋଲି ତାଙ୍କ ପୁଅ ସୁଧାଂଶୁ ଶେଖର ଗିରି କହିଛନ୍ତି ା ତାଙ୍କ ବାପା ଜଣେ ସଫଳ ଚାଷୀ ମଧ୍ୟ। ଯେଉଁ କାମ କରନ୍ତି ତାକୁ ସଫଳ କରାଇଥାନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri