ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଲକ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରୀ ଗ୍ରାମର ହରିହର ବେହେରା(୬୫)।
ରକ୍ତହୀନତା ସାଙ୍ଗକୁ ଗୋଡ଼ ହାତ ଫୁଲି ଆଣ୍ଠୁଗଣ୍ଠିରେ ଭୀଷଣ ବ୍ୟଥା ହେଉଛି। ଚାଲିବାରେ ଶକ୍ତି ନ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାଙ୍କୁ ଟେକି ନେବା ଆଣିବା କରାଯାଉଛି। ରୋଗର ପ୍ରଥମ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇ ବହୁ ଅର୍ଥ ବ୍ୟୟ କରାଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ସୁସ୍ଥ ହୋଇ ପାରିଲେନି ହରିହର। ତାଙ୍କୁ ଉପଶମ ମିଳୁ ନଥିବା ବେଳେ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ପଡୁଥିବାବେଳେ ତାଙ୍କ ପରିବାର ଲୋକ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହୋଇ ପାରୁ ନଥିବା କହିଛନ୍ତି ହରିଙ୍କ ସ୍ତ୍ରୀ ଉମା। ବହୁ କରଜ କରି ଏବଂ ବନ୍ଧାଛନ୍ଦା ପକାଇ ଅର୍ଥ ଯୋଗାଡ କରି ସ୍ବାମୀଙ୍କ ଚିକିତ୍ସା କରାଯାଉଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବା ଉମା କୋହଭରା କଣ୍ଠରେ କହିଛନ୍ତି। ହରିଙ୍କ ପୁଅ ବାହାରେ ମୂଲ ଲାଗି ଯାହା କିଛି ଆଣୁଥିଲେ ଦୁଃଖେ ସୁଖେ ସେମାନେ ଚଳି ଯାଉଥିଲେ। ମାତ୍ର ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ସେ ମଧ୍ୟ ଅକର୍ମଣ୍ୟ ହୋଇ ଘରେ ବସି ରହିଛନ୍ତି। ହରି ନିଜେ ଖାଇବାକୁ ଅକ୍ଷମ ଯୋଗୁ ତାଙ୍କୁ ଖୁଆଇବାଠାରୁ ଆରମ୍ଭକରି ତାଙ୍କର ଅନ୍ୟାନ୍ୟ କାମ କରିବାକୁ ପଡୁଛି ସ୍ତ୍ରୀ ଉମାଙ୍କୁ। ସରକାରଙ୍କ ଯୋଜନାରେ ଘରେ ପାଇଖାନାଟିଏ ହୋଇ ପାରି ନଥିବାରୁ ତାଙ୍କୁ ଟେକିଟେକି ବାହାରକୁ ଶୌଚ ପାଇଁ ନେବାକୁ ପଡୁଥିବା ଉମା କହିଛନ୍ତି। ସରକାରୀ ସହାୟତା ମିଳିପାରିଲେ ଉତ୍ତମ ଚିକିତ୍ସା ଦ୍ୱାରା ସ୍ବାମୀ ଆରୋଗ୍ୟ ହୋଇ ପାରନ୍ତେ ବୋଲି ଉମା କୋହଭରା କଣ୍ଠରେ କହିଥିଲେ। ତେବେ ଗତ ସେପ୍ଟେମ୍ବର ୩୦ ତାରିଖରେ ଖଣ୍ଡପଡା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଉମା ତାଙ୍କର ଅସୁବିଧା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ତାହା ପ୍ରଶାସନିକ ଫାଇଲ ତଳେ ରହିଯାଇଥିବା ଅଭିଯୋଗ ହେଉଛି । ମଙ୍ଗଳବାର ପୁନର୍ବାର ତାଙ୍କର ପୁଅ ଲିଖିତ ଭାବେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ହରିହରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବା ସହ ଏକ ପାଇଖାନା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ତେବେ ଏ ସମ୍ପର୍କରେ ଖଣ୍ଡପଡା ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri