ସୌରଚାଳିତ ଚକରେ ଗଢ଼ାହେଲା ମାଟିପାତ୍ର

ପୁରୀ ଅଫିସ, ୨୫।୭: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ କୁମ୍ଭକାରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ସମେତ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳର କୁମ୍ଭକାରମାନଙ୍କ ଶାଳ, ଚକା, ଭାଟି ନଷ୍ଟ ହୋଇଯାଇଥିଲା। ବାତ୍ୟାକୁ ୩ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁମ୍ଭାରମାନେ ଅଣ୍ଟା ସଳଖି ପାରିନାହାନ୍ତି। ଅନ୍ୟପଟେ ବୁଧବାର ପ୍ରଥମ ଥର ପାଇଁ ସୌରଚାଳିତ ଚକରେ ମାଟିପାତ୍ର ଗଢିଛନ୍ତି କୁମ୍ଭାର। ମଙ୍ଗଳବାର ଏକ ଘରୋଇ କମ୍ପାନୀ ପରୀକ୍ଷାମୂଳକ ଭାବେ କୁମ୍ଭକାର ଲକ୍ଷ୍ମଣ ବିଶୋଇଙ୍କ ଛାତ ଉପରେ ଏକ ସୋଲାର ଚାର୍ଜର ରଖିଥିଲେ। ରାତି ସାରା ଏହା ଚାର୍ଜ ହୋଇଥିଲା। ବୁଧବାର ସକାଳେ ଏହାକୁ ଶାଳର ଚକ ସହିତ ସଂଯୋଗ କରାଯାଇଥିଲା। ଏହି ସୌରଶକ୍ତିକୁ ବ୍ୟବହାର କରି ମାଟିପାତ୍ର ଗଢିଛନ୍ତି ଲକ୍ଷ୍ମଣ। ସକାଳ ୮ଟାରେ ସେ ପରୀକ୍ଷାମୂଳକ ଭାବେ ମାଟିପାତ୍ର ନିର୍ମାଣ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଛୋଟ, ବଡ ମାଟିପାତ୍ର ଗଢିଥିଲେ। ଲକ୍ଷ୍ମଣ କହିଛନ୍ତି, କାମ ଏତେ ସହଜ ହେବ ବୋଲି ସେ ଆଶା କରି ନ ଥିଲେ। ପୂର୍ବରୁ ପାତ୍ର ନିର୍ମାଣବେଳେ ଚକକୁ ହାତରେ ବାରମ୍ବାର ଘୂରାଇବାକୁ ପଡୁଥିଲା। ଏବେ ସୋଲାର ଯୋଗୁ ସେହି ସମସ୍ୟା ରହିଲା ନାହିଁ। ପୁଣି ଅକ୍ଳେଶରେ ମାଟିପାତ୍ର ବାହାରୁଛି। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ଏକ ଘରୋଇ ସଂସ୍ଥା ପରୀକ୍ଷାମୂଳକ ଭାବେ ଗୋଟିଏ ସୋଲାର ବ୍ୟବସ୍ଥା କରିଥିଲେ। ଏହା ସଫଳ ହେଲେ ଅନ୍ୟମାନଙ୍କୁ ଏଥିରେ ଯୋଡ଼ାଯିବ। ଗୋଟିଏ ୟୁନିଟ୍‌ ଲାଗି ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଶାଳ ନଷ୍ଟ ହେବା ସହ ଚକ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ କୁମ୍ଭକାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ। ଅନ୍ୟପଟେ ଫାଇଲିନ୍‌, ତିତ୍‌ଲି ଦୁଃଖ ସରି ନ ଥିବା ବେଳେ ଫନୀ ମାଡ଼ରେ କୁମ୍ଭକାରମାନଙ୍କ ଅଣ୍ଟା ଭାଙ୍ଗିଯାଇଛି। ଯଦି ପ୍ରଶାସନ ପକ୍ଷରୁ ମାଗଣାରେ ସୋଲାର ଯୋଗାଇ ଦିଆଯାଏ, ତେବେ ସେମାନେ ଉପକୃତ ହେବେ। ବିଦ୍ୟୁତ୍‌ଜନିତ ସମସ୍ୟା ଦୂର ହେବା ସହ କମ୍‌ ସମୟରେ ବହୁ ମାଟିପାତ୍ର ଗଢିପାରିବେ। ସେମାନଙ୍କ ଆର୍ଥତ୍କ ସ୍ଥିତି ସୁଧୁରିପାରିବ ବୋଲି ମହେନ୍ଦ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri