ସୌରଚାଳିତ ଚକରେ ଗଢ଼ାହେଲା ମାଟିପାତ୍ର

ପୁରୀ ଅଫିସ, ୨୫।୭: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ କୁମ୍ଭକାରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ସମେତ ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳର କୁମ୍ଭକାରମାନଙ୍କ ଶାଳ, ଚକା, ଭାଟି ନଷ୍ଟ ହୋଇଯାଇଥିଲା। ବାତ୍ୟାକୁ ୩ମାସ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁମ୍ଭାରମାନେ ଅଣ୍ଟା ସଳଖି ପାରିନାହାନ୍ତି। ଅନ୍ୟପଟେ ବୁଧବାର ପ୍ରଥମ ଥର ପାଇଁ ସୌରଚାଳିତ ଚକରେ ମାଟିପାତ୍ର ଗଢିଛନ୍ତି କୁମ୍ଭାର। ମଙ୍ଗଳବାର ଏକ ଘରୋଇ କମ୍ପାନୀ ପରୀକ୍ଷାମୂଳକ ଭାବେ କୁମ୍ଭକାର ଲକ୍ଷ୍ମଣ ବିଶୋଇଙ୍କ ଛାତ ଉପରେ ଏକ ସୋଲାର ଚାର୍ଜର ରଖିଥିଲେ। ରାତି ସାରା ଏହା ଚାର୍ଜ ହୋଇଥିଲା। ବୁଧବାର ସକାଳେ ଏହାକୁ ଶାଳର ଚକ ସହିତ ସଂଯୋଗ କରାଯାଇଥିଲା। ଏହି ସୌରଶକ୍ତିକୁ ବ୍ୟବହାର କରି ମାଟିପାତ୍ର ଗଢିଛନ୍ତି ଲକ୍ଷ୍ମଣ। ସକାଳ ୮ଟାରେ ସେ ପରୀକ୍ଷାମୂଳକ ଭାବେ ମାଟିପାତ୍ର ନିର୍ମାଣ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟା ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଛୋଟ, ବଡ ମାଟିପାତ୍ର ଗଢିଥିଲେ। ଲକ୍ଷ୍ମଣ କହିଛନ୍ତି, କାମ ଏତେ ସହଜ ହେବ ବୋଲି ସେ ଆଶା କରି ନ ଥିଲେ। ପୂର୍ବରୁ ପାତ୍ର ନିର୍ମାଣବେଳେ ଚକକୁ ହାତରେ ବାରମ୍ବାର ଘୂରାଇବାକୁ ପଡୁଥିଲା। ଏବେ ସୋଲାର ଯୋଗୁ ସେହି ସମସ୍ୟା ରହିଲା ନାହିଁ। ପୁଣି ଅକ୍ଳେଶରେ ମାଟିପାତ୍ର ବାହାରୁଛି। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ଏକ ଘରୋଇ ସଂସ୍ଥା ପରୀକ୍ଷାମୂଳକ ଭାବେ ଗୋଟିଏ ସୋଲାର ବ୍ୟବସ୍ଥା କରିଥିଲେ। ଏହା ସଫଳ ହେଲେ ଅନ୍ୟମାନଙ୍କୁ ଏଥିରେ ଯୋଡ଼ାଯିବ। ଗୋଟିଏ ୟୁନିଟ୍‌ ଲାଗି ୫୦ରୁ ୬୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଶାଳ ନଷ୍ଟ ହେବା ସହ ଚକ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ କୁମ୍ଭକାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ। ଅନ୍ୟପଟେ ଫାଇଲିନ୍‌, ତିତ୍‌ଲି ଦୁଃଖ ସରି ନ ଥିବା ବେଳେ ଫନୀ ମାଡ଼ରେ କୁମ୍ଭକାରମାନଙ୍କ ଅଣ୍ଟା ଭାଙ୍ଗିଯାଇଛି। ଯଦି ପ୍ରଶାସନ ପକ୍ଷରୁ ମାଗଣାରେ ସୋଲାର ଯୋଗାଇ ଦିଆଯାଏ, ତେବେ ସେମାନେ ଉପକୃତ ହେବେ। ବିଦ୍ୟୁତ୍‌ଜନିତ ସମସ୍ୟା ଦୂର ହେବା ସହ କମ୍‌ ସମୟରେ ବହୁ ମାଟିପାତ୍ର ଗଢିପାରିବେ। ସେମାନଙ୍କ ଆର୍ଥତ୍କ ସ୍ଥିତି ସୁଧୁରିପାରିବ ବୋଲି ମହେନ୍ଦ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର, ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତନ୍ତ୍ରୀ...

ଆସନ୍ତା ୨୩ରେ ମହାଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷୟତ୍ରୀଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଦୁଇ ଦଫା ଦାବି ନେଇ ନୂତନ ପେନ୍‌ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ୯ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ହେଲେ ରାଜ୍ୟ ସରକାର...

ଆଜିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ଦିନବେଳା ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିିବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ...

‘ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହେଲାଣି’

ଭୁବନେଶ୍ବର, ୨ା୧୨(ବ୍ୟୁରୋ): ଭାଜପା ଏମ୍‌ପି ଜୁଏଲ ଓରାମ ଜଣେ ନାରୀଙ୍କୁ ଅପମାନ କରିଛନ୍ତି । ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହୋଇଗଲାଣି ବୋଲି...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୯ଜଣଙ୍କର ମୃତ୍ୟୁ ଘଟିଛି।...

ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର, ୬ ଲକ୍ଷ ଟଙ୍କା ଲୁଟ

ଖପ୍ରାଖୋଲ, ୨୩ା୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଧୀନ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି ା ଡକାୟତମାନେ ବ୍ୟବସାୟୀ ଆର୍ତ୍ତ ସାହୁଙ୍କ...

କୋଣାର୍କ ଉତ୍ସବ: ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର,(ବ୍ୟୁରୋ)/କୋଣାର୍କ,୧।୧୨(ଡି.ଏନ୍‌.ଏ.) : କୋଭିଡ୍‌ କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ଏଥିପାଇଁ ସୂର୍ଯ୍ୟମନ୍ଦିର ପାଦଦେଶ ଉତ୍ସବମୁଖର ହୋଇଉଠିଥିବାବେଳେ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ।...

Advertisement
Archives

Model This Week