ସୌନ୍ଦର୍ଯ୍ୟ ବଢ଼ାଏ ନଡ଼ିଆ ତେଲ

ବେଳେବେଳେ ମହିଳାମାନଙ୍କ ମୁହଁରେ ଦାଗ ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମକଦାର କରିବାକୁ ସେମାନେ ବଜାରରୁ ଏମିତି କିଛି ବିଉଟି ପ୍ରଡକ୍ଟ କିଣି ଆଣନ୍ତି। କିନ୍ତୁ ଏପରି କିଛି ପ୍ରାକୃତିକ ଉପଚାର ରହିଛି, ଯାହା ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିଥାଏ। ମୁହଁର ଏପରି ସମସ୍ୟା ଦୂର କରିବାକୁ ଆପଣ ନଡିଆତେଲ ବ୍ୟବହାର କରିପାରନ୍ତି। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ବ୍ୟବହାର କରିବେ…

ନଡିଆ ତେଲରେ ଆପଣ ସ୍ପାର ଆନନ୍ଦ ଘରେ ନେଇପାରିବେ ଓ ତ୍ୱଚାକୁ ମୁଲାୟମ୍‌ କରିପାରିବେ। ଏଥିପାଇଁ ଆପଣ ଦୁଇରୁ ୩ ଚାମଚ ଓଟ୍ସ ନିଅନ୍ତୁ ଓ ସେଥିରେ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୩୦ସେକେଣ୍ଡ ଲାଗି ମାଇକ୍ରୋଓ୍ବେଭରେ ଗରମ କରିଦିଅନ୍ତୁ। ଏହା ପରେ ମସ୍‌ଲିନ୍‌ ବ୍ୟାଗ୍‌ ସାହାଯ୍ୟରେ ଏହି ପେଷ୍ଟକୁ ପୂରା ଶରୀରରେ ଲଗାଇ ମସାଜ୍‌ କରନ୍ତୁ। ଏହି ପେଷ୍ଟ ଶରୀରର ପିଏଚ୍‌ ଲେଭଲ୍‌କୁ ସମାନ ରଖିଥାଏ।
ନିଜ କେଶକୁ କୁଣ୍ଡାଇବା ପରେ,ଏକ ଚାମଚ ନଡିଆ ତେଲ ନେଇ କେଶରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ ଡ୍ରାଏ ନ ହେବା ସହ କେଶରେ ଚମକ ଆସିଥାଏ। ଯେତେବେଳେ ଆପଣଙ୍କ କେଶ ଅଡୁଆ ତଡୁଆ ହୋଇଯାଇଛି ତେବେ ନିଜ ଆଙ୍ଗୁଠିରେ ତେଲ ନେଇ କେଶରେ ଲଗାନ୍ତୁ। ଯଦି ଆପଣ ବିଚ୍‌ କିମ୍ବା ପୁଲ୍‌କୁ ଯାଉଛନ୍ତି କେଶରେ ନଡିଆ ତେଲ ଲଗାଇବାକୁ ଭୁଲନ୍ତୁ ନାହିଁ। ତେଲ ଆପଣଙ୍କ କେଶକୁ ଡ୍ରାଏନେସ,ଖାରିଆ ପାଣିରୁ ରକ୍ଷା କରିଥାଏ।
ଶୀତଦିନରେ ଓଠ ଡ୍ରାଏ ହୋଇ ଫାଟେ। ବାରମ୍ବାର ଲିପ୍‌ବାମ୍‌ ଲଗାଇବାକୁ ପଡିଥାଏ। ଆପଣ ନିଜର ଓଠକୁ ମୁଲାୟମ୍‌ ରଖିବାକୁ ହେଲେ ନଡିଆ ତେଲକୁ ଲଗାଇ ପାରିବେ। ଆପଣ ଏହାକୁ ଓଠରେ ଲଗାଇ ରଖନ୍ତୁ। ଏହାର କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୃତ କୋଷ ବାହାରି ଯିବ। ଓଠକୁ ସଫା କରିବା କରିବା ପରେ ନଡିଆ ତେଲକୁ ବାମ୍‌ ପରି ଲଗାଇ ପାରିବେ।
ନଡିଆ ତେଲରେ ନାଚୁରାଲ ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି ଯାହା ଆପଣଙ୍କ ପାଦକୁ ଇନ୍‌ଫେକସନ୍‌ ଓ ଫଙ୍ଗସ୍‌ରୁ ଦୂର କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ନଡିଆ ତେଲକୁ ପ୍ରତିଦିନ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଦକୁ କୋମଳ ଓ ଫଙ୍ଗାଲ ଇନ୍‌ଫେକ୍‌ସନ୍‌ରୁ ଦୂରେଇ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri