ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

କପ୍ତିପଦା,୩୦।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ୍‌ ପୋଡ଼ାଡିହା ବନଖଣ୍ଡ ଅଧୀନ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ମନୋରମ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଶିମିଳିପାଳର ଜୈବବିବିଧତା, ସବୁଜିିମାପୂର୍ଣ୍ଣ ପରିବେଶ ଓ ଜଳପ୍ରପାତର ନିଆରା ଆକର୍ଷଣ ସବୁ ସମୟରେ ପର୍ଯ୍ୟଟକ, କବି, ଦାର୍ଶନିକ ଓ ପ୍ରକୃତିପ୍ରେମୀକୁ ଆକୃଷ୍ଟ କରିଆସୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିଲେ ବି ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ।
ମେଘାସନୀ ପର୍ବତମାଳାରେ ଅନେକ ସଙ୍କୀର୍ଣ୍ଣ ଉପତ୍ୟକା ସହିତ ଚିରସ୍ରୋତା ଝରଣା ପ୍ରବାହିତ ହେଉଛି। ଏହି ଝରଣାକୁ ନେଇ ସୃଷ୍ଟି ହୋଇଛି ବହୁ ମନୋରମ ଜଳପ୍ରପାତ। ସେଥିମଧ୍ୟରୁ ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତ ଅନ୍ୟତମ। ଦୁର୍ଗମ ଇଲାକାରେ ଥିବା ଏହି ଜଳପ୍ରପାତ ନିକଟରେ ପହଞ୍ଚତ୍ବା ପାଇଁ କୌଣସି ରାସ୍ତା ସୁବିଧା ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା କହିଛନ୍ତି। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ପାଦଚଲା ରାସ୍ତାରେ ଚାଲି ଚାଲି ୫କିମିରୁ ଊର୍ଦ୍ଧ୍ୱ ରାସ୍ତା ପାର ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ପହଞ୍ଚିବାକୁ ସମର୍ଥ ହୋଇଥାନ୍ତି। ପାହାଡ଼ ଜଙ୍ଗଲ ମଧ୍ୟରେ ଥିବା ପାଦଚଲା ରାସ୍ତାରେ ଯାତାୟାତ ନିରାପଦ ନୁହେଁ । ଏହି ଜଳପ୍ରପାତ ନିକଟକୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ସରକାରଙ୍କ ରାଜସ୍ବ ବୃଦ୍ଧିରେ ସହାୟକ ହୁଅନ୍ତା ବୋଲି ଜେଏସ୍‌ ଜାମୁଡିହାର ପୂର୍ବତନ ସରପଞ୍ଚ ମୋହନ ଦାସ ପ୍ରକାଶ କରିଛନ୍ତି।
ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକେ ସହାୟତା କରିବା ସହ ସେମାନେ ନିଜେ ରାସ୍ତା ସଫେଇ ଭଳି କାର୍ଯ୍ୟ କରିଆସୁଛନ୍ତି। ମାଛକାନ୍ଦଣା ଓ ଚିଙ୍ଗୁଡିଆ ଜଳପ୍ରପାତର ଉଚ୍ଚତା ପ୍ରାୟ ୨ଶହ ୫୦ରୁ ୩ଶହ ଫୁଟ ହେବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନିମ୍ନକୁ ଝରିପଡୁଥିବା ଜଳର ଗୁରୁଗମ୍ଭୀର ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପାଣି ପଡୁଥିବା ସ୍ଥାନରେ ସ୍ବତନ୍ତ୍ର ଭାବେ ଏକ ଜଳକୁଣ୍ଡ ରହିଛି। ପୂର୍ବରୁ ମାଛମାନେ ଏହି ଜଳପ୍ରପାତର ନିମ୍ନସ୍ଥାନକୁ ଆସିପାରୁ ନ ଥିବାରୁ ଗୁମୁରି ଗୁମରି କାନ୍ଦୁଥିବା ଲୋକକଥା ରହିଛି। ତେଣୁ ଏହା ଲୋକମୁଖରେ ମାଛକାନ୍ଦଣା ନାମରେ ପରିଚିତ। ସେହିପରି ଚିଙ୍ଗୁଡ଼ିର ଗୋଡ଼ ସଦୃଶ ପାଣିର ସରୁ ସରୁ ଧାର ବାହାରୁ ଥିବାରୁ ଏହାକୁ ଚିଙ୍ଗୁଡିଆ ଜଳପ୍ରପାତ କୁହାଯାଇଥାଏ। ଏହି ସବୁ ଜଳପ୍ରପାତ ନିକଟରେ ବଡ଼ ମାଛକାନ୍ଦଣା, ସାନ ମାଛକାନ୍ଦଣା ଭଳି ଆଉ କେତେକ ଜଳପ୍ରପାତ ରହିଛି। ଏଥିରୁ ନିର୍ଗତ ଜଳକୁ ନେଇ କୁଶଭଦ୍ରା ନଦୀର ସୃଷ୍ଟି ହୋଇଥିବା କୁହାଯାଏ । ପୌରାଣିକ କୀର୍ତ୍ତିପୀଠ ଶମୀବୃକ୍ଷ କଡ଼ଦେଇ କାଳବନ୍ଧରେ ଏହାର ଜଳରାଶି ମିଶି ପରିବେଶର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ପ୍ରତିବର୍ଷ ଅକ୍ଟୋବରରୁ ଜାନୁୟରୀ ଶେଷ ପଯର୍‌ୟନ୍ତ ଏହି ସ୍ଥାନଗୁଡିକୁ ଅନେକ ଲୋକ ବଣଭୋଜି କରିବାକୁ ଆସିଥାନ୍ତି। ପୂର୍ବରୁ ବନଖଣ୍ଡ ଦାୟିତ୍ୱରେ ଥିବା କେତେକ ଅଧିକାରୀ ଜଳପ୍ରପାତକୁ ରାସ୍ତା ନିର୍ମାଣ ଲାଗି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ଜଙ୍ଗଲ ବିଭାଗର ନିୟମକାନୁନକୁ ଦୃଷ୍ଟିର ରଖି ଯାହା କିଛି ପଦକ୍ଷେପ ନେବା ସମ୍ଭବ। ଏ ସମ୍ପର୍କରେ ସେ ଜିଲାପାଳ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri