ସୌଦିରେ କୋରଡ଼ା ମାଡ଼ ବନ୍ଦ: ସୁପ୍ରିମ୍‌ କୋର୍ଟ ରାୟ

ରିୟାଦ୍‌,୨୫।୪: ସୌଦିରେ ଏଣିକି ଅପରାଧୀଙ୍କୁ ଆଉ କୋରାଡ଼ା ମାଡ଼ ଦିଆଯିବା ଦଣ୍ଡାଦେଶ କରାଯିବ ନାହିଁ। ଏନେଇ ସୌଦିର ସୁପ୍ରିମ୍‌ କୋର୍ଟ ଏକ ରାୟ ଦେଇଛନ୍ତି। ଏହା ପରିବର୍ତ୍ତେ ଅପରାଧୀଙ୍କୁ ଜେଲ ଅବା ଜରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଏହା ପଛରେ ସୌଦି ରାଜା ସଲମାନ୍‌ ଏବଂ ଯୁବରାଜ ମହମ୍ମଦ୍‌ ବିନ୍‌ ସଲମାନ୍‌ଙ୍କ ଉଦ୍ୟମ ଥିବା କୁହାଯାଉଛି। ଦେଶରେ ମାନବାଧିକାର ବ୍ୟବସ୍ଥାରେ ସୁଧାର ପାଇଁ ଉଭୟ ପ୍ରୟାସ ଜାରି ରଖିଛନ୍ତି। ସୌଦିରେ ମାନବାଧିକାରର ଉଲ୍ଲଂଘନ କରାଯାଉଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିବାରୁ ଏଭଳି ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି। ସୌଦିରେ ମାନବାଧିକାର ଅତି ଖରାପ ସ୍ଥିତିରେ ଥିବା ଅଭିଯୋଗ ହେଉଥିବାରୁ ଦେଶର ଆଇନ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଲାଗି ରାଜା ସଲମାନ୍‌ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କର ୭୦ ସେମି ଲାଞ୍ଜ

କାଠମାଣ୍ଡୁ,୧୪।୪ : ନେପାଳର ଜଣେ ୧୬ ବର୍ଷୀୟ ବାଳକଙ୍କର ୭୦ ସେଣ୍ଟିମିଟର ଲମ୍ବର ଲାଞ୍ଜ ଦେଖିବାକୁ ମିଳିଛି। ଦେଶାନ୍ତ ଅଧିକାରୀ ନାମକ ଉକ୍ତ ନାବାଳକଙ୍କ ଫଟୋ...

ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ: ମରିଥିବା ଆତଙ୍କବାଦୀ ମଣିଷ, ଚେସ୍‌ ବୋର୍ଡର ମୋହରା ନୁହନ୍ତି…

ଲଣ୍ଡନ/କାବୁଲ,୮।୧ : ଜାନୁଆରୀ ୧୦ ରେ ରିଲିଜ ହେବା ପୂର୍ବରୁ ଏହାର କିଛି ଅଂଶ ଲିକ ହେବା ପରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’...

ଡବ୍ଲ୍ୟୁଏଚ୍‌ଓକୁ ସହାୟତା ବନ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୪(ପି.ଟି.): କୋଭିଡ୍‌ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବାବେଳେ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦାୟୀ କରିଛି ଆମେରିକା। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ...

ବଢୁଛି ଯାଆଁଳାଙ୍କ ଜନ୍ମ

ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା...

ଟୁଇଟରକୁ ମସ୍କଙ୍କ ଚେତାବନୀ…

ଓ୍ବାଶିଂଟନ, ୧୭।୫ : ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ବିଷୟରେ ଟେସଲା ମାଲିକ ଏଲନ ମସ୍କ ମଙ୍ଗଳବାର ଏକ ଚେତାବନୀ ଦେଇଛନ୍ତି। ଟୁଇଟର...

ଟେଲିଭିଜନ ନାଟକରେ ଭାଗ ନେଇ ପାରିବେନି ମହିଳା

କାବୁଲ,୨୨ ।୧୧: ପୁଣିଥରେ ପଦାକୁ ଆସିଛି ତାଲିବାନର ଅସଲ ଚେହେରା । ଆଫଗାନିସ୍ତାନରେ ଶାସନ ଭାର ନେଇଥିବା ତାଲିବାନ ଏବେ ତା’ର ମନମୁଖି ଶାସନ ଆରମ୍ଭ...

ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା...

ବିମାନରେ ତୀବ୍ର ବେଗରେ ହୋଇଥାଏ କରୋନା ସଂକ୍ରମଣ!

ବିମାନରେ କରୋନା ସଂକ୍ରମଣକୁ ନେଇ ଦୁଇଟି ଅଧ୍ୟୟନ କରାଯାଇଛି। ଯେଉଁଥିରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଜାଣିବାକୁ ମିଳିଛି। ଶୁକ୍ରବାର ପ୍ରକାଶିତ ଏହି ଅଧ୍ୟୟନରୁ ଲଣ୍ଡନରୁ...

Advertisement
Archives

Model This Week