ସୋସିଆଲ ମିଡ଼ିଆରେ ବନ୍ଧୁତ୍ୱ: ବନ୍ଧୁଙ୍କୁ ଭେଟିବା ଲାଗି କୋରିଆରୁ ସୁନ୍ଦରଗଡ଼

ସୁନ୍ଦରଗଡ଼, ୫।୧(ଡି.ଏନ୍‌.ଏ.) -ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତ୍ୱ ଭାବ ନିଆରା । କେତେବେଳେ କାହା ସହିତ ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହୁଏ ତାହାର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥାଏ। ସେହିପରି ଏକ ନିଆରା ବନ୍ଧୁତ୍ୱ ସୋସିଆଲ ମିଡିଆ ଫେସ୍‌ବୁକର ଚାଟିଂ ମାଧ୍ୟମରେ ସୃଷ୍ଟି ହୋଇଥିଲା ସୁଦୂର କୋରିଆର ଜେମ୍‌ସ ଓ ସୁନ୍ଦରଗଡ ରଙ୍ଗାଢିପାର ଅଙ୍କିତ ପାଣ୍ଡିଆଙ୍କ ମଧ୍ୟରେ। ୩ବର୍ଷ ହେବ ଫେସବୁକ୍‌ରେ ଅଙ୍କିତ ଜେମ୍‌ସଙ୍କ ସହିତ ଚାଟିଂ କରୁଥିଲେ। ତାଙ୍କ ସହିତ ଭାବ ବିନିମୟ ଦ୍ୱାରା ଭାରତ ତଥା ତାଙ୍କ ଘରକୁ ଆସିବାକୁ ଆଗ୍ରହୀ ହେଲେ ଜେମ୍‌ସ। ଅଙ୍କିତ ବିଭିନ୍ନ ରକେଟ ତଥା ହେଲିକପ୍ଟରର ମଡେଲ ତିଆରି କରି ଫେସ୍‌ବୁକ୍‌ରେ ପୋଷ୍ଟ କରୁଥିଲେ। ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହେବା ପରେ ଏହି ସବୁ ମଡେଲକୁ ଦେଖିବା ଓ ଅଙ୍କିତଙ୍କୁ ଭେଟିବା ପାଇଁ ତାଙ୍କ ମନରେ ଗଭୀର ଆଗ୍ରହ ସୃଷ୍ଟି ହୋଇଥିଲା। ଶେଷରେ ସୁଦୂର କୋରିଆରୁ ଓଡିଶାର ଉପାନ୍ତ ଜିଲା ସୁନ୍ଦରଗଡ ସହରରେ ଆସି ପହଞ୍ଚିଥିଲେ ଜେମ୍‌ସ। ଇଂଲଣ୍ଡର ମୂଳବାସିନ୍ଦା ଜେମ୍‌ସ କେ. ଡେଭିଡ କୋରିଆରେ ଇଂଲିଶ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। କୋରିଆରୁ ଥାଇଲାଣ୍ଡ ପରେ ଭାରତର କୋଲକତା ବିମାନବନ୍ଦର ଦେଇ ଜେମ୍‌ସ ଗତ ୩୦ ତାରିଖରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ବନ୍ଧୁ ଅଙ୍କିତ ତାଙ୍କୁ ସଡକପଥରେ ଆଣି ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ବନ୍ଧୁ ଅଙ୍କିତ ଓ ତାଙ୍କ ପରିବାରଙ୍କ ଆତିଥ୍ୟ ତାଙ୍କୁ ବିମୋହିତ କରିଥିଲା। ଅଙ୍କିତଙ୍କ ପରିବାର ସଦସ୍ୟମାନଙ୍କ ସହ ଏକାଠି ବସି ପାରମ୍ପରିକ ଓଡିଆ ଖାଦ୍ୟ ଖାଇବା ସହ ସୁନ୍ଦରଗଡ ନିକଟବର୍ତ୍ତୀ ଦର୍ଶନୀୟ ସ୍ଥାନ ସରଫଗଡ ଡ୍ୟାମ ବୁଲିବାକୁ ଯାଇଥିଲେ। ଏହାପରେ ହୀରାକୁଦ ଡ୍ୟାମ ଓ ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଏଠାରେ ନୂୂଆବର୍ଷ ପାଳନ କରିଥିଲେ। ଏପରିକି ସୁନ୍ଦରଗଡରେ ଚା ଷ୍ଟଲରେ ଅଦା, ଗୋଲମରିଚ ଦିଆ ନାଲି ଚା ତାଙ୍କର ବେଶ ପସନ୍ଦ ହୋଇଥିଲା। ପୁଅର ଏହି ନିଆରା ବନ୍ଧୁତ୍ୱକୁ ଦେଖି ବାପା ଚିନ୍ତାମଣି ପାଣ୍ଡିଆ, ମା’ ବନ୍ଦନା ପାଣ୍ଡିଆ, ଭଉଣୀ ମୋନାଲିସା ପାଣ୍ଡିଆ ମଧ୍ୟ ବେଶ୍‌ ଖୁସି ହୋଇଥିଲେ। ଅଙ୍କିତ ପରି ଜେମ୍‌ସ ମଧ୍ୟ ତାଙ୍କର ଆଉ ଗୋଟିଏ ପୁଅ ବୋଲି ଭାବବିହ୍ବଳ ହୋଇ ବାପା ଚିନ୍ତାମଣି ପ୍ରକାଶ କରିଥିଲେ। ଜେମ୍‌ସଙ୍କ ସରଳ ଅମାୟିକ ବ୍ୟବହାର ସମସ୍ତଙ୍କୁ ବେଶ ଖୁସି ଦେଇଥିଲା । ସୁନ୍ଦରଗଡ ଭାଷା ସଂସ୍କୃତି, ଚଳଣି ପ୍ରତି ଗଭୀର ଆଗ୍ରହ ପ୍ରକାଶ କରିଥିବା ଜେମ୍‌ସ ଓଡିଆ ଭାଷା ମଧ୍ୟ ଶିଖିବାକୁ ଚେଷ୍ଟା କରୁଛନ୍ତି। ବନ୍ଧୁ ଅଙ୍କିତ ଓ ତାଙ୍କ ପରିବାରବର୍ଗଙ୍କୁ କୋରିଆ ନିମନ୍ତ୍ରଣ କରି ଶୁକ୍ରବାର ଝାରସୁଗୁଡା ବିମାନବନ୍ଦରରୁ ଫେରି ଯାଇଛନ୍ତି ଜେମ୍‌ସ । ବନ୍ଧୁଙ୍କ ପରିବାର ବର୍ଗ ପାଇଁ ଛାଡି ଯାଇଛନ୍ତି ଅପାସୋରା ସ୍ମୃତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri