ସୋରଡା ଆଦର୍ଶ ବିଦ୍ୟାଳୟ: ୨ଦିନ ହେଲା ଆସୁନାହାନ୍ତି ଛାତ୍ରୀଛାତ୍ର

ସୋରଡା, ୧ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ ପଛୁଆ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ମାତ୍ର ବିଭିନ୍ନ ସ୍ଥାନରେ ଶିକ୍ଷକ ଅଭାବ ସହ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ପଢାଇବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡା ଆଦର୍ଶ ବିଦ୍ୟାଳୟରେ। ଏଠାରେ ଶିକ୍ଷକ ଅଭାବ ପ୍ରତିବାଦରେ ୨ ଦିନ ହେଲା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି। ପ୍ରକାଶ ଯେ, ସୋରଡା ଆଦର୍ଶ ବିଦ୍ୟାଳୟରେ ୪ ମାସ ହେଲା ଶିକ୍ଷକ ମରୁଡି ଲାଗି ରହିଛି। ଏଠାରେ ଷଷ୍ଠରୁ ୧୦ମ ପର୍ଯ୍ୟନ୍ତ ୩୩୪ ଛାତ୍ରୀଛାତ୍ର ପଢୁଛନ୍ତି। ଶିକ୍ଷକ, ଅଣ ଶିକ୍ଷକଙ୍କୁ ମିଶାଇ ମୋଟ ୨୨ ଜଣ ରହିବା କଥା, ମାତ୍ର ଅଛନ୍ତି କେବଳ ୧୪ଜଣ। ଅଧ୍ୟକ୍ଷ ପଦ ସହ ପିଜିଟି ଇଂଲିଶ, ଫିଜିକ୍ସ, ବାୟୋଲୋଜି, କେମେଷ୍ଟ୍ରି, ଟିଜିଟି ଇଂଲିଶ, ଟିଜିଟି ଗଣିତ, କଳା ଶିକ୍ଷକ ମୋଟ ୮ଟି ପଦବୀ ଖାଲି ପଡିଛି। ଅଗଷ୍ଟ ମାସରୁ ଶିକ୍ଷକ ଅଭାବ ସମସ୍ୟା ରହିଥିବାବେଳେ ଇଂଲିଶ ଶିକ୍ଷକ ନ ଥିବା ଅଧିକ ସମସ୍ୟା ସୃଷ୍ଟି କରୁଛି। ଅଭିଭାବକମାନେ ବାରମ୍ବାର ଅବଗତ କରାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଶତାଧିକ ଅଭିଭାବକ ବୁଧବାର ବିଦ୍ୟାଳୟକୁ ଯାଇ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ୨ ଦିନ ହେଲା ପିଲାମାନଙ୍କୁ ଅଭିଭାବକମାନେ ବିଦ୍ୟାଳୟକୁ ଛାଡୁ ନାହାନ୍ତି। ଗୁରୁବାର ମଧ୍ୟ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଖବର ପାଇ ବିଡିଓ ସୀମାଞ୍ଚଳ ପ୍ରଧାନ ପହଞ୍ଚତ୍ ଅଭିଭାବକ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜିଲାପାଳ ଆସିଲେ ସମସ୍ୟା ବୁଝିବେ ଓ ତୁରନ୍ତ ଦାବିରେ ଅଭିଭାବକମାନେ ଅଡି ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲେନି ଓ୍ବାର୍ଡ ସଭ୍ୟ, ହୋଇପାରିଲାନି ନିର୍ବାଚନ

ଅମରପାଲି,୧୨ା୩(ଡି.ଏନ.ଏ.): ରାଜ୍ୟରେ ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବୀରମହାରାଜପୁର ବ୍ଲକର...

ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ...

ଜଙ୍ଗଲକୁ ଯାଇଥିଲେ ବ୍ୟକ୍ତି, ଘରକୁ ଫେରିଲା ମୃତଦେହ

କେନ୍ଦୁଝର,୯।୧୧(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ବାଲି ପୋଖରୀ ସଂରକ୍ଷିତ ଜଙ୍ଗଲରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଜଳଧର...

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ, ୮।୮(ଅଜିତ ମହାନ୍ତି): ବୁଧବାର ୯ ତାରିଖ ଦିନ ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ହେବ। ଏଥିପାଇଁ ୫ ଘଣ୍ଟା...

ନୟାଗଡ଼ରୁ ନିଶ୍ଚିହ୍ନ ହେବାକୁ ବସିଛି ଚିନିକଳ

ନୟାଗଡ଼ ଅଫିସ,୧୦।୯ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳକୁ ଜାଣିଶୁଣି ଚୋର ହାତକୁ ଟେକି ଦେଲା ପ୍ରଶାସନ। ଚିନିକଳରୁ ବିଭିନ୍ନ ଯନ୍ତ୍ରାଂଶ ବାରମ୍ବାର ଚୋରି ହେଉଥିବାବେଳେ ପ୍ରଶାସନ ଆଖି ବୁଜି...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପୁଣି ଜମି ହସ୍ତାନ୍ତର କଲେ ୩ ପରିବାର

ପୁରୀ ଅଫିସ, ୧୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଛନ୍ତି। ପୂର୍ବରୁ ୪୫ଟି...

ଶହେ ଟଙ୍କା ପାଇଁ ବାପାଙ୍କୁ ମରଣାନ୍ତକ ଆକ୍ରମଣ: ପୁଅ ଗିରଫ

ବାହାନଗା,୨୨।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜେଇ ଗ୍ରାମର ଜଣେ ବିବାହିତ ଯୁବକ ସାମାନ୍ୟ ଟଙ୍କା ପାଇଁ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରି ପୋଲିସ...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

Advertisement
Archives

Model This Week