ସୋରଡା ଆଦର୍ଶ ବିଦ୍ୟାଳୟ: ୨ଦିନ ହେଲା ଆସୁନାହାନ୍ତି ଛାତ୍ରୀଛାତ୍ର

ସୋରଡା, ୧ା୧୧(ଡି.ଏନ୍‌.ଏ.)- ରାଜ୍ୟ ସରକାର ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବାକୁ ପଛୁଆ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ମାତ୍ର ବିଭିନ୍ନ ସ୍ଥାନରେ ଶିକ୍ଷକ ଅଭାବ ସହ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ପଢାଇବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡା ଆଦର୍ଶ ବିଦ୍ୟାଳୟରେ। ଏଠାରେ ଶିକ୍ଷକ ଅଭାବ ପ୍ରତିବାଦରେ ୨ ଦିନ ହେଲା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି। ପ୍ରକାଶ ଯେ, ସୋରଡା ଆଦର୍ଶ ବିଦ୍ୟାଳୟରେ ୪ ମାସ ହେଲା ଶିକ୍ଷକ ମରୁଡି ଲାଗି ରହିଛି। ଏଠାରେ ଷଷ୍ଠରୁ ୧୦ମ ପର୍ଯ୍ୟନ୍ତ ୩୩୪ ଛାତ୍ରୀଛାତ୍ର ପଢୁଛନ୍ତି। ଶିକ୍ଷକ, ଅଣ ଶିକ୍ଷକଙ୍କୁ ମିଶାଇ ମୋଟ ୨୨ ଜଣ ରହିବା କଥା, ମାତ୍ର ଅଛନ୍ତି କେବଳ ୧୪ଜଣ। ଅଧ୍ୟକ୍ଷ ପଦ ସହ ପିଜିଟି ଇଂଲିଶ, ଫିଜିକ୍ସ, ବାୟୋଲୋଜି, କେମେଷ୍ଟ୍ରି, ଟିଜିଟି ଇଂଲିଶ, ଟିଜିଟି ଗଣିତ, କଳା ଶିକ୍ଷକ ମୋଟ ୮ଟି ପଦବୀ ଖାଲି ପଡିଛି। ଅଗଷ୍ଟ ମାସରୁ ଶିକ୍ଷକ ଅଭାବ ସମସ୍ୟା ରହିଥିବାବେଳେ ଇଂଲିଶ ଶିକ୍ଷକ ନ ଥିବା ଅଧିକ ସମସ୍ୟା ସୃଷ୍ଟି କରୁଛି। ଅଭିଭାବକମାନେ ବାରମ୍ବାର ଅବଗତ କରାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଶତାଧିକ ଅଭିଭାବକ ବୁଧବାର ବିଦ୍ୟାଳୟକୁ ଯାଇ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ୨ ଦିନ ହେଲା ପିଲାମାନଙ୍କୁ ଅଭିଭାବକମାନେ ବିଦ୍ୟାଳୟକୁ ଛାଡୁ ନାହାନ୍ତି। ଗୁରୁବାର ମଧ୍ୟ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଖବର ପାଇ ବିଡିଓ ସୀମାଞ୍ଚଳ ପ୍ରଧାନ ପହଞ୍ଚତ୍ ଅଭିଭାବକ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜିଲାପାଳ ଆସିଲେ ସମସ୍ୟା ବୁଝିବେ ଓ ତୁରନ୍ତ ଦାବିରେ ଅଭିଭାବକମାନେ ଅଡି ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri