![](https://www.dharitri.com/wp-content/uploads/2019/09/modi1_5055979_835x547-m.jpeg)
ଭ୍ଲାଡିଭୋଷ୍ଟକ୍,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଇଇଏଫର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ଦ୍ୱିତୀୟ ଦିନରେ ଏକ ଫଟୋ ସେସନ୍ ଆୟୋଜିତ କରାଯାଇଥିଲା। ଏହି ସେସନରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର ସୋଫାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ସୋଫାରେ ବସିବାକୁ ସେ ମନା କରିଦେଇଥିଲେ। ଅନ୍ୟ ଅଧିକାରୀଙ୍କ ଭଳି ଚେୟରେ ବସିବାକୁ କହିଥିଲେ। ଫଳରେ ତୁରନ୍ତ ଚେୟାରର ବନ୍ଦୋବସ୍ତ କରାଯାଇଥିଲା। ଭାରତର ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ନିଜ ଟୁଇଟରରେ ଏହାର ଏକ ଭିଡିଓ ଶେୟାର କରି କହିଛନ୍ତି,ମୋଦିଙ୍କ ସରଳତାର ଆଉ ଏକ ଉଦାହରଣ।