ସୋନପୁର ବସ୍‌ଷ୍ଟାଣ୍ଡରେ ସର୍ବନିମ୍ନ ସୁବିଧା ନାହିଁ: ପ୍ରଚଣ୍ଡ ଖରାରେ ସିଝୁଛନ୍ତି ଯାତ୍ରୀ

ସୋନପୁର, ୨୯।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଥିବା ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। ଦୂରଦୂରାନ୍ତରୁ ଆସୁଥିବା ଓ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାଉଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ମନ୍ଦିରମାଳିନୀ ସୋନପୁରର କେନ୍ଦ୍ରସ୍ଥଳରେ ଥିବା ଏହି ବସ୍‌ଷ୍ଟାଣ୍ଡ ପ୍ରତି ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନୂତନ ଜିଲା ଗଠନ ହେବା ପରେ ଏବଂ ମହାନଦୀରେ ସେତୁ ନିର୍ମାଣ ପରେ ସହରର ଜନବସତି ବୃଦ୍ଧି ପାଇବା ସହିତ ଉଭୟ ପଶ୍ଚିମ ଓଡିଶା ଓ ପୂର୍ବ ଓଡିଶାକୁ ଗମନାଗମନର ସୁବିଧା ହୋଇପାରିଛି।ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ରେଳପଥର ସୁବିଧା ନଥିଲେ ବି ଏହି ଅଞ୍ଚଳରୁ ସମସ୍ତ ଅଞ୍ଚଳକୁ ଗମନାଗମନ ବସ ଯୋଗେ ଅଧିକ ସହଜ ହୋଇପାରିଛି। ଗୋଟିଏ ପଟେ ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ସହିତ ପର୍ଯ୍ୟଟକଙ୍କ ଯାତାୟାତ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ବସ୍‌ଷ୍ଟାଣ୍ଡର ଯେଉଁଭଳି ଉନ୍ନତି ହେବା କଥା ଜିଲା ଗଠନର ୨୬ବର୍ଷ ପରେ ମଧ୍ୟ ହୋଇ ପାରିନାହିଁ। ବସ୍‌ଷ୍ଟାଣ୍ଡ ପରିସରରେ ଜବରଦଖଲ ବୃଦ୍ଧି ପାଇଥିବା ବେଳେ ପ୍ରାଇଭେଟ୍‌ ଟ୍ୟାକ୍ସିଗୁଡିକ ସେଠାରେ ପାର୍କିଂ କରୁଛନ୍ତି। ଏହା ଜଣେ ସାଧାରଣ ଯାତ୍ରୀ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଜଣାଯାଇଛି ଯେ, ଯାତ୍ରୀମାନଙ୍କ ପାଇଁ ଏଠାରେ ଆଇଡିଏସଏମଟି ଯୋଜନାରେ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ତେବେ ଏହି ଯାତ୍ରୀ ବିଶ୍ରାମାଗାର  ବସ୍‌ ଛିଡା ହେଉଥିବା ସ୍ଥାନର ପଛପାର୍ଶ୍ୱରେ ନିର୍ମାଣ ହୋଇଥିବାରୁ ତାହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ତେଣୁ ଯାତ୍ରୀମାନେ ନିଜକୁ ନିରାପଦ ମଣୁ ନଥିବାରୁ ବିଶ୍ରାମଗାରରେ ବିଶ୍ରାମ ନେଉନାହାନ୍ତି। ବସ୍‌ଷ୍ଟାଣ୍ଡରେ ଖୋଲା ଆକାଶ ତଳେ ଛିଡା ହୋଇ ଯାତ୍ରୀମାନେ ପ୍ରଚଣ୍ଡ ଖରାରେ ସିଝୁଥିବା ଦେଖିବାକୁ ମିଳୁଛି। ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପରିସ୍ରାଗାର ଓ ଶୌଚାଳୟଟିଏ ନାହିଁ। ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ହୋଇପାରିନି। ସେହିଭଳି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ବୌଦ୍ଧ ଜିଲା ଆଡସିଂ ଅଞ୍ଚଳର ମହିଳା ଶୁକ୍ରୁ ମଲ୍ଲିକ କୁହନ୍ତି ଘରକୁ ଯିବା ପାଇଁ ସେ ବସ୍‌କୁ ଅପେକ୍ଷା କରିଛନ୍ତି। ଏଠାରେ ଯାତ୍ରୀଙ୍କ ପାଇଁ ବିଶ୍ରାମଗାର ନାହିଁ। ଫଳରେ ଖୋଲା ଆକାଶ ତଳେ ଖରାରେ ପିଲା ଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଯାତ୍ରୀମାନେ ଦୋକାନ ଛାଇରେ ବିଶ୍ରମ ନେବାକୁ ଗଲାବେଳେ ସେମାନେ ବିରକ୍ତ ହେଉଥିବା କହିଥିଲେ। ଏ ସମ୍ପର୍କରେ ପୂର୍ବତନ ନଗରପାଳ କଇରୁ ସ୍ବାଇଁ କୁହନ୍ତି ପୂର୍ବରୁ ଯାତ୍ରୀ ବିଶ୍ରାମାଗାରରେ ଯାତ୍ରୀ ବିଶ୍ରାମ ନେଉଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଓ ନିୟମିତ ସଫେଇ ହେଉ ନଥିବାରୁ ସେଠାକୁ ଯାତ୍ରୀ ଯାଉନାହାନ୍ତି। ବସ୍‌ଷ୍ଟାଣ୍ଡ ପରିସରରେ ଏକ ନୂତନ ବିଶ୍ରାମାଗାର ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ହେବା ସମୟରେ ବିରୋଧ ହେବାରୁ କାମ ବନ୍ଦ ରହିଛି। ସେହିପରି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଦେଢ ବର୍ଷ ତଳୁ ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରଶାସନିକ ଇଛାଶକ୍ତିର ଅଭାବ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରୁନି ବୋଲି ସ୍ବାଇଁ କହିଛନ୍ତି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଗଦୀଶ ମହାନନ୍ଦ କହିଥିଲେ ମୁଁ କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଛି। କାଉନସିଲ ବୈଠକରେ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା ହୋଇଛି। ଅବ୍ୟବହୃତ ହୋଇ ପଡି ରହିଥିବା ବିଶ୍ରାମଗାରକୁ ପରିସ୍କାର ପରିଚ୍ଛନ୍ନ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ପରିଷଦ ପକ୍ଷରୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ…

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri