ସେଲୁନ ଖୋଲିବାକୁ ସରକାରଙ୍କୁ ନିବେଦନ କଲେ ବାରିକ ସଂଘ

ଚୌଦ୍ୱାର,୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନରେ ଜାରିରହିଛି। ଇତି ମଧ୍ୟରେ ଲକ୍‌ଡାଉନ ଘୋଷଣା ହେବାର ୧ ମାସରୁ ଊର୍ଦ୍ଧ୍ୱ ହେଲାଣି। ସମ୍ବେଦନଶୀଳ କିଛି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ କିଛି ଅଞ୍ଚଳରେ ଲକ୍‌ଡାଉନ ଗତ କିଛିଦିନ ହେବ କୋହଳ କରାଯାଇଛି। ନିହାତି ଆବଶ୍ୟକ ନ ଥିବା କିଛି ବ୍ୟବସାୟୀ ପ୍ରତିଷ୍ଠାନକୁ ଛାଡିଦେଲେ ପ୍ରାୟ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ସରକାରୀ କଟକଣା ଓ ସମୟାନୁବର୍ତ୍ତିତା ଅନୁଯାୟୀ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ବାରିକ ସଂପ୍ରଦାୟ ଏଥିରୁ ବାଦ୍‌ ପଡିଥିବା ଦେଖାଯାଇଛି। ଯାହାକୁ ନେଇ ନିଖିଳ ଉତ୍କଳ ବାରିକ ସମିତି, ଚୌଦ୍ୱାର ଶାଖା ପକ୍ଷରୁ ଏକ ନିବେଦନପତ୍ର ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଜରିଆରେ କଟକ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଗକୁ ଏଭଳି ଲାଗି ରହିଲେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବ। ସାମାଜିକ ଦୂରତା ଅବଲମ୍ବନ ସହ, ଆଇନ ଅନୁଯାୟୀ ଦୋକାନ ଖୋଲିବା ପାଇଁ ସମିତି ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର ଏହି ବାରିକ ସମ୍ପ୍ରଦାୟର ପରିବାରକୁ ଆଖିଆଗରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମିତି ଉପଦେଷ୍ଟା ବିଷ୍ନୁଚରଣ ପରିଡା, ସଭାପତି ସୁରେଶ ଚନ୍ଦ୍ର ବାରିକ, ବିମଲ କୁମାର ବେଉରା, ବିକାଶ ଚନ୍ଦ୍ର ବାରିକ, ରମେଶ ଚନ୍ଦ୍ର ବାରିକ, ସଂଯୁକ୍ତା ବାରିକ୍‌ ଓ ଅନ୍ୟମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ...

ଗଞ୍ଜାମ ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ୩୨୧୨ ପ୍ରବାସୀ: ଘରକୁ ଫେରିଲେଣି ୨୬୦୨

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୩୦ କାରାଣ୍ଟାଇନ ସେଣ୍ଟରରୁ ୯୩ଟି କାର୍ଯ୍ୟକ୍ଷମ ହୋଇଛି l ବ୍ଲକର ୩୨୧୨ ପ୍ରବାସୀ କାରାଣ୍ଟାଇନରେ ଭର୍ତ୍ତି ହୋଇଥିଲେ l...

ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୩ା୬:  ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ...

ଉତ୍ତର, ଦକ୍ଷିଣ ଘୁମୁସରରେ କୃଷ୍ଣସାର ସଂଖ୍ୟା ବୃଦ୍ଧି

ଭଞ୍ଜନଗର/ବୁଗୁଡା/ଆସିକା,୨୯।୨(ଡି.ଏନ୍‌.ଏ.) – କୃଷ୍ଣସାର ମୃଗ ଗଞ୍ଜାମ ଜିଲାର ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାୟ ଦେଖାଦିଏ। ବ୍ରହ୍ମପୁର ଓ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କମ୍‌ ଦେଖାଦିଅନ୍ତି।...

ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଭିଡିଓ କନଫରେନ୍ସିଂ:ଦ୍ୱିତୀୟ ପୃଥିବୀ ସନ୍ଧାନରେ ଦିଆଗଲା ସୂଚନା

ଛତ୍ରପୁର,୩୦ା୭(ଡି.ଏନ.ଏ.)-ବ୍ରିଟିଶ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଦ୍ୱିତୀୟ ପୃଥିବୀ ସନ୍ଧାନ କରାଯାଇଥିବା କୁହାଯାଉଛି। ଏହା ଉପରେ କେନ୍ଦ୍ର ବୈଜ୍ଞାନିକ ତଥା ପ୍ରଫେସର ଲୁଇସ୍‌ ଭିଡିଓ...

ପୋଲିସ ନେଲାନି ପଦକ୍ଷେପ: ଥାନା ସମ୍ମୁଖରେ ଧାରଣା ଦେଲେ ଦିବ୍ୟାଙ୍ଗ

ତିହିଡ଼ି,୨୯।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ସମ୍ମୁଖରେ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଧାରଣା ଦେଇଛନ୍ତି। ସେ ହେଲେ ବାରୋ ପଞ୍ଚାୟତ ଅଧୀନ ରାଧାନଗର ଗ୍ରାମର ଅଜୟ...

ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଲୋଡ଼ା

ବଡ଼ବିଲ, ୧୫।୧୦(ସ୍ବ.ପ୍ର.)-ଜୀବନ ଯେତେ ସଂଘର୍ଷପୂର୍ଣ୍ଣ ହେଲେ ବି ସାଧନା ଓ ଚେଷ୍ଟା ଦ୍ୱାରା ସଫଳତା ମିଳିବା ସମ୍ଭବ । ଏଥିଲାଗି ଯୁବପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିବା ଦରକାର।...

ରିପୋର୍ଟ କହିଲା, ଜବତ ମେଡିସିନ ନକଲି

କଟକ ଅଫିସ,୧୮।୯: କଟକରୁ ଜବତ ହୋଇଥିବା ମେଡିସିନ ନକଲି ବୋଲି ସ୍ପଷ୍ଟ ହୋଇଛି। ଉକ୍ତ ମେଡିସିନି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଥିଲା। ଶନିବାର ପରୀକ୍ଷା ରିପୋର୍ଟ...

Advertisement
Archives

Model This Week