ସେଲିବ୍ରେଶନ ମୁଡ୍‌ରେ ‘କୁଲି ନଂ-୧’ ବରୁଣ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍‌ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି ଫିଲ୍ମର ପୂରା ଟିମ୍‌। ନିଶ୍ଚିତ ଭାବେ ଏକ ହିଟ୍‌ କମେଡି ଫିଲ୍ମର ରିମେକ୍‌ କରିବା ଏକ ବଡ଼ ଚ୍ୟାଲେଞ୍ଜ। ଏବେ ଫିଲ୍ମର ଶୁଟିଂ ସରିବା ପରେ ବରୁଣ ଖୁବ୍‌ ଖୁସି ଜଣାପଡ଼ୁଛନ୍ତି। ଏହାସହ ନିଜର ଟିକିନିିଖି ଅପଡେଟ୍‌ ସୋସିଆଲ ମିଡିଆରେ ଶେୟାର କରି ଫ୍ୟାନ୍‌ମାନଙ୍କ ସହ ଯୋଡ଼ିହୋଇ ରହିଛନ୍ତି। ଏହାରି ଭିତରେ ନିଜର ଆଇକନିକ୍‌ ଫିଲ୍ମର ରିମେକ୍‌ ପାଇଁ ଗୋବିନ୍ଦା ମଧ୍ୟ ବରୁଣ, ସାରା ଏବଂ ଫିଲ୍ମର ପୂରା ଟିମ୍‌କୁ ଶୁଭକାମନା ଜଣାଇଛନ୍ତି। ୧୯୯୫ରେ ଗୋବିନ୍ଦାଙ୍କ କମେଡି ଫିଲ୍ମ ‘କୁଲି ନଂ-୧’ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଡେଭିଡ୍‌ ଧାଓ୍ବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରିସ୍ମା କପୁର ଗୋବିନ୍ଦାଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଏବେ ଏହାର ରିମେକ୍‌ରେ ବରୁଣ-ସାରାଙ୍କୁ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଶୁଟିଂ ଶେଷ ହୋଇଥିବା ବେଳେ ବରୁଣ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏନେଇ ଫ୍ୟାନ୍‌ମାନଙ୍କୁ ଅପ୍‌ଡେଟ୍‌ ଦେଇଛନ୍ତି। ବରୁଣ ଗୋଆରୁ ନିଜ ଅଫିିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ଏକ ଶାର୍ଟ-ଲେସ୍‌ ଫଟୋ ଶେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି। ଫଟୋ ଶେୟାର କରି ସେ ଲେଖିଛନ୍ତି, “ପ୍ୟାନ୍‌କେକ୍‌, ଶୁକ୍ରବାର ଏକ ନଂ ବ୍ରେକ୍‌ଫାଷ୍ଟ। ଏବେ ଏବେ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହେଲା। ବର୍ତ୍ତମାନ ସୁଦ୍ଧା ଏହା ହେଉଛି ମୋ ଜୀବନର ସବୁଠାରୁ ମଜାଳିଆ ଫିଲ୍ମ। ଆଉ ଏଥିପାଇଁ ମୁଁ ଏଭଳି ସେଲିବ୍ରେଟ୍‌ କରିବାକୁ ନିଷ୍ପତ୍ତି ନେଲି।” ବରୁଣଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଲାଇକ୍‌, କମେଣ୍ଟ ସାଉଁଟୁଛି। ତେବେ ଯାହା ଜଣାପଡ଼ିଛି ବରୁଣ ଏବଂ ସାରା ଫିଲ୍ମର ଏକ ରୋମାଣ୍ଟିକ୍‌ ସିକ୍ୱେନ୍ସର ଶୁଟିଂ ପାଇଁ ଗୋଆ ଆସିଥିଲେ। ଏଠାରେ ଶୁଟିଂ କଲାବେଳେ ବରୁଣ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ। ଏବେ ଗୋଆରୁ ତାଙ୍କ ସେଲିବ୍ରେଶନର ଅପ୍‌ଡେଟ୍‌ ପାଇବା ପରେ ଫ୍ୟାନ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। ଫିଲ୍ମଟି ମେ’ ୧ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌...

‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ...

ଫିଲ୍ମ ‘ଗଲି ବୟ୍‌’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର

ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ...

ପ୍ରଥମଥର ଝିଅର ମୁହଁ ଦେଖାଇଲେ ପ୍ରିୟଙ୍କା

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି। ଜନ୍ମ ପରଠାରୁ...

ଏପରି ନ କହିଲେ ସ୍ବାମୀ ମୋତେ ଜୀବନରେ ମାରିଦେବେ? ପ୍ରିୟଙ୍କା କାହାକୁ ଏପରି…

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ ଯାଏ...

ଗୁଜରାଟରେ ଆଉ ଥରେ ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର-କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଏକ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ...

ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ...

ପୁରୁଷ ବନ୍ଧୁଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର ସବୁବେଳେ ଥାଆନ୍ତି ଲାଇମଲାଇଟରେ । ଏମାନେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି ।...

Advertisement
Archives

Model This Week