ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ

ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ। ଭିଡିଓଟି ଏକ ଶପିଂ ମଲ୍‌ର। ସେଠାରେ ରାନୁ କିଛି କିଣାକିଣି କରୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ହାତକୁ ଛୁଇଁ କିଛି କହିବାକୁ ଚେଷ୍ଟା କରୁଛନ୍ତି। ଏହାଦେଖି ରାନୁ ବେଶ୍‌ ରାଗିଯାଉଥିବା ଦେଖିବାକୁ ମିଳୁଛି। ମହିଳାଜଣଙ୍କ ନିଜ ସଫେଇରେ କିଛି କହିବାକୁ ଇଚ୍ଛା କରୁଥିଲେ ହେଁ ରାନୁ କିଛି ନ ଶୁଣି ଏପରି ଛୁଇଁବାର ଅର୍ଥ କ’ଣ ବୋଲି ପାଲଟା ପଚାରୁଛନ୍ତି। ଏହି ସମୟରେ ସେ ଅତ୍ୟନ୍ତ ରାଗିଥିବା ବାରି ହୋଇପଡ଼ୁଛି। ଭିଡିଓଟି ଭାଇରାଲ ହେବା ପରେ ରାନୁଙ୍କୁ ନେଇ ବିଭିନ୍ନ ଆଲୋଚନା ହେଉଛି। ସେଲିବ୍ରିଟି ହେବା ପରେ ରାନୁଙ୍କ ସ୍ବଭାବ ବଦଳିଗଲାଣି ବୋଲି କେହି କେହି କହୁଥିବା ବେଳେ ସାମାନ୍ୟ ସଫଳତାରେ ଏପରି ଗର୍ବ କରିବା ଉଚିତ ନୁହେଁ ବୋଲି ଅନେକେ କହୁଛନ୍ତି। ଏପରି କରିବା ଦ୍ୱାରା ସେ ତଳକୁ ଖସିଯିବେ ବୋଲି ସେମାନେ ପ୍ରକାଶ କରୁଛନ୍ତି। ସେହିଭଳି ଅନେକେ ରାନୁଙ୍କୁ ଛୁଇଁଥିବା ମହିଳାଙ୍କୁ ମଧ୍ୟ ଖରାପ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

ଗୋଡ଼ରେ ଅମିତାଭଙ୍କ ପେଣ୍ଟିଂ କଲେ ଦିବ୍ୟାଙ୍ଗ: ଇମୋଶନାଲ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ଶେହନେସା ଅମିତାଭ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଅନେକ...

୩୦ ବର୍ଷରେ ଟାଇଗର ଶ୍ରଫ୍‌: ଦିଶା ପାଟନୀଙ୍କ ଭିଡ଼ିଓକୁ ଲାଇକ୍‌ କଲେ ୫ ଲକ୍ଷରୁ ଅଧିକ ୟୁଜର

ମୁମ୍ବାଇ: ବଲଉଡ୍‌ରେ ୬ ପ୍ୟାକ୍‌କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ଟାଇଗର ଶ୍ରଫ୍‌ ସୋମବାର ୩୦ ବର୍ଷରେ ପାଦ ଦେଇଛନ୍ତି। ୧୯୯୦ ମାର୍ଚ୍ଚ ୨ରେ ସେ...

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି...

ଖୁସି ଅନ୍ତରାଳେ

କ୍ରିତି ସାନନଙ୍କ ଖୁସି କହିଲେ ନ ସରେ। କାରଣ ଦୀର୍ଘ ଦିନର ସ୍ବପ୍ନ ତାଙ୍କର ସାକାର ହୋଇଛି। ଯେତେବେଳେ ତାଙ୍କୁ ଏହି ଅଫର ମିଳିଲା ସେତେବେଳେ...

ଫେବୃୟାରୀ ୧ରେ ନେହା କକ୍କରଙ୍କ ମେହେନ୍ଦୀ ଉତ୍ସବ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ବିବାହ ଖବରକୁ ନେଇ ସମସ୍ତଙ୍କ ନଜର ତାଙ୍କ ଉପରେ। ଶୁଣିବାକୁ ମିଳୁଛି...

୩୫୦ ଯୁବତୀଙ୍କ ସହ ସମ୍ପର୍କ ରଖି ବାହା ହୋଇଥିଲେ ୩ ଜଣଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ କାହାକୁ ଲୁଚା ଛପା ନୁହେଁ। ଏହି ଅଭିନେତା ସବୁଠୁ ରୋମାଣ୍ଟିକ୍‌ ବୋଲି କୁହାଯାଏ। କାରଣ ସେ...

ନେଟଫ୍ଲିକ୍ସରେ ରିଲିଜ ହେବ ‘ଗୁଞ୍ଜନ ସକ୍ସେନା ଦ କାର୍‌ଗିଲ ଗର୍ଲ’

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ‘ଗୁଞ୍ଜନ ସକ୍ସେନା ଦି କାର୍‌ଗିଲ ଗର୍ଲ’ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମର ନିର୍ମାତା କରଣ ଜୋହର ଏହା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *