Posted inଜାତୀୟ

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏବେ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଭାରତ ପକ୍ଷରୁ ରୁଲ୍ସ ଅଫ୍‌ ଏନ୍‌ଗେଜ୍‌ମେଣ୍ଟ (ଆର୍‌ଓଇ)ରେ ପରିବର୍ତ୍ତନ କରାଯାଇଛି। ୩,୫୦୦ କି.ମି. ବିସ୍ତୃତ ଏଲ୍‌ଏସିରେ ଭାରତୀୟ ସଶସ୍ତ୍ର ବଳ ଏଣିକି ଅସ୍ତ୍ର ବ୍ୟବହାର କରିପାରିବେ ବୋଲି ନୂଆ ନିୟମ କରାଯାଇଛି। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ କୌଣସି ପ୍ରକାର ଦୁଃସାହସିକତା ଦେଖାଇଲେ ସେମାନଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ସଶସ୍ତ୍ର ବଳକୁ ଅସ୍ତ୍ର ବ୍ୟବହାରର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ୩ ସେନାର ମୁଖ୍ୟଙ୍କ ସହ ବୈଠକ କରି ଲଦାଖ ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଲଦାଖର ଗଲଓ୍ବାନ ଉପତ୍ୟକାସ୍ଥିତ ପାଟ୍ରୋଲିଂ ପଏଣ୍ଟ ନମ୍ବର ୧୪ରେ ଗତ ସୋମବାର ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ୍ୟ ମୃତାହତ ହୋଇଥିଲେ। ଚାଇନା ସୈନ୍ୟ ୧୦ ଭାରତୀୟ ଯବାନଙ୍କୁ ନେଇଯାଇଥିଲେ ଓ ପରେ ଛାଡ଼ିଦେଇଥିଲେ। ସୂଚନାନୁସାରେ ପିଏଲ୍‌ଏ ପକ୍ଷରୁ ଆକ୍ରମଣ କରାଯିବାବେଳେ ଭାରତୀୟ ଯବାନମାନେ ଅସ୍ତ୍ର ବ୍ୟବହାର କରି ନ ଥିଲେ। କାରଣ ଭାରତ-ଚାଇନା ମଧ୍ୟରେ ୧୯୯୬ ଓ ୨୦୦୫ରେ ହୋଇଥିବା ଦୁଇଟି ଚୁକ୍ତି ମୁତାବକ ଏଲ୍‌ଏସିରେ ଅସ୍ତ୍ର ବ୍ୟବହାର ନ କରିବା ପାଇଁ ଉଭୟ ସେନା ପକ୍ଷରୁ ନିଜ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ରହିଥିଲା। ଏବେ ଭାରତ ଆର୍‌ଓଇରେ ପରିବର୍ତ୍ତନ ଆଣିବା ପରେ ନୂଆ ନିୟମ ଅନୁସାରେ ଏଲ୍‌ଏସିରେ ମୁତୟନ ହୋଇଥିବା କମାଣ୍ଡରମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ। ପ୍ରତିପକ୍ଷକୁ ଜବାବ ଦେବା ପାଇଁ ଯବାନମାନଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଇତିମଧ୍ୟରେ ସୀମାନ୍ତ ଅଞ୍ଚଳକୁ ଭାରତ ପକ୍ଷରୁ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧବିମାନ ସହ ଜାଗୁଆର, ମିରାଜ ଓ ଆପେଚେ ଆଟେକ୍‌ ହେଲିକପ୍ଟର ପଠାଯାଇଛି। ସେହିପରି ହଜାର ହଜାର ସଂଖ୍ୟାରେ ଅତିରିକ୍ତ ଯବାନଙ୍କୁ ସମ୍ପୃକ୍ତ ଅଞ୍ଚଳରେ ମୁତୟନ କରାଯାଇଛି।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତ, ସ୍ଥଳସେନା ମୁଖ୍ୟ ନେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ କରମବୀର ସିଂ ଓ ବାୟୁସେନା ମୁଖ୍ୟ ମାର୍ଶଲ ଆର୍‌କେଏସ୍‌ ଭଦଉରିଆ ଯୋଗଦେଇଥିଲେ। ଜଳ, ସ୍ଥଳ ଓ ବାୟୁ ସୀମାରେ ଚାଇନାର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ବରିଷ୍ଠ ସେନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ ଏଲ୍‌ଏସିରେ କୌଣସି ପ୍ରକାର ଅତିକ୍ରମଣ କରାଗଲେ ଭାରତ ମୁହଁତୋଡ଼ ଜବାବ ଦେବ ବୋଲି ଶୁକ୍ରବାର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri