Posted inଖେଳ

ସେଣ୍ଟ୍‌ ଲୁସିଆ ଫ୍ରାଞ୍ଚାଇଜ୍‌କୁ କିଣିବ କିଙ୍ଗ୍ସ ଇଲେଭେନ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)- କିଙ୍ଗ୍ସ ଇଲେଭେନ ପଞ୍ଜାବ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ସେଣ୍ଟ ଲୁସିଆ ଫ୍ରାଞ୍ଚାଇଜ୍‌ କ୍ରୟ କରିବ। ଫଳରେ ସିପିଏଲ ଦଳ କ୍ରୟ କରିବାରେ କୋଲକାତା ନାଇଟ୍‌ ରାଇଡର୍ସ ପରେ କିଙ୍ଗ୍ସ ଇଲେଭେନ ହେବ ଦ୍ୱିତୀୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଟିମ୍‌। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁମୋଦନ ଲାଭ କରିବା ପରେ ଆମେ ଚୁକ୍ତି ସ୍ବାକ୍ଷରିତ କରିବୁ ବୋଲି କିଙ୍ଗ୍ସ ଇଲେଭେନ ସହମାଲିକା ନେସ୍‌ ଓ୍ବାଡିଆ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ସିପିଏଲ ଟିମ୍‌ କ୍ରୟ କରିବା ଲାଗି ଆମେ ୯ ମାସ ହେଲା ଚେଷ୍ଟା ଚଳାଇ ଆସିଥିଲୁ। ସେଣ୍ଟଲୁସିଆ ପ୍ରଧାନମନ୍ତ୍ରୀ ଆଲାନ ଚାଷ୍ଟାନେଟ୍‌ଙ୍କ ଯୋଗୁ ଏହା ସମ୍ଭବ ହୋଇ ପାରିଛି। ସିପିଏଲ୍‌ରେ ଯେଉଁ ୬ଟି ଟିମ୍‌ ଭାଗ ନେଉଛନ୍ତି ତନ୍ମଧ୍ୟରେ ସେଣ୍ଟ ଲୁସିଆ ଜୋକ୍ସ ଅନ୍ୟତମ। ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମି ଏହି ଦଳର ନେତୃତ୍ୱ ନେଉଛନ୍ତି। ଅନ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ୨୦୧୫ରେ ତ୍ରିନବାଗୋ ନାଇଟ ରାଇଡର୍ସ କ୍ରୟ କରିଛି। ଏହି ଦଳ ଆଜିପର୍ଯ୍ୟନ୍ତ ସବୁଠାରୁ ସଫଳ ସିପିଏଲ ଫ୍ରାଞ୍ଚାଇଜ ଭାବେ ୩ଥର ଟାଇଟଲ ଜିତିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୀରେନ୍ଦ୍ର ସେହ୍ବାଗଙ୍କ ଘର ଉପରେ ଆକ୍ରମଣ, ଭିଡିଓ ଶେୟାର କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ବେବେଳେ ମଜାଦାର ଟୁଇଟ୍‌ କରି ସେହ୍ବାଗ...

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଜିତିଲେ ରୁଇଜ୍‌

ନ୍ୟୁୟର୍କ, ୩ା୬(ଏଏଫ୍‌ପି)-ହେଭିଓ୍ବେଟ୍‌ ବକ୍ସିଂ ଇତିହାସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ଆଣ୍ଡି ରୁଇଜ୍‌ ଜୁନିୟର। ସ୍ଥାନୀୟ ମାଡିସନ ସ୍କୋୟାର ଗାର୍ଡେନରେ ଅନୁଷ୍ଠିତ ଏକ ଲଢେଇରେ ଆନ୍ଥୋନୀ...

ଏଟିପି ଫାଇନାଲ୍ସ: ଥିମ୍‌, ସିତ୍‌ସିପାସ ବିଜୟୀ

ଲଣ୍ଡନ, ୧୯।୧୧(ଏପି)- ଏଠାରେ ଚାଲିଥିବା ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ) ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଡୋମିନିକ୍‌...

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି।...

ଧନଶ୍ରୀଙ୍କ ଏହି ଜିନିଷକୁ ବେଶି ପସନ୍ଦ କରନ୍ତି ଚହଲ

ଆଇପିଏଲ୍‌ର ୧୪ତମ ସଂସ୍କରରଣର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଉଭୟ ଟିମ୍‌ର ଖେଳାଳିମାନେ କଠିନ ପରିଶ୍ରମ...

ଷ୍ଟିଭ୍‌ ଓ୍ବ ମ୍ୟାନେଜରଙ୍କ ବଦାନ୍ୟତା

ମୁମ୍ବାଇ, ୧୮।୬ (ପି.ଟି.)-ଏକ ମହତ ଉଦ୍ଦେଶ୍ୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ମ୍ୟାନେଜର ହର୍ଲେ ମେଡ୍‌କାଫ୍‌ ଭାରତର ଶାରୀରିକ ଅନଗ୍ରସର କ୍ରିକେଟରଙ୍କୁ ୧.୫...

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର...

ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍‌ଫିଲ୍ଡର...

Advertisement
Archives

Model This Week