ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳଙ୍କ ଡ୍ରାଇଭର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ ୩୫୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଲେଣି। ଏହିକ୍ରମରେ ସେଣ୍ଟ୍ରାଲ ଦିଲ୍ଲୀର ଜିଲାପାଳ ନିଧି ଶ୍ରୀବାସ୍ତବଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ସହରରେ ଆତଙ୍କ ଖେଳିଯାଇଛି। ସୂଚନାଯୋଗ୍ୟ, ଜିଲାପାଳ ଶ୍ରୀବାସ୍ତବଙ୍କ କାର୍ଯ୍ୟାଳୟ ପୁରୁଣା କୋତଓ୍ବାଲି ଅଞ୍ଚଳର ଦରିଆଗଞ୍ଜରେ ଥିବା ବେଳେ ଡ୍ରାଇଭରଙ୍କ ଘର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ନଗର ଅଞ୍ଚଳରେ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ବର୍ତ୍ତମାନ ଘରେ ଅଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ କେଉଁ ହସ୍ପିଟାଲରେ ଭର୍ତ୍ତି କରାଯିବ ସେନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ। ସୁରକ୍ଷା ଦୃଷ୍ଟିରୁ ଡ୍ରାଇଭରଙ୍କ ପରିବାର ଲୋକଙ୍କୁ ଯାଞ୍ଚ କରାଯିବ। ଏଥିସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟ୍ରାକ୍‌ କରି କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏତଦ୍‌ ବ୍ୟତୀତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଖୁବ୍‌ଶୀଘ୍ର ସାନିଟାଇଜ୍‌ କରାଯିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନକାରାତ୍ମକତାର ମୁକାବିଲା ଜରୁରୀ’

ନୂଆଦିଲ୍ଲୀ,୨୫ା୩(ପି.ଟି.): ଘାତକ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ନୈରାଶ୍ୟବାଦ ଓ ନକାରାମତ୍କତାର ମୁକାବିଲା ଜରୁରୀ। ଗୁଜବ ପ୍ରସାର ନ ହେବା ଦିଗରେ ମଧ୍ୟ ଗଣମାଧ୍ୟମ...

ପେଟ୍ରୋଲ ୫ଟଙ୍କା, ଡିଜେଲ ୪ ଟଙ୍କା କମାଇବ ବୋଲି ଘୋଷଣାପତ୍ରରେ ଦାବି କଲା ଡିଏମ୍‌କେ

ଚେନ୍ନାଇ,୧୩ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଦ୍ରାବିଡ ମୁନ୍ନତ୍ର କଡଗମ(ଡିଏମ୍‌କେ) ମୁଖ୍ୟ ଏମ୍ କେ ଷ୍ଟାଲିନ ଶନିବାର ଦଳର ନିର୍ବାଚନ ଘୋଷଣା ପତ୍ର ଜାରି...

ସମଲିଙ୍ଗୀ ବିବାହ ସ୍ବୀକୃତି ଆବେଦନ ଖାରଜ

ଆଲ୍ଲାହାବାଦ,୧୫।୪: ଉତ୍ତରପ୍ରଦେଶର ଦୁଇ ମହିଳା ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିନ୍ଦୁ ବିବାହ ଆଇନ ସେମାନଙ୍କ ବିବାହକୁ ବିରୋଧ...

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ...

କୋଭାକ୍ସିନ୍‌କୁ ଅଷ୍ଟ୍ରେଲିଆରେ ମଞ୍ଜୁରୀ…

ସିଡ୍‌ନୀ/ନୂଆଦିଲ୍ଲୀ,୧।୧୧: ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା...

୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, ୪।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି।...

କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ...

ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍‌ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍‌ ପିନ୍ଧି...

Advertisement
Archives

Model This Week